ନୀଳଗିରି,୧୯/୮(ଆ.ପ୍ର):ପ୍ରବଳ ବର୍ଷା କାରଣରୁ ମଙ୍ଗଳବାର ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡି ଯାଇଛି।ପାହାଡରୁ ଖରଣା ପାଣି ଜୋରରେ ଆସିବା କାରଣରୁ ଶୈବପୀଠ ଉପରେ ପାଣି ଚାଲିଥିଲା।ଫଳରେ ସୁରକ୍ଷା ଦୃଷ୍ଟିରୁ ଶିବଲିଙ୍ଗ ସ୍ପର୍ଶ କରିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି।ଦେବଗିରି ପାହାଡ଼ ଉପରକୁ ଯାଇ ଶୈବପୀଠ ନିକଟରେ ବାବାଙ୍କ ନୀତିପୂଜା ହେବା ସହ ପର୍ଯ୍ୟଟକ ଯାଇ ପୂଜାକରି ପାରିବେ ବୋଲି ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।