ସୂର୍ୟ୍ୟା ହଲମାର୍କର ୩ଟି ସୁନା ଦୋକାନରେ ଜିଏସଟି ଚଢାଉ

ପାରଳାଖେମୁଣ୍ଡି, ୨୪/୦୧ : ସୁନା ଦୋକାନରେ ଜିଏସଟି ଚଢାଉ। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଥିବା ସୂର୍ୟ୍ୟା ହଲମାର୍କର ତିନୋଟି ସୁନା ଦୋକାନରେ ଏକକାଳୀନ ରେଡ୍ ହୋଇଛି। ବ୍ରହ୍ମପୁର ସିଟି ଆଣ୍ଡ ଜିଏସଟି ଅଧିକାରୀ ମନୋଜ କୁମାର ପଣ୍ଡାଙ୍କ ନେତୃତ୍ଵରେ ୯ ଜଣିଆ ଏନଫୋର୍ସମେଣ୍ଟ ଟିମ୍ ଚଢାଉ ଜାରି ରଖିଛି।

ଦୋକାନରେ ସୁନା ଷ୍ଟକ୍, ତିନୋଟି ଦୋକାନରେ ବିଭିନ୍ନ ଅଳଙ୍କାରର ଓଜନ ସହ ରସିଦ୍ ଯାଞ୍ଚ୍ ଆରମ୍ଭ ହୋଇଛି। ଯାଞ୍ଚ୍ ସରିବା ପରେ ଜିଏସଟି ଟିକସ ପୈଠ ହୋଇଛି କି ନାହିଁ ତାହା ଜଣା ପଡ଼ିବ ବୋଲି ଜିଏସଟି ଅଧିକାରୀ କହିଛନ୍ତି। ଜିଏସଟି କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ତଦନ୍ତ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଯାହା ବ୍ୟତିକ୍ରମ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଜିଏସଟି ଅଧିକାରୀ କହିଛନ୍ତି।