ନୂଆଦିଲ୍ଲୀ,୧୩/୦୨: ରାଜ୍ୟସଭାରେ ଓ୍ବାକଫ ବୋର୍ଡ ଜେପିସି ରିପୋର୍ଟ ଉପସ୍ଥାପିତ । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳ। ସେପଟେ ଫର୍ଜି ରିପୋର୍ଟକୁ ଆମେ ମାନିବୁନି କହିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧକ୍ଷ୍ୟ ମଲ୍ଲିକାର୍ଜୁନ ଖଡ଼ଗେ । ସେହିପରି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆମର ଅସହମତି ମନ୍ତବ୍ୟ  ଏହି ଜେପିସି ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ସେହିପରି କିରେନ ରିଜିଜୁ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଭୁଲ ବୋଲି କହିଛନ୍ତି। ରିଜିଜୁ କହିଛନ୍ତି ଯେ ବିରୋଧୀଙ୍କ ମତଭେଦ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। 

ଏହା ମଧ୍ୟ ପଢନ୍ତୁ- ‘ସିପିଆଇ ଇଣ୍ଡେକ୍ସ’ରେ ୩ଟି ସ୍ଥାନ ତଳକୁ ଖସିଲା ଭାରତ, ରାଙ୍କ୍‌ ୯୬, ସ୍କୋର ୩୮; ସ୍କଡେନ୍‌ମାର୍କ ସବୁଠୁ କମ୍‌ ଦୁର୍ନୀତିଗ୍ରସ୍ତ

ତେବେ ସଂସଦରେ ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହେଉଛି । ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଅନୁମତି ପରେ ଓ୍ବାକଫ୍‌ ସଂଶୋଧନ ବିଧେୟକ ଉପରେ ପ୍ରସ୍ତୁତ ଜେପିସି ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟ ଉପସ୍ଥାପନ ପରେ ଗୃହରେ ପ୍ରବଳ ହଟ୍ଟଗୋଳ ପରେ ଲୋକସଭାରେ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଜେପିସି ସଦସ୍ୟ ମେଧା କୁଲକର୍ଣ୍ଣୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି ।