ଭୁବନେଶ୍ଵର, ୧୮/୦୩ : ଘଷି ନିଅ ଘଷି... ଶସ୍ତାରେ ମିଳୁଛି କିଏ କିଣିବ ଏଠିକି ଆସ। ଟ୍ରେନ୍ ଭିତରେ ଘଷି ଗାଣ୍ଡୁଆ ଧରି ହଠାତ୍ ପଶି ଆସିଲେ ଜଣେ ଯୁବକ। ଜଣ ଜଣ କରି ସମସ୍ତଙ୍କୁ ଯାଚିଲେ ଘଷି। ହସି ହସି ବେଦମ୍ ହୋଇଗଲେ ଯାତ୍ରୀ। ଗ୍ୟାସ୍ ସିଲିଣ୍ଡର ସଙ୍କଟ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ଭାଇରାଲ୍ ଭିଡିଓ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏବେ ସାରା ଦେଶରେ ଗ୍ୟାସ୍ ସଙ୍କଟ। ଏଲପିଜି ଯୋଗାଣ ପ୍ରଭାବିତ। ହାଣ୍ଡିଶାଳରୁ ଗାଏବ ହୋଇଗଲାଣି ସିଲିଣ୍ଡର। ଗୁରୁତର ଭାବେ ପ୍ରଭାବିତ ହୋଇଛି ହୋଟେଲ ଶିଳ୍ପ। ବ୍ୟବସାୟ ବନ୍ଦ କରିଦେଲେଣି ଛୋଟ ଛୋଟ ସଂସ୍ଥା। ବିକଳ୍ପ ଖୋଜିଲେଣି ଲୋକ। କାଠ ଚୁଲ୍ଲା ପାଲଟିଛି ସାହାରା। ଗ୍ୟାସ୍ ସଙ୍କଟ ଭିତରେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ। ଏହି ଭିଡିଓରେ ଜଣେ ଯୁବକ ଏକ ଘଷି ଗାଣ୍ଡୁଆ ଧରି ଟ୍ରେନ୍ ଭିତରେ ବିକୁଥିବା ନଜର ଆସୁଛନ୍ତି। ଯୁବକ ଜଣଙ୍କ ସମସ୍ତଙ୍କ ସିଟ୍ ପାଖକୁ ଯାଇ ଘଷି ନିଅ ବୋଲି କହୁଛନ୍ତି।
ଯୁବକ ଜଣଙ୍କ ଟ୍ରେନ୍ ରେ ଯାଉଥିବା ଜଣେ ମହିଳା ଯାତ୍ରୀଙ୍କୁ ଗ୍ୟାସ୍ ସିଲିଣ୍ଡର କଥା ପଚାରୁଛନ୍ତି। ଖୁବ୍ କଷ୍ଟରେ ସିଲିଣ୍ଡର ମିଳୁଛି ବୋଲି ମହିଳା ଯାତ୍ରୀ କହୁଛନ୍ତି। ଏହା ଶୁଣି ଯୁବକ ଜଣଙ୍କ କହୁଛନ୍ତି ଯେ, ଏହି ଜରୁରୀକାଳୀନ ପରିସ୍ଥିତି ପାଇଁ ସେ ଏବେ ଘଷି ବିକି ବାହାରିଛନ୍ତି। ଲୋକଙ୍କ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି। ଏହା ଶୁଣି ଅନ୍ୟ ଯାତ୍ରୀମାନେ ହସିବାକୁ ଲାଗୁଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ @Prajapat204 ନାମକ ଆକାଉଣ୍ଟରେ ଏହି ଭିଡିଓଟି ସେୟାର ହୋଇଛି। ଭିଡିଓଟିକୁ ୟୁଜରମାନେ ଖୁବ୍ ପସନ୍ଦ କରୁଛନ୍ତି। ବହୁ ୟୁଜର ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ଏଲପିଜି ସଙ୍କଟ ନେଇ କଟାକ୍ଷ କରିଛନ୍ତି।
भाई साहब, ट्रेन में उपले कौन बेचता है😂🤣
— Nitin Prajapati (@Prajapat204) March 16, 2026
INDIA के लोगों ने GAS त्रासदी को CONTENT के रूप में खूब इस्तेमाल किया है। pic.twitter.com/J2T7ndfoch