ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଆସିଲାଣି ପିକ୍‌ନିକ୍‌ ଋତୁ, ଆସ ବୁଲି ଯିବା: ପନ୍ତା ବେଳାଭୂମି ମାୟାରେ ପର୍ଯ୍ୟଟକ, ଲାଲ କଙ୍କଡ଼ା ଦେଖିବାକୁ ଜମେ ଭିଡ଼

ବାଲେଶ୍ୱର,୨୦/୧୧: ବାଲେଶ୍ୱରରେ ଯେଉଁ କେତୋଟି ବେଳାଭୂମି ଅଛି। ସେଥିମଧ୍ୟରୁ ପନ୍ତା ବେଳାଭୂମି ଅନ୍ୟତମ । ଏ ବେଳାଭୂମି ନେଇ ପ୍ରଚାର ପ୍ରସାର ହେଉ ନ ଥିଲେ ହେଁ ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରୁଛି । ଯେଉଁଥି ପାଇଁ କିଛି ବର୍ଷ ହେଲା ପର୍ଯ୍ୟଟନ ଋତୁରେ ଏ ବେଳାଭୂମିରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏହି ବେଳାଭୂମି ସଦର ବ୍ଲକ ପରିଖି ପଞ୍ଚାୟତରେ ଅଛି । ଚାନ୍ଦିପୁର ବେଳାଭୂମିଠାରୁ ଏହା ୪ଗୁଣ ବଡ଼ । ବେଳାଭୂମିର ଦୃଶ୍ୟ ଅତୀବ ମନୋରମ । ଏଠାରେ ବହୁ ପ୍ରାକୃତିକ ଶୋଭାରାଜି ଥିବାବେଳେ ପର୍ଯ୍ୟଟକଙ୍କୁ ଲାଲ କଙ୍କଡ଼ା ବାନ୍ଧି ରଖେ । ବେଳାଭୂମି ନିକଟରେ ଥିବା ସୁବିସ୍ତୀର୍ଣ୍ଣ ଘଞ୍ଚ ଝାଉଁ ବଣର ଶୀତଳ ପବନ ପର୍ଯ୍ୟଟକଙ୍କ କ୍ଲାନ୍ତି ଦୂର କରେ । ଚାନ୍ଦିପୁରଠାରୁ ଏହି ବେଳାଭୂମି ଯଥେଷ୍ଟ ବଡ଼ । ତେବେ ଚାନ୍ଦିପୁରକୁ ଯେମିତି ଗୁରୁତ୍ୱ ଦିଆଯାଉଛି³ ସେହି ତୁଳନାରେ ଏହି ବେଳାଭୂମି ବିଷୟରେ କେହି ବି ଚିନ୍ତା କରୁନାହାନ୍ତି । ନିର୍ବାଚିତ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ କେହି ବି ଏହି ବେଳାଭୂମିର ଉନ୍ନତୀକରଣ କଥା ଚିନ୍ତା କରିନାହାନ୍ତି । ଫଳ ସ୍ୱରୂପ ଏହି ବେଳାଭୂମି ଜିଲ୍ଲାବାସୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଏହି ବେଳାଭୂମି ଲୋକ ଲୋଚନକୁ ନ ଆସିବାର ପ୍ରମୁଖ କାରଣ ହେଉଛି ଗମନାଗମନର ଅସୁବିଧା । ବାଲେଶ୍ୱର ସହରରୁ ପନ୍ତା ବେଳାଭୂମି ଯିବାକୁ ରାସ୍ତା ରହିଛି । ସେହିଭଳି ହଳଦିପଦାରୁ ମଧ୍ୟ ପନ୍ତା ବେଳାଭୂମିକୁ ଆସି ହେବ । ବାଲେଶ୍ୱର ସହରରୁ ଏହାର ଦୂରତା ପ୍ରାୟ ୨୨ କି.ମି । ତେବେ ଏହି ରାସ୍ତାର ଅବସ୍ଥା ଶୋଚନୀୟ । ଅନ୍ୟ ରାସ୍ତାର ଅବସ୍ଥା ମଧ୍ୟ ତଦ୍ରୂପ । ଏହି କାରଣରୁ ବେଳାଭୂମିକୁ ଆସିବା ପାଇଁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଗମନାଗମନର ସୁବିଧା ହେଲେ ନିଶ୍ଚିତ ବେଳାଭୂମିକୁ ଅଧିକ ପର୍ଯ୍ୟଟକ ଆସିବା ସହ ଏହାର ପ୍ରଚାର ପ୍ରସାର ହୋଇପାରନ୍ତା। ଗମନାଗମନର ଅସୁବିଧା ସତ୍ତେ୍ୱ ପ୍ରତିବର୍ଷ ଡିସେମ୍ବରରୁ ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ସ୍ଥାନୀୟ ଅଞ୍ଚଳରେ ଥିବା ଝାଉଁ ବଣରେ ପର୍ଯ୍ୟଟକ ବଣଭୋଜି କରନ୍ତି । ସମୁଦ୍ରରେ ସ୍ନାନ କରି ମଜା ଉଠାନ୍ତି । ଏଠାରେ ପୂର୍ବରୁ କଇଁଚ୍ଛ ଅଣ୍ଡା ଦେଉଥିଲେ । ସ୍ଥାନୀୟ ଲୋକଙ୍କ ଅବାଧ ଶିକାର ପାଇଁ ଆଉ ତାହା ଦେଖିବାକୁ ମିଳୁନି ।

Copyright © 2022 - Summa Real Media Private Limited. All Rights Reserved.