ରାଘବ ଚଢ଼ାଙ୍କ ସହ ବିବାହକୁ ନେଇ ନିରବତା ଭାଙ୍ଗିଲେ ପରିଣୀତି, ଦେଲେ ଏମିତି ରିଆକ୍ସନ୍

tv9hindi
ମୁମ୍ବାଇ ୨୯/୦୩: ବଲିଉଡ ଓ ରାଜନୀତି ମଧ୍ୟରେ ସମ୍ପର୍କ କିଛି ନୂଆ ନୁହେଁ। ଅନେକ ସେଲିବ୍ରିଟି ଫିଲ୍ମ ତାରକାଙ୍କୁ ଛାଡି ନେତାଙ୍କୁ ବିବାହ କରିଛନ୍ତି। ସ୍ୱରା ଭାସ୍କରଙ୍କ ପରେ ପରିଣୀତି ଚୋପ୍ରା ମଧ୍ୟ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ଅନୁଯାୟୀ, ସେ ଖୁବ୍ ଶୀଘ୍ର ଆପ୍ ନେତା ରାଘବ ଚଢ଼ାଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ବିବାହକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। କିନ୍ତୁ ପାରିଣୀତି ବିବାହ ଖବର ଉପରେ ନୀରବତା ଭାଙ୍ଗିଛନ୍ତି।
ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୮ ରେ ପରିଣୀତି ବିମାନବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ତାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା। ଅଭିନେତ୍ରୀ ରାଘବ ଚଢାଙ୍କ ସହ ତାଙ୍କ ବିବାହ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ତାଙ୍କର ହସ ଏହି ପ୍ରଶ୍ନର ଉତ୍ତର ଦେଇଛି। ବିବାହର ପ୍ରଶ୍ନ ଶୁଣିବା ପରେ ଅଭିନେତ୍ରୀ ଲାଜେଇ ଯାଇଥିଲେ। ତାଙ୍କ ଆଖିରେ ଖୁସିର ଚମକ ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ଖବର ଆସୁଛି ଯେ ପରିଣୀତି ରାଘବଙ୍କ ସହ ନିର୍ବନ୍ଧ କରିସାରିଛନ୍ତି। ଏପରିକି ଆପ୍ ସାଂସଦ ସଞ୍ଜୀବ ଆରୋଡା ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ଟ୍ୱିଟ୍ ମାଧ୍ୟମରେ ସଞ୍ଜୀବ ଲେଖିଛନ୍ତି, ‘ମୁଁ ପାରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଉଭୟ ପ୍ରେମ ଓ ସୁଖ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ମୋର ଶୁଭେଚ୍ଛା ।’ ତେବେ ସଞ୍ଜୀବଙ୍କ ଏହି ଟ୍ୱିଟ୍ ପରେ ଏହା ନିଶ୍ଚିତ ହୋଇଛି ଯେ ଉଭୟ ପ୍ରକୃତରେ ଜୀବନ ସାଥୀ ହେବାକୁ ଯାଉଛନ୍ତି।