ଏହି ଏୟାରଲାଇନ୍ସ ଖାଦ୍ୟରୁ ବାହାରିଲା ନକଲି ଦାନ୍ତ; ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଭାଇରାଲ କଲେ ଯାତ୍ରୀ

Image Courtesy: NEWS 18
ନୂଆଦିଲ୍ଲୀ,୦୯/୧୨: ବ୍ରିଟିସ୍ ଏୟାରଓ୍ବେଜର ଏକ ବିମାନରେ ଲଣ୍ଡନରୁ ଦୁବାଇ ଯାଉଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବିମାନରେ ଦିଆଯାଇଥିବା ଖାଦ୍ୟରୁ ଏକ ନକଲି ଦାନ୍ତ ମିଳିଛି। ଗାଧା ଏଲ୍-ହୋସ୍ ନାମକ ଏହି ମହିଳା ଟ୍ୱିଟରରେ କହିଛନ୍ତି ଯେ ସେ ଲଣ୍ଡନରୁ ଦୁବାଇକୁ BA107 ବିମାନରେ ଯାଉଥିଲେ ଯେତେବେଳେ ତାଙ୍କୁ ଖାଇବା ଦିଆଯାଇଥିଲା, ସେଥିରୁ ଏହି ଦାନ୍ତ ମିଳିଥିଲା। ସେ ନିଜ ଟ୍ୱିଟରେ ବ୍ରିଟିଶ ଏୟାରୱେଜ୍କୁ ମଧ୍ୟ ମଧ୍ୟ ଟ୍ୟାଗ୍ କରିଛନ୍ତି। ମହିଳା ଜଣକ ଟ୍ୱିଟରରେ ତାଙ୍କ ଟ୍ୱିଟ୍ ପୋଷ୍ଟ ସହିତ ପରିବେଷିତ ଖାଦ୍ୟର ଏକ ଫଟୋ ମଧ୍ୟ ରଖିଛନ୍ତି ଯେଉଁଥିରେ ଦାନ୍ତ ଭଳି କିଛି ଅଂଶ ମଧ୍ୟ ଦେଖାଯାଉଛି।
@British_Airways still waiting to hear from you regarding this dental implant we found in our food on flight BA107 from London to Dubai on Oct. 25 (we have all our teeth: it’s not ours). This is appalling. I also can’t get through to anyone from your call center. pic.twitter.com/Iwqd3mOylt
— Ghada (@ghadaelhoss) December 4, 2022
ମହିଳା ଜଣଙ୍କ ଲେଖିଛନ୍ତି, “୨୫ ଅକ୍ଟୋବରରେ ବ୍ରିଟିଶ୍ ଏୟାରୱେଜ୍ର BA107 ବିମାନରେ ମୁଁ ଗସ୍ତ କରୁଥିବା ବେଳେ ମତେ ପରଷା ଯାଇଥିବା ଆପଣଙ୍କ ଖାଦ୍ୟରୁ ମିଳିଥିବା ନକଲି ଦାନ୍ତ ବିଷୟରେ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛି। ଆପଣଙ୍କ କଲ୍ ସେଣ୍ଟରର କେହି ମଧ୍ୟ ଏ ବିଷୟରେ ମୋ ସହ କଥା ହୋଇନାହାଁନ୍ତି।” ଚିତ୍ରଟିରେ ଏକ ଧଳା କପଡ଼ାରେ ଦାନ୍ତଟି ଗୁଡ଼ାଯାଇଥିବା ଦେଖିବାକୁ ମିଳିଥିଲା। ବିମାନରେ ଉପଲବ୍ଧ ଖାଦ୍ୟ ସହିତ ଏହି ନକଲି ଦାନ୍ତର ଫଟୋଟି ପୋଷ୍ଟ କରାଯାଇଛି।
ବ୍ରିଟିଶ୍ ଏୟାରୱେଜ୍ ମଧ୍ୟ ତୁରନ୍ତ ଏହି ଟୁଇଟ୍ର ଉତ୍ତର ଦେଇ ଲେଖିଥିଲା ଯେ, “ଏହା ଦେଖି ଆମେ ଅତ୍ୟନ୍ତ ଦୁଃଖିତ! ଆପଣ ଆପଣଙ୍କର ଅଭିଯୋଗକୁ କ୍ୟାବିନ କ୍ରିୟୁଙ୍କ ନିକଟକୁ ପଠାଇ ଦେଇଛୁ। ଯାହା ଦ୍ବାରା ଆମର ଗ୍ରାହକ ସମ୍ପର୍କ ଦଳ ଆପଣଙ୍କ ସହ ଯୋଗାଯୋଗ କରିପାରିବେ? ସୁରକ୍ଷା ଦୃଷ୍ଟିରୁ ଦୟାକରି ଆମକୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ପଠାନ୍ତୁ।”
ଦ ଇଣ୍ଡିପେଣ୍ଡେଣ୍ଟକୁ ସୂଚନା ଦେଇ ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ ସେମାନେ ଗ୍ରାହକଙ୍କୁ କ୍ଷମା ମାଗିବା ସହ ସିଧାସଳଖ ସେହି ଗ୍ରାହକଙ୍କ ଯୋଗାଯୋଗରେ ଅଛନ୍ତି ଏବଂ ବାକି ତଥ୍ୟକୁ ଅଧିକ ଅନୁସନ୍ଧାନ ପାଇଁ ଯାଞ୍ଚ କରାଯାଉଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ସୁବିଧାସୁଯୋଗ ବିଧିବ୍ୟବସ୍ଥା ସଠିକ ରୁପରେ ତଦାରଖ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।