ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍

Published By : Ankita S | April 6, 2025 7:42 AM

ନୂଆଦିଲ୍ଲୀ,୦୬/୦୪: ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା ।

ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ଗତ ବୁଧବାର ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଲ୍‌କୁ ଆଗତ କରିବା ପରେ ପ୍ରାୟ ୧୩ ଘଣ୍ଟା ଧରି ମାରାଥନ ଚର୍ଚ୍ଚା ଚାଲିଥିଲା । ଏହାପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଥିଲା । ଲୋକସଭାରେ ବିଲ୍‌ ସପକ୍ଷରେ ୨୮୮ ଓ ବିରୋଧରେ ୨୩୨ ଭୋଟ ପଡ଼ିଥିଲା ।

ଅଧିକ ପଢନ୍ତୁ...ରାଜ୍ୟସଭାରେ ପାରିତ ୱାକଫ୍ ସଂଶୋଧନ ବିଲ୍, ସପକ୍ଷରେ ପଡ଼ିଲା ୧୨୮ ଭୋଟ୍

ଏହାର ପରଦିନ ଅର୍ଥାତ ୩ ତାରିଖ (ଗୁରୁବାର) ବିଳମ୍ବିତ ରାତିରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଲ୍‌ ସମର୍ଥନରେ ୧୨୮ ଖଣ୍ଡ ଭୋଟ ପଡ଼ିଥିଲା ବେଳେ ବିରୋଧରେ ୯୫ ଭୋଟ୍‌ ପଡ଼ିଥିଲା । ଏହାପରେ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି । ଏହି ଆଇନ ୱାକଫ୍ ସମ୍ପତ୍ତିର ଦୂରୁପଯୋଗ ରୋକିବ ବୋଲି କେନ୍ଦ୍ର ଦାବି କରୁଥିବା ବେଳେ ବିରୋଧୀମାନେ ଏହାକୁ ଧାର୍ମିକ ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି । 

ବିଲ୍‌କୁ କଂଗ୍ରେସ, ଆପ୍ ସମେତ ଏଆଇଏମ୍‌ଆଇଏମ୍ ଭଳି ଦଳ ବିରୋଧ କରିଛନ୍ତି । ବିଲ୍‌ ବିରୋଧରେ କଂଗ୍ରେସ, ଆପ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପ୍‌ ବିଧାୟକ ଅମାନୁତୁଲ୍ଲା ଖାନ୍ ପିଟିସନ୍ ଦାଖଲ କରିଛନ୍ତି । ୱାକଫ୍‌କୁ ନେଇ ସରକାରଙ୍କ ଏହି ପଦକ୍ଷେପ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବ ବୋଲି ସେ କହିଛନ୍ତି । କିଛି ରାଜ୍ୟରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବି କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.