ଭୁବନେଶ୍ଵର, ୧୮/୦୩ : ୟୁପିରେରେ ପଣ୍ଡିତ ଶବ୍ଦକୁ ନେଇ ପୁଣି ବିବାଦ। ଉତ୍ତର ପ୍ରଦେଶ ପୁଲିସ ସବ୍-ଇନ୍ସପେକ୍ଟର ଭର୍ତ୍ତି ପରୀକ୍ଷାରେ ପଣ୍ଡିତ ଶବ୍ଦକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ସପ୍ତମ ଶ୍ରେଣୀ ସଂସ୍କୃତ ପ୍ରଶ୍ନପତ୍ରକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଏହାକୁ ଜାତିସୂଚକ ଶବ୍ଦ କହି ଲୋକମାନେ ଏହାକୁ ବିରୋଧ କରୁଛନ୍ତି। 

ଉତ୍ତର ପ୍ରଦେଶର ବେସିକ ଶିକ୍ଷା ବିଭାଗର ସପ୍ତମ ଶ୍ରେଣୀର ସଂସ୍କୃତ ପରୀକ୍ଷାରେ ପଣ୍ଡିତ ଶବ୍ଦକୁ ନେଇ ଏକ ପ୍ରଶ୍ନ ଛପିଥିଲା। ବିନା ଗୋଡ଼ରେ କିଏ ଦୂର ପର୍ଯ୍ୟନ୍ତ ଯାଇପାରେ ଏବଂ ସାକ୍ଷର ହୋଇଥିଲେ ବି ପଣ୍ଡିତ ନୁହେଁ ବୋଲି ଏକ ପ୍ରହେଳିକା ଛପିଥିଲା। ଏହି ପ୍ରହେଳିକାରେ ପଣ୍ଡିତ ଶବ୍ଦର ବ୍ୟବହାରକୁ ଜାତିସୂଚକ କହି କିଛି ଲୋକ ଏହାର ବିରୋଧ କରୁଛନ୍ତି। ୟୁପିରେ ପଣ୍ଡିତଙ୍କ ପ୍ରତି ଏହା ଅପମାନ ବୋଲି କୁହାଯାଉଛି। ବିକ୍ଷୋଭକାରୀଙ୍କ କହିବା ଅନୁଯାୟୀ, ସଂସ୍କୃତ ପାଠ୍ୟପୁସ୍ତକରେ ଏଭଳି କୌଣସି ପ୍ରହେଳିକା ନାହିଁ। ତେଣୁ ପ୍ରଶ୍ନପତ୍ର ତିଆରି କରିଥିବା ଦୋଷୀକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି। 

ୟୁପିରେ ମାର୍ଚ୍ଚ ୧୪ ଏବଂ ୧୫ ତାରିଖରେ ପୁଲିସ ଏସଆଇ ଭର୍ତ୍ତି ପରୀକ୍ଷାରେ ଅବସରବାଦି କିଏ ବୋଲି ଏକ ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ୪ଟି ଅପ୍ସନ ଦିଆଯାଇଥିଲା। ଏଥିରୁ ଗୋଟିଏ ଅପ୍ସନ ପଣ୍ଡିତ ଥିଲା। ଯାହାକୁ ବିରୋଧ କରାଯାଇଥିଲା। ଏପରିକି ବିକ୍ଷୋଭକାରୀମାନେ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଏନେଇ ପ୍ରତିକ୍ରିୟା ଦେଇଥିଲେ। ଏବେ ପୁଣି ଥରେ ସପ୍ତମ ଶ୍ରେଣୀ ସଂସ୍କୃତ ପ୍ରଶ୍ନପତ୍ରରେ ପଣ୍ଡିତଙ୍କୁ ଅପମାନ କଲା ଭଳି ପ୍ରଶ୍ନପତ୍ର ଛପିଥିବା ଅଭିଯୋଗ ଆସିଛି। 

ଏହି ଖବରଟିକୁ ପଢନ୍ତୁ- LPG ସଙ୍କଟ ପାଇଁ ହାଣ୍ଡିଶାଳରୁ ସିଲିଣ୍ଡର ଗାଏବ, ଟ୍ରେନ୍‌ରେ ଘଷି ବିକିଲେ ଯୁବକ, ଭିଡିଓ ଭାଇରାଲ୍...