PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବିଜେପି ନା ଜେଡିୟୁ କାହା ସହିତ ରହିବ ଏଲଜେପି ? ଜାଣନ୍ତୁ କ’ଣ କହିଲେ ପଶୁପତି ପାରସ

ପାଟନା,୯।୮: ବିହାରରେ ଜାରି ରାଜନୈତିକ ଅସ୍ଥିରତା ଭିତରେ ଏବେ ନୂଆ ସରକାର ଗଠନ କରିବାର ରାସ୍ତା ସଫା ହୋଇ ଯାଇଛି। ନୀତୀଶ କୁମାର ମହାମେଣ୍ଟ ସହ ମିଶି ବିହାରରେ ସରକାର ଗଠନ କରିବେ। ସେଭଳି ଅନ୍ୟପକ୍ଷେ ମେଣ୍ଟ ଦଳଙ୍କର ଯିବା ଆସିବା ଆରମ୍ଭ ହୋଇଯାଇଛି।  ଏହା ସହିତ ଜେଡିୟୁ ଓ ବିଜେପିର ବନ୍ଧୁତା ପୁଣିଥରେ ଭାଙ୍ଗି ଯାଇଛି। ହେଲେ ପଶୁପତି କୁମାର ପାରସ୍‌ଙ୍କ ଲୋକ ଜନଶକ୍ତି ଦଳ ଏବେ ବି ଏନ୍‌ଡିଏର ସହଯୋଗୀ ଦଳ ଭାବରେ ରହିବାର ନିଷ୍ପତ୍ତି ନେଇଛନ୍ତି।

ପଶୁପତି ପାରସ୍‌ କହିଛନ୍ତି, ସେ ମୋଦିଙ୍କ ସହିତ ଅଛନ୍ତି ଓ ରହିବେ। ସେ ଏନ୍‌ଡିଏ ସହିତ କଥା ହୋଇ କହିଛନ୍ତି, ନୀତୀଶ କୁମାରଙ୍କ ପାଇଁ ବିଜେପି ବହୁତ ତ୍ୟାଗ କରିଛନ୍ତି। ନୀତୀଶଙ୍କୁ ଦେଇଥିବା ପ୍ରତିଶୃତି ବିଜେପି ପାଳନ କରିଛି। ୪୩ ଟି ସିଟ୍ ଥାଇ ମଧ୍ୟ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଏହା ସହ ସେ ଆହୁରି କହିଛନ୍ତି ଯେ ୨୦୨୪୩ ନିର୍ବାଚନ ଆମେ ବିଜେପି ସହିତ ଲଢିବୁ।

ନୂତନ ସରକାର ଗଠନ ଭିତରେ ଏନ୍‌ଡିଏରେ ଏବେ ଯେଉଁ ଦଳ ଉପରେ ସମସ୍ତଙ୍କର ନଜର ରହିଛି ତାହା ହେଲା ଜିତନରାମ ମାନଝିଙ୍କ ପାର୍ଟି ହମ୍‌ (ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା)। ବିହାରରେ ଏନ୍‌ଡିଏ ସରକାରରେ ଜେଡିୟୁ, ବିଜେପି ବ୍ୟତୀତ ମୁକେଶ ସହନୀଙ୍କ ଭିଆଇପି ଓ ଜିତନ ରାମ ମାନଝିଙ୍କ ହମ୍‌ ପାର୍ଟି ସାମିଲ ଥିଲା। ଭିଆଇପି ପାର୍ଟିା ବିଧାୟକଙ୍କ ବିଜେପିରେ ବିଲୟ ହୋଇଯାଇଥିଲା। ତେଣୁ ଜେଡିୟୁ ନିଜକୁ ଏନ୍‌ଡିଏଠାରୁ ଅଲଗା କରିନେଇଛି। ବିହାରରେ ମହାମେଣ୍ଟ ପାଖରେ ବର୍ତ୍ତମାନ ୧୬୦ ବିଧାୟକଙ୍କ ସମର୍ଥନ ରହିଛି।

ସମ୍ବନ୍ଧିତ ଖବର