PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଅବତରଣ ସମୟରେ ବିମାନରୁ ଡେଇଁ ପଡିଲେ ଯୁବକ

ଭୁବନେଶ୍ବର ୨୩/୬: ଭୁବନେଶ୍ୱର ବିମାନବନ୍ଦରରେ ଆଜି ଏକ ଅଜବ ଘଟଣା ଘଟିଛି । ଅବତରଣ ସମୟରେ ଜଣେ ଯାତ୍ରୀ ଅଚାନକ ବିମାନରୁ ଡେଇଁ ପଡିଛନ୍ତି । ଭୁବନେଶ୍ବର ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  ବିମାନ ଅବତରଣ ସମୟରେ ଡେଇଁ ପଡିଲେ ଜଣେ ଯାତ୍ରୀ ।

ରବିବାର ଭୁବନେଶ୍ୱର ବିମାନ ବନ୍ଦରରେ ହାଇଦ୍ରାବାଦ- ଗୌହାଟି ବିମାନ ଜରୁରୀ ଅବତରଣ କରିଥିଲା । ଘଟଣାଟି ଥିଲା କିଛି ଏମିତି । ଇଣ୍ଡିଗୋ 6 E462 ବିମାନ ହାଇଦ୍ରାବାଦରୁ ଗୌହାଟୀ ଯାଉଥିଲା । ବିମାନରେ ଇର୍ସାଦ ଅଲ୍ଲୀ ଓ ଅବଦୁଲ୍ କରିମ ନାମକ ୨ ଜଣ ଯୁବକ ଯାତ୍ରା କରୁଥିଲେ । ତେବେ ମଝି ଆକାଶରେ ଇର୍ସାଦ ନିମୟ ଭାଙ୍ଗିବାକୁ ଲାଗିଲେ । କେତେବେଳେ ସିଟ୍ ବେଲ୍ଟ ଖୋଲି ଦେଉଥିଲେ ତ ଆଉ କେତେବେଳେ ବିମାନ ଭିତରେ ଏଣେତେଣେ ବୁଲୁଥିଲେ । ତାଙ୍କର ବିଭିନ୍ନ ପ୍ରକାର ଅଶୋଭନୀୟ କାଣ୍ଡ ଦେଖି ଜରୁରୀ ଅବତରଣ କରିବା ପାଇଁ ପାଇଲଟ୍ ନିଷ୍ପତ୍ତି ନେଇଥିଲେ । ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ କରି ଭୁବନେଶ୍ୱର ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଇଥିଲେ ।  

ତେବେ ବିମାନଟି ଅବତରଣ କରିବା ସମୟରେ ଅଚାନକ ଯାତ୍ରୀ ଜଣକ ବିମାନରୁ ଡେଇଁ ପଡିଥିଲେ । ବିମାନର କବାଟ ଖୋଲୁ ଖୋଲୁ ହଠାତ୍ ଏଭଳି କାଣ୍ଡ କଲେ ଏହି ଯୁବକ । ତେବେ ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ ବୋଲି  ପ୍ରାଥମିକ ତଦନ୍ତରୁ ଜଣା ପହିଛି। ତାଙ୍କୁ ବିମାନ କର୍ତ୍ତୃପକ୍ଷ ଏୟାରପୋର୍ଟ ପୁଲିସ୍‌ର ଜିମା ଦେଇଥିଲେ। ପୁଲିସ୍‌ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି। ଇର୍ସାଦଙ୍କ ସହିତ ଥିବା ତାଙ୍କର ଜଣେ ବନ୍ଧୁଙ୍କୁ ବି ପୁଲିସ୍ ଜିମା ଦିଆଯାଇଛି। ଉଭୟ ପୁନେରେ ଏକ ଆଇସକ୍ରିମ ଦୋକାନ​‌ରେ କାମ କରୁଥିବା ଜଣା ପଡିଛି । ଭୁବନେଶ୍ବର ବିମାନବନ୍ଦରରେ ଆଜି ସକାଳ ପ୍ରାୟ ୬ଟା ୧୦ ବେଳେ ବିମାନ ଜରୁରୀ ଅବତରଣ କରିଥିଲା । ଜରୁରୀ ଅବତଣ କରିଥିବା ଇଣ୍ଡିଗୋ ବିମାନଟି ୭ଟା ୧୩ ମିନିଟରେ ହାଇଦ୍ରାବାଦରୁ ଗୌହାଟୀ  ଯାତ୍ରା କରିଥିଲା।