PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଜିଠାରୁ ସଂସଦର ଅଧିବେଶନ, ଶୁକ୍ରବାର ବଜେଟ ଉପସ୍ଥାପନ

source:www.inkhabar.com

ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ଗୁରୁବାର ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହା ଫେବ୍ରୁଆରୀ ୧୩ ଯାଏଁ ଚାଲିବ । ପ୍ରଥମ ଦିନ ସଂସଦର ଦୁଇ ସଦନର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ । ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳୁଥିବା କ୍ୟାବିନେଟ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ ଆଗତ କରିବେ । ଏହା ମୋଦି ସରକାରଙ୍କ ଶେଷ ବଜେଟ ହେବ । ଏହି ବଜେଟରେ ସରକାର ଅନେକ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି । ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ମାତ୍‌ ଖାଇବା ପରେ ସରକାର ଚାଷୀମାନଙ୍କ ପାଇଁ ବିଶେଷ ପ୍ୟାକେଜ ସହ ମଧ୍ୟବିତ୍ତ ବର୍ଗ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଖୁସ୍‌ କରିବାକୁ କିଛି ପଦକ୍ଷେପ ନେଇପାରନ୍ତି ।
ତେବେ ଏହି ବଜେଟ ଆଗତ କରିବାକୁ ନେଇ ବି ସରକାର ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଛି । ସରକାର ଏଥରକ ପୂର୍ଣ୍ଣ ବଜେଟ ଆଗତ କରିବେ ବୋଲି ସୂଚନା ଦେଇଥିଲାବେଳେ କଂଗ୍ରେସ କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ସରକାର ଏପରି କରିବା ଉଚିତ୍‌ ନୁହେଁ ବୋଲି ମତ ଦେଉଛି । ସେହିପରି ବିରୋଧୀ ଦଳଗୁଡିକ ଚାଷୀମାନଙ୍କ ସମସ୍ୟା ଏବଂ ରାଫେଲ ଚୁକ୍ତି ପ୍ରସଙ୍ଗରେ ସରକାରକୁ ଘେରିବାକୁ ଉଦ୍ୟମ କରିପାରନ୍ତି ।
ଆଗକୁ ନିର୍ବାଚନ ଥିବାରୁ ସରକାର ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଇବାକୁ ଉଦ୍ୟମ କରିପାରନ୍ତି । କିନ୍ତୁ ନାଗରିକତା ଅଧିକାର ବିଲ୍‌ ଏବଂ ତିନି ତଲାକ୍‌ ବିଲ୍‌ ପରି କେତେକ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଦଳଙ୍କ ସହ ନିଜର ସହଯୋଗୀ ଦଳଙ୍କ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେଣୁ ଏହି ଅଧିବେଶନ ହଟ୍ଟଗୋଳପୂର୍ଣ୍ଣ ରହିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର