ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ରାହୁଲଙ୍କୁ ପାରିକରଙ୍କ ସମାଲୋଚନା: ରାଫେଲ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ

ପାଣାଜୀ,୩୦ ।୧(ଏଜେନ୍ସି): ରାଫେଲ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ବୟାନକୁ ଗୋଆର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକର ଆଜି ତୀବ୍ର ସମାଲୋଚନା କରିଛନ୍ତି । ମଙ୍ଗଳବାର ରାହୁଲ ପାଣାଜୀ ସ୍ଥିତ ପାରିକରଙ୍କ ବାସଭବନକୁ ଯାଇ ତାଙ୍କୁ ଦେଖା କରିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ଆସିବା ପରେ ରାହୁଲ କହିଥିଲେ କି ରାଫେଲ ଚୁକ୍ତି ସମ୍ପର୍କରେ ପାରିକରଙ୍କୁ ଅଜ୍ଞାତରେ ରଖାଯାଇଥିଲା ଏବଂ ସେ ଏ ସମ୍ପର୍କରେ କିଛି ଜାଣିନଥିଲେ ବୋଲି ତାଙ୍କ ଆଗରେ ପ୍ରକାଶ କରିଥିଲେ ।
ଆଜି ପାରିକର ମୁଖ୍ୟମନ୍ତ୍ରୀଙ୍କ ଲେଟରପ୍ୟାଡ୍‌ରେ ରାହୁଲଙ୍କ ନିକଟକୁ ଏକ ଚିଠି ଲେଖି ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରିକର ସେଇ ପତ୍ରରେ ଲେଖିଛନ୍ତି କି ଗତକାଲି ଆମ ଭିତରେ ମାତ୍ର ୫ ମିନିଟ ପାଇଁ ସାକ୍ଷାତ ହୋଇଥିଲା । ଆପଣ ଆଗରୁ କୌଣସି ସୂଚନା ନଦେଇ ଆକସ୍ମିକ ଭାବେ ମୋ ନିକଟକୁ ଆସିଥିଲେ । ତେବେ ମୁଁ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିଥିଲି । ଆପଣ ମୋର ଆଶୁ ଆରୋଗ୍ୟ କାମନା କରିଥିବାରୁ ଆପଣଙ୍କ ପାଖରେ କୃତଜ୍ଞ ।
ମୁଁ ଏବେ ଏକ ପ୍ରାଣଘାତୀ ରୋଗ ସହିତ ଲଢ଼ୁଛି । ହେଲେ ଏହା ଆଗରେ ହାରନମାନି ଗୋଆବାସୀଙ୍କ ସେବା କରିବାକୁ ମୁଁ ବଦ୍ଧ ପରିକର । ତେଣୁ ଏଥିପାଇଁ ଆପଣ ମୋତେ ଉତ୍ସାହିତ କରିବେ ବୋଲି ମୁଁ ଭାବିଥିଲି । ହେଲେ ପରେ ଗଣମାଧ୍ୟମରେ ଆପଣଙ୍କ ବୟାନ ସମ୍ପର୍କରେ ଜାଣିବା ପରେ ମୁଁ ଖୁବ୍‌ ମର୍ମାହତ । ଆପଣ ମୋତେ କିଛି ସମୟ ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିବାକୁ ଆସିଥିଲେ କିନ୍ତୁ ତାହାକୁ ନେଇ ବି ଆପଣ ରାଜନୀତି କରୁଛନ୍ତି । ଏହା ଆପଣଙ୍କ ରାଜନୈତିକ ସୁବିଧାବାଦକୁ ଦର୍ଶାଉଛି । ଏଥିରୁ ଆପଣ ପ୍ରକୃତରେ ମୋତେ କ’ଣ ପାଇଁ ଭେଟିବାକୁ ଆସିଥିଲେ, ତାହାକୁ ନେଇ ବି ମୋର ସନ୍ଦେହ ହେଉଛି ।
ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମ ଭିତରେ ରାଫେଲ ପ୍ରସଙ୍ଗରେ ଆଦୌ ଆଲୋଚନା ହୋଇନଥିଲା । ମୁଁ ମଧ୍ୟ କେବେହେଲେ ଏହା କହିନାହିଁଚକି ରାଫେଲ ଚୁକ୍ତି ସମ୍ପର୍କରେ ମୁଁ କିଛି ଜାଣିନାହିଁ । ପ୍ରତିରକ୍ଷା ସାମଗ୍ରୀ କ୍ରୟ ପାଇଁ ଉଦ୍ଦିଷ୍ଟ ପ୍ରକ୍ରିୟାର ସମ୍ପୂର୍ଣ୍ଣ ପାଳନ କରାଯାଇ ଏହି ଚୁକ୍ତି କରାଯାଇଛି । ତେଣୁ ଆପଣ ଲୋକଙ୍କ ଆଗରେ ଆମର ସାକ୍ଷାତ ସମ୍ପର୍କିତ ପୂରା ସତ୍ୟ ପ୍ରକାଶ କରିବେ ବୋଲି ମୁଁ ଆଶା କରୁଛି ।

Copyright © 2022 - Summa Real Media Private Limited. All Rights Reserved.