PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପାରିକରଙ୍କ ସ୍ଥିତି ଗମ୍ଭୀର: ସଙ୍କଟରେ ଗୋଆ ସରକାର, ଦଳର ଅନ୍ୟ କେହି ନେତା ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ପାଣାଜୀ,୧୭।୩: ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତେଣୁ ପାରିକରଙ୍କ ସ୍ଥାନରେ ଦଳର ଅନ୍ୟ କେହି ନେତା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦଳର ବରିଷ୍ଠ ନେତା ଓ ଉପ-ମୁଖ୍ୟମନ୍ତ୍ରୀ ମାଇକେଲ ଲୋବୋଙ୍କ କହିବା ଅନୁସାରେ ଦଳରେ ପାରିକରଙ୍କ ସ୍ଥାନରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହୋଇଛି।  ତେବେ ସେ ଏହା ସ୍ପଷ୍ଟ କରିନାହାନ୍ତି ଯେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବାର ପ୍ରସ୍ତାବ ଦିଆଯାଇଛି। ଏନେଇ ଦଳର ନେତା ଓ ବିଧାୟକଙ୍କ ଭିତରେ ବୈଠକ ହେବାପରେ ସ୍ଥିର କରାଯିବ। ଅନ୍ୟପକ୍ଷେ ଦଳର ନେତା ଦୟାନନ୍ଦ ମାଡରେକର କହିଛନ୍ତି ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ଗମ୍ଭୀର ହୋଇପଡିଛି।

ଉପ-ମୁଖ୍ୟମନ୍ତ୍ରୀ ଲୋବୋ କହିଛନ୍ତି ମୁଖ୍ୟମନ୍ତ୍ରୀ ପାରିକରଙ୍କ ସ୍ବାସ୍ଥ୍ୟକୁ ନେଇ ଦଳର ନେତା ଓ ବିଧାୟକ ଖୁବ୍ ଚିନ୍ତାରେ ଅଛନ୍ତି। ତାଙ୍କର ଯଦି କିଛି ହୋଇଯାଏ ତେବେ ଗୋଆର ଆଗାମୀ ମୁଖ୍ୟମନ୍ତ୍ରୀ ହିଁ ବିଜେପିର ରହିବେ। ଆଜି ଦଳର ବରିଷ୍ଠ ନେତା ମଧ୍ୟ ଆସୁଛନ୍ତି। ତେଣୁ ସମସ୍ତେ ବସି ଏସମ୍ପର୍କରେ ନିଷ୍ପତ୍ତି ନେବୁ। ଏହି ବୈଠକରେ ଗୋଆ ଫରଓ୍ବାର୍ଡ ପାର୍ଟି ଓ ମହାରାଷ୍ଟ୍ରବାଦୀ ଗୋମଣ୍ଟକ ପାର୍ଟି ସହିତ ମେଣ୍ଟ ଉପରେ ମଧ୍ୟ ଚର୍ଚ୍ଚା ହେବ। କୁହାଯାଉଛି ଯେ ଦଳର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇପାରେ।

ସମ୍ବନ୍ଧିତ ଖବର