PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୩୧ ଜାନୁଆରୀରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ; ଏହି ସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ

Image Courtesy: NDTV

ନୂଆଦିଲ୍ଲୀ,୨୯/୦୧:  ୩୧ ଜାନୁଆରୀରୁ ଆରମ୍ଭ ହେବାକୁ  ଯାଉଛି ସଂସଦର ବଜେଟ ଅଧିବେଶନ। ଏହି ପରିପ୍ରେକ୍ଷିରେ ସରକାରଙ୍କ ନଜର ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ସାଧାରଣ ବଜେଟ ଉପରେ ରହିବ। ସେପଟେ ବିରୋଧି ସରକାରଙ୍କ ଉପରେ ମୁଦ୍ରାସ୍ଫୀତି, ରୋଜଗାର, ଚୀନ୍ ସହିତ ସୀମା ବିବାଦ, ଅର୍ଥନୀତି, ସେନ୍ସରସିପ୍‌ ଭଳି ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ବଜେଟ୍ ଅଧିବେଶନରେ ଉତ୍ତେଜନା ପ୍ରକାଶ ପାଇବାର ପୂର୍ଣ୍ଣ ସମ୍ଭାବନା ରହିଥିବା କୁହାଯାଉଛି।

ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଏକମତ ହେବା ପାଇଁ ସରକାର ଜାନୁଆରୀ ୩୦ରେ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଜାନୁଆରୀ ୩୦ରେ ସଂସଦ ଲାଇବ୍ରେରୀ ବିଲଡିଂରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ଡକାଇଯାଇଛି। ବଜେଟ୍ ଅଧିବେଶନ ଭିତରେ ୨୭ଟି ବୈଠକ ହେବ। ତେବେ ବଜେଟ ଅଧିବେଶନର ପ୍ରଥମ ପ୍ରର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବି୍ତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

କଂଗ୍ରେସ ଚୀନ୍‌ ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଚାହୁଁଥିବା ବେଳେ ସେପଟେ ତୃଣମୂଳ କଂଗ୍ରେସ, ବାମପନ୍ଥୀ, ଆରଏସପି ସମେତ କିଛି ବିରୋଧି ଦଳ ସଂସଦ ଅଧିବେଶନ ଭିତରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ମୁଦ୍ଦା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ସରକାରଙ୍କୁ ଘେରିବାର ଉଦ୍ଦେଶ୍ୟ ରହିଛି। ତୃଣମୂଳ କଂଗ୍ରେସ ଅଧିବେଶନ ମଧ୍ୟରେ କେନ୍ଦ୍ର ରାଜ୍ୟ ସମ୍ପର୍କ, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀର ପୃଷ୍ଠଭୂମୀରେ ସେନସରସିପ୍‌ ମୁଦ୍ଦା ଉଠାଇବା ଉପରେ ଜୋର୍‌ ଦେଇଛି।

Budget 2023

ଏହି ଖଏହି ଖବର ଉପରେ ନଜର ପକାନ୍ତୁ: ଭାରତ ଯୋଡ଼ୋ ଯାତ୍ରାର ଉଦ୍‌ଯାପନୀ ଉତ୍ସବରେ ୨୧ ଟି ରାଜନୈତିକ ଦଳ ଆମନ୍ତ୍ରିତ, ଯୋଗ ଦେବେନି ଏହି ୯ ଦଳ

ଯେତେବେଳେ ଏ ବିଷୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ‘ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ତାଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ପରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ, ଆମେ ସବୁ ଦଳର ସହଯୋଗ ଚାହୁଁଛୁ।’ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି ଯେ ଉପଦେଷ୍ଟା କମିଟିରେ ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୩ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ପୂର୍ବରୁ ଏପରି କଳ୍ପନାଜଳ୍ପନା କରାଯାଉଥିଲା ଯେ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବ। ତେବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲୋକସଭା ବାଚସ୍ପତି ଓମ ବିର୍ଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ନୂତନ ସଂସଦ ଗୃହର କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କେବଳ ପୁରୁଣା ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର