ନୂଆଦିଲ୍ଲୀ,୦୭/୦୬; କ୍ୟାନ୍ସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନ୍ସରର କାରଣ ପାଲଟେ। ସଠିକ ସମୟରେ କ୍ୟାନ୍ସରକୁ ଚିହ୍ନି ପାରିଲେ ଏହାର ଚିକିତ୍ସା ସମ୍ଭବ ବୋଲି ଡାକ୍ତର କୁହନ୍ତି । ବିଭିନ୍ନ ପ୍ରକାର କ୍ୟାନ୍ସର ରହିଛି । କର୍କଟ ମଧ୍ୟରେ ସବୁଠୁ ମାରାତ୍ମକ ହେଉଛି ପାନକ୍ରିଏଟିକ୍ କ୍ୟାନ୍ସର ବା ଅଗ୍ନ୍ୟାଶୟରେ ହେଉଥିବା କର୍କଟ ରୋଗ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିହ୍ନଟ ହୋଇପାରେନ ନାହିଁ । ରୋଗ ଚିହ୍ନଟ ହେବା ବେଳକୁ ଚିକିତ୍ସା ଫଳପ୍ରଦ ହୁଏ ନାହିଁ । କିନ୍ତୁ ଗବେଷକମାନେ ପ୍ରସ୍ତୁତ କରିଥିବା ଗୋଟିଏ ନୂଆ ବଟିକା ସମ୍ପ୍ରତି ଡାକ୍ତରମାନେ କରୁଥିବା ପାନକ୍ରିଏଟିକ୍ କ୍ୟାନ୍ସର ଚିକିତ୍ସା ପଦ୍ଧତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇ ପାରେ ।

'ଡାରାକ୍ସୋନାରାସିବ' ନାମକ ଏହି ନୂଆ ବଟିକାର ପରୀକ୍ଷା ନିରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ଏହା ଆଗ୍ନ୍ୟାଶୟ କର୍କଟ ରୋଗୀଙ୍କ ଅବଶିଷ୍ଟ ଆୟୁଷ ପ୍ରାୟ ଦୁଇଗୁଣ ବଢାଇ ଦେଉଛି । କେମୋଥେରାପି ପ୍ରୟୋଗ ସତ୍ତ୍ୱେ ବୃଦ୍ଧି ପାଉଥିବା ରୋଗୀଙ୍କ କ୍ଷେତ୍ରରେ ବି ଏହି ଔଷଧ କାର୍ଯ୍ୟ କରୁଛି । ଏହି ନବ ଉଦ୍ଭାବିତ ଔଷଧ ପ୍ରୟୋଗରୁ ପ୍ରାୟ ଫଳାଫଳ ଆମେରିକାନ୍ ସୋସାଇଟି୍ ଅଫ୍ କ୍ଲିନିକାଲ୍ ଅଙ୍କଲୋଜି ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି ଔଷଧର ବିଶ୍ୱସ୍ତରୀୟ କ୍ଲିନିକାଲ୍ ପରୀକ୍ଷଣରେ ସମଗ୍ର ଉତ୍ତର ଆମେରିକା ୟୁରୋପ ଓ ଏସିଆର ୫୦୦ ରୋଗୀ ସମ୍ପୃକ୍ତ ଥିଲେ । କେବଳ ଷ୍ଟାଣ୍ଡାର୍ଡ କେମୋଥେରାପି ଗ୍ରହଣ କରୁଥିବା ରୋଗୀ ୬.୬ ମାସ ବଞ୍ଚୁଥିବା ବେଳେ ଯେଉଁ ରୋଗୀଙ୍କୁ ଏହି ନୂଆ ବଟିକାକୁ ଦିନକୁ ଗୋଟିଏ ଲେଖାଏଁ ଦିଆଯାଉଥିଲା ସେମାନେ ହାରାହାରି ୧୩,୨ ମାସ ବଞ୍ଚୁଥିଲେ । ସେହିପରି ଏହି ଔଷଧ ସାମଗ୍ରିକ ଭାବେ ରୋଗୀ ମୃତ୍ୟୁ ଆଶଙ୍କା ୬୦ ପ୍ରତିଶତ ହ୍ରାସ୍ କରିପାରୁଛି ।

ରୂପାନ୍ତରିତ କେଆରଏସ୍ ଗୁଣସୁତ୍ରକୁ ଟାର୍ଗେଟ କରି 'ଡାରାକ୍ସୋନାରାସିବ' କାର୍ଯ୍ୟ କରୁଛି । ୯୦ ପ୍ରତିଶତରୁ ଅଧିକ ପାନକ୍ରିଏଟିକ୍ କର୍କଟ ମାମଲାରେ, ଏକ ପରିବର୍ତ୍ତିତ ପ୍ରୋଟିନ୍ (KRAS/RAS ଜିନ୍ ସହିତ ଜଡିତ) ଟ୍ୟୁମର ବୃଦ୍ଧିକୁ ଚାଳିତ କରେ । ନୈଦାନିକ ପରୀକ୍ଷଣରୁ ଜଣାପଡିଛି ଯେ 'ଡାରାକ୍ସୋନାରାସିବ' ବଟିକା ଖୁଆଇ ଚିକିତ୍ସା କରାଯିବାକୁ ପ୍ରାୟ ଏକ ତୃତୀୟାଂଶ ରୋଗୀଙ୍କର ଟ୍ୟୁମର ବୃଦ୍ଧି ବନ୍ଦ ହୋଇ ଯାଉଛି । ପୁଣି ଏହି ନୂଆ ଔଷଧ ଖାଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୨ ପ୍ରତିଶତଙ୍କର ଟ୍ୟୁମର ସଙ୍କୁଚିତ ଅଥବା ଅନ୍ତଦ୍ଧାନ ହୋଇଯାଉଛି । ଆବଶ୍ୟ କେମୋଥେରାପି ପରି 'ଡାରାକ୍ସୋନାରାସିବ'ର ପାର୍ଶ୍ୱ ପ୍ରତିକ୍ରିୟା ବି ରହିଛି । କେମାରେ ମୃତ୍ୟୁ ଆଶଙ୍କା ୫୭.୫ ପ୍ରତିଶତ ଥିବାବେଳେ 'ଡାରାକ୍ସୋନାରାସିବ'ରେ ଏଭଳି ଆଶଙ୍କା ୪୩.୬ ପ୍ରତିଶତ ରହିଛି ।

ଏହା ବି ପଢନ୍ତୁ...ବିଶ୍ୱର ପ୍ରଥମ AI-ଡିଜାଇନ୍ ଭ୍ୟାକସିନ୍ ପ୍ରସ୍ତୁତ! କ’ଣ ମହାମାରୀ ଆସିବା ପୂର୍ବରୁ ରୋକି ପାରିବ ?  

୯୦ ପ୍ରତିଶତରୁ ଅଧିକ ପାନକ୍ରିଏଟିକ୍ କର୍କଟ ମାମଲାରେ, ଏକ ପରିବର୍ତ୍ତିତ ପ୍ରୋଟିନ୍ (KRAS/RAS ଜିନ୍ ସହିତ ଜଡିତ) ଟ୍ୟୁମର ବୃଦ୍ଧିକୁ ଚାଳିତ କରେ । ଦଶନ୍ଧି ଧରି, ବୈଜ୍ଞାନିକମାନେ ଏହି ପ୍ରକ୍ରିୟାକୁ ବନ୍ଦ କରିପାରି ନଥିଲେ ଏବଂ ଏହାକୁ ଔଷଧ ବ୍ୟବହାର କରାଯାଇପାରିବ ନାହିଁ ବୋଲି ବିବେଚନା କରୁଥିଲେ, ଅର୍ଥାତ୍ ଔଷଧ ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ ନାହିଁ ।