PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଏଥର ତେଲୁଗୁ ହିରୋଙ୍କ ସହ ରୋମାନ୍ସ

ଅଭିନେତା ଅର୍ଜ୍ଜୁନ କପୁରଙ୍କ ସହ ଫିଲ୍ମ ‘ନମସ୍ତେ ଲଣ୍ଡନ’ରେ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ରୋମାନ୍ସ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ତାଙ୍କ ଏହି ରୋମାନ୍ସ ସିନ୍‌ରେ ସୁପରହିଟ୍‌ ଫିଲ୍ମ ‘ବାହୁବଲି’ର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲି ପସନ୍ଦ କରିଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମରେ ପରିଣିତୀଙ୍କୁ ନାୟିକା ଭାବେ ନେବା ସକାଶେ ମିଡିଆରେ ହିଣ୍ଟ୍‌ ମଧ୍ୟ ଦେଇଛନ୍ତି । ତାଙ୍କର ସେହି ଫିଲ୍ମର ନାମ ହେଲା ‘ଆର୍‌ଆର୍‌ଆର୍‌’ । ଏହି ଫିଲ୍ମରେ ଲୋକପ୍ରିୟ ତେଲୁଗୁ ଅଭିନେତା ରାମ ଚରଣ କିମ୍ବା ଅଭିନେତା ଏନ୍‌.ଟି ରାମା ରାଓ ଜେଆର୍‌ଙ୍କ ସହ ପରିଣିତୀ ରୋମାନ୍ସ କରିପାରନ୍ତି । ଏହି ଦୁଇ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଏହି ଫିଲ୍ମରେ ନାୟକ ହେବେ ବୋଲି ରାଜମୌଲି ତାଙ୍କ ସୋସିଆଲ୍‌ ମିଡିଆ ମାଧ୍ୟମରେ କହିଛନ୍ତି । ଏହାଛଡ଼ା ଆଉ ଏକ ଖବର ନଜରକୁ ଆସିଛି ଯେ, ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପରିଣିତୀ ତାଙ୍କ ପାରିଶ୍ରମିକ ଅଧିକ ମାଗିଥିବାରୁ ନିର୍ଦ୍ଦେଶକ ଟିକେ ଦ୍ୱନ୍ଦ୍ୱରେ ଅଛନ୍ତି । ସେ ଯାହା ହେଉ, ଏହି ଖବର ଶୁଣିବା ପରେ ପରିଣିତୀଙ୍କ ପ୍ୟାନ୍‌ଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ବଜେଟ୍‌ ୩୦୦ କୋଟି ଟଙ୍କା । ଚଳିତ ବର୍ଷ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ସୂଚନା ଥାଉକି, ଆଉ ଜଣେ ଲୋକପ୍ରିୟ ତେଲୁଗୁ ଅଭିନେତା ମହେଶ ବାବୁଙ୍କ ସହ ପରିଣିତୀଙ୍କୁ ଫିଲ୍ମ ‘ସ୍ପାଇଡର’ରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ମାତ୍ର ଅଭିନୟ କରିବା ପାଇଁ ପରିଣିତୀ ଠିକ୍‌ ତାରିଖ ନ ଦେଇ ପାରିବାରୁ ସେହି ଫିଲ୍ମଟି ତାଙ୍କ ହାତରୁ ଖସିଯାଇ ଅଭିନେତ୍ରୀ ରାକୁଲ ପ୍ରିତଙ୍କ ହାତକୁ ଚାଲିଯାଇଥିଲା

ସମ୍ବନ୍ଧିତ ଖବର