ନୂଆଦିଲ୍ଲୀ – ଜଣେ ଟ୍ରାଭେଲ ବ୍ଲଗର ଦୀପକ ବେଦୀଙ୍କ ଭିଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ। ଫାର୍ଷ୍ଟ ଏସି କୋଚ୍ରେ ସୁଟ୍ କରାଯାଇ ଥିବା ଏହି କ୍ଲିପ୍ ଏକ୍ସରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଭିଡ଼ିଓରେ ଦୀପକ କୋଚ୍ର ଡୋର ଖୋଲନ୍ତି, ଏବଂ ଯେମିତି ଡୋର ଖୋଲେ, ସାମ୍ନାରେ ସିଧା ସଳଖ ବାହାର ଆଡ଼କୁ ଖୋଲା ଗେଟ୍ ନଜର ଆସେ। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।
ବ୍ଲଗର କହିଛନ୍ତି ଯେ, ଏହି ସ୍ଥିତି ଖୁବ୍ ବିପଜ୍ଜନକ। ଯଦି କେହି ଯାତ୍ରୀ ଭୁଲ୍ରେ ହାଲକା ଧକ୍କା ଖାଇ ଡୋର ଖୋଲିବା ସମୟରେ ସନ୍ତୁଳନ ବିଗିଡ଼ ଯାଏ, ତ ସେ ସିଧା ଯାଇ ଟ୍ରେନ୍ ତଳେ ପଡ଼ିଯିବ। ତାଙ୍କ ମୁତାବିକ , ଏହି ଡିଜାଇନ କୌଣସି ସମୟରେ ଗୁରୁତର ଦୁର୍ଘଟଣାର ରୂପ ନେଇ ପାରେ।
ଏହାସହ ମଧ୍ୟ ପଢନ୍ତୁ : ପତାକା ଉତ୍ତୋଳନ କରିବା ପରେ ଆଇଏଏସ୍ ଟିନା ଡାବି କରି ଦେଲେ ବଡ଼ ଭୁଲ୍ , ଭିଡ଼ିଓ ଭାଇରାଲ
रेलवे जान लेकर ही छोड़ेगा?
— Arvind Sharma (@sarviind) January 23, 2026
फर्स्ट एसी के लिए महंगा किराया भी दो। फिर भी इतनी बड़ी लापरवाही होगी तो जिम्मेदार कौन? pic.twitter.com/H1BQJFKeH4
ଉକ୍ତ ଭିଡ଼ିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଛି। ଅନେକ ଲୋକ ଏହାକୁ ସାଂଘାତିକ ସୁରକ୍ଷା ଜନିତ ବିପଦ କହୁଥିବା ବେଳେ ଆଉ କିଛି ୟୁଜରଙ୍କ କହିବାନୁସାରେ ଫାର୍ଷ୍ଟ ଏସିରେ ଏମିତି ଡୋର ଦୁଇପଟକୁ ଖୋଲି ଥାଏ ଏବଂ ଏହା ସାଧାରଣ ଡିଜାଇନ। ବିବାଦ ବୃଦ୍ଧି ମଧ୍ୟରେ ଭାରତୀୟ ରେଲୱେ ମଧ୍ୟ ଏହି ଭାଇରାଲ କ୍ଲିପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଏବଂ ମାମଲାର ପୂରା ସୂଚନା ମାଗିଛନ୍ତି।
ଏହି ଭିଡ଼ିଓ ୨୪ ଜାନୁଆରୀ ୨୦୨୬ରେ ଏକ୍ସ ୟୁଜର @azizkavishପୋଷ୍ଟ କରି ଥିଲା। ଉକ୍ତ ପୋଷ୍ଟରେ ରେଳ କୋଚ ଫ୍ୟାକ୍ଟ୍ରି (ଆରସିଏଫ) , କପୁରଥଲା ,ଖୁବ୍ ଜୋରରେ କାର୍ଯ୍ୟାନୁଷ୍ଠାନ ନେଇଛି। ଭିଡ଼ିଓ ପୋଷ୍ଟ ହେବାର ୧-୨ ଦିନ ମଧ୍ୟରେ ହିଁ ଆରସିଏଫ୍ ନିଜର ଅଫିସିଆଲି ଏକ୍ସ ହ୍ୟାଣ୍ଡେଲ @KapurthalaRcfକୁ ଜବାବ ଦେଇ ଲେଖିଛି ଯେ, ଆମେ ଡିଜାଇନର ଏହି ସମସ୍ୟାକୁ ନୋଟ୍ କରିନେଇଛୁ। ଏହାକୁ ଠିକ୍ କରିବାର ରୂପରେଖ ପ୍ରସ୍ତୁତ ହୋଇ ସାରିଛି ଏବଂ ବର୍ତ୍ତମାନ ଥିବା ଏବଂ ନୂଆ ହେବାକୁ ଥିବା ସବୁ କୋଚ୍ ଗୁଡ଼ିକରେ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ କରାଯିବ।
କାହିଁକି ଭାଇରାଲ ଏହି ଭିଡ଼ିଓ –
ପ୍ରାୟତଃ ରାତିକାଳୀନ ଯାତ୍ରା ବେଳେ କିମ୍ୱା ନିଦ ଆସିବା ସମୟରେ ଯାତ୍ରୀ ଦିଗ ବିଷୟରେ ଅନ୍ଦାଜ ଲଗେଇ ପାରନ୍ତି ନାହିଁ। ଏହି ସ୍ଥିତିରେ ଦୁଇଟି ଡୋର ସାମ୍ନା ସାମ୍ନି ଥିବାରୁ ଭୁଲ ପଦକ୍ଷେପ ନେବାର ବିପଦ ବଢି ଯାଏ। ଏହି କାରଣ ଯେ, ଏହି ଡିଜାଇନ୍ କୌଣସି ବଡ଼ ଦୁର୍ଘଟଣାର କାରଣ ସାଜିପାରେ।