ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଘଟଣା: ରୋଜଗାରିଆ ପୁଅକୁ ହରାଇ ପରିବାର ସ୍ତବ୍ଧ, ଦେଢ଼ ବର୍ଷ ପୂର୍ବେ ବାପା ଓ ୬ମାସ ତଳେ ଜେଜେଙ୍କ ମୃତ୍ୟୁ

Published By : Anindita Ratha | January 6, 2025 11:50 AM

ପାଣିକୋଇଲି, ୬।୧: ନୀଳମାଧବଙ୍କୁ ଝୁରୁଛି ସୋତ ଦେଢ଼ ବର୍ଷ ପୂର୍ବେ ବାପା ଓ ୬ମାସ ତଳେ ଜେଜେଙ୍କ ମୃତ୍ୟୁ ପାଣିକୋଇଲି ପଣ୍ଡା ଅଳଙ୍କାରରେ ସଶସ୍ତ୍ର ଡକାୟତି ଚାଲିଥିଲା । ପାଣିକୋଇଲି କଲେଜ ପଡ଼ିଆକୁ ଏକ ବିଦ୍ୟୁତ୍‌ ସଂଯୋଗ କରିବାକୁ ୩ଜଣ ବିଦ୍ୟୁତ କର୍ମଚାରୀଙ୍କୁ ବୋଲେରୋରେ ନେଇ ଯାଇଥିବା ଚାଳକ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ପଣ୍ଡାଙ୍କ ବଡ଼ପୁଅ ନୀଳମାଧବ ପଣ୍ଡା(୨୫) ଏହି ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ନୀଳମାଧବ ବୋଲେରୋରୁ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଡକାୟତମାନେ ନୀଳମାଧବଙ୍କୁ ଗାଡ଼ି ଚାବି ମାଗିଥିଲେ । ନୀଳମାଧବ ଚାବି ନଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ଡକାୟତ ନୀଳମାଧବଙ୍କ ପେଟକୁ ଗୁଳି ମାରିଥିଲା । 

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ଣରେ ନୀଳମାଧବଙ୍କ ମୃତଦେହ ତାଙ୍କ ସୋତିସ୍ଥିତ ବାସଭବନରେ ପହଞ୍ଚିଥିଲା । ଏହି ସମୟରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।  ହସଖୁସିରେ ଫାଟି ପଡ଼ୁଥିବା ନୀଳମାଧବଙ୍କ ପରିବାର ଏବେ ବେସାହାରା ହୋଇ ପଡ଼ିଛି । ଦେଢ଼ ବର୍ଷ ତଳେ ତାଙ୍କ ବାପା ଗୌରାଙ୍ଗଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖକୁ ପରିବାର ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ରିଟେଲର ଭାବେ କାର୍ଯ୍ୟ କରୁଥିବା ଜେଜେ ଜଗନ୍ନାଥ ପଣ୍ଡା ବୃଦ୍ଧ ବୟସରେ ବି ପରିବାରର ମଙ୍ଗ ଧରିଥିଲେ । 

ଗତ ଜୁନ୍‌ ମାସରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଲା । ଜଗନ୍ନାଥଙ୍କ ମୃତ୍ୟୁ ପରେ ନୀଳମାଧବ ପରିବାର ପ୍ରତିପୋଷଣ ପାଇଁ ଘରୁ ଗୋଡ଼ କାଢ଼ିଲେ । ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ଠିକାସଂସ୍ଥା ବ୍ରାନ୍‌ରେ ବୋଲେରୋ ଚାଳକ ଭାବେ କାର୍ଯ୍ୟ କରି ସାନଭାଇ ଓ ସାନଭଉଣୀର ପଢ଼ା ଖର୍ଚ୍ଚ ସହ ପରିବାର ବୋଝ ମଧ୍ୟ ଉଠାଉଥିଲେ । ନୀଳମାଧବଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଅସହାୟ ହୋଇ ପଡ଼ିଛି । ତାଙ୍କ ସାନ ଭାଇ ପାଣିକୋଇଲି କଲେଜରେ ଏବେ ଯୁକ୍ତ ଦୁଇ ପଢ଼ୁଥିବା ଜଣାପଡ଼ିଛି । ଘରେ ବୃଦ୍ଧା ଜେଜେମା’, ବିଧବା ମା’ ଓ ଭଉଣୀ ଅଛନ୍ତି । ଏବେ ଏହି ପରିବାର କିପରି ଆଗକୁ ବଢ଼ିବ ସେ ନେଇ ସମସ୍ତଙ୍କ ଚିନ୍ତା । ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.