PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପାସପୋର୍ଟ ଅଫିସରେ ଯୁବକଙ୍କ ଅଦ୍ଭୁତ ଆବେଦନ; କହିଲେ ‘ମତେ ପୁରୁଷରୁ ନାରୀ କରିଦିଅ’

Image Courtesy: Times Of India

ନୂଆଦିଲ୍ଲୀ: ଯୁବକଙ୍କ କଥା ଶୁଣୁ ଶୁଣୁ ଅବାକ୍‌ ହୋଇଯାଇଥିଲା ପାସ୍‌ପୋର୍ଟ ଅଫିସରେ ବସିଥିବା କର୍ମଚାରୀ। ବେଙ୍ଗାଲୁରୁରେ ଜଣେ ୨୮ ବର୍ଷର ଯୁବକ ସର୍ଜରୀ କରି ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ସେ ପୁରୁଷରୁ ମହିଳା ହୋଇଯିବା ପରେ ତାଙ୍କ ପାସପୋର୍ଟରେ ଜେଣ୍ଡର ବା ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପାସପୋର୍ଟ ଅଫିସରେ ଆବେଦନ କରିଥିଲେ। ଯାହାକୁ ଦେଖିବା ପରେ ଅବାକ୍‌ ଅଫିସରେ ଥିବା ଅଧିକାରୀ। ସମସ୍ତ ମେଡିକାଲ ତଥ୍ୟ ଯାଞ୍ଚ କଲା ପରେ ବାଧ୍ୟହୋଇ ପାସପୋର୍ଟ ଆବେଦନକୁ ସ୍ବୀକାର କରି ଆବେଦନକାରୀଙ୍କ ଲିଙ୍ଗ ପରିବର୍ତ୍ତନ କରିଥିଲେ ଅଧିକାରୀମାନେ। 

ଲାଲବାଗ୍‌ରେ ଥିବା ପାସପୋର୍ଟ ସେବାକେନ୍ଦ୍ରରେ ଗତ କିଛି ମାସ ପୂର୍ବେ ଏକ ଆପ୍ଳିକେସନ୍‌ ବା ଆବେଦନ ପତ୍ର ମିଳିଥିଲା। ଏଥିରେ ଜଣେ ବ୍ୟକ୍ତି ତାଙ୍କ ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା କରିଦେବାକୁ ଦରଖାସ୍ତ ଦେଇଥିଲେ। ତେବେ ସମସ୍ତ ତଥ୍ୟ ଯାଞ୍ଚ ପରେ ପାସପୋର୍ଟରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଖୁବଶୀଘ୍ର ତାଙ୍କୁ ନୂତନ ପାସପୋର୍ଟ ମିଳିବ ବୋଲି କୁହାଯାଇଛି।

ପାସପୋର୍ଟ ଅଫିସର ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ଏକ ଆବେଦନ କାର୍ଯ୍ୟାଳୟରେ ହୋଇଛି। ଯାହାକୁ ପରିବର୍ତ୍ତନ କରିବା ପାଇଁ ଅନେକ ପ୍ରକ୍ରିୟା କରିବାକୁ ପଡ଼ି‌ଥିଲା।  କାହିଁକି ନାଁ ପାସପୋର୍ଟ ନିୟମ ଅନୁଯାୟୀ, ଯେଉଁ ବ୍ୟକ୍ତି ଲିଙ୍ଗ ପରିବର୍ତ୍ତନ କରିବାକୁ ଆବେଦନ କରିବେ, ସେମାନଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣର ତଥ୍ୟ ପ୍ରମାଣ ଯାଞ୍ଚ କରିବାକୁ ହେବ। ଯେହେତୁ ଏହି ବ୍ୟକ୍ତି ଜଣଙ୍କ ତାଙ୍କର ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି, ତେଣୁ ସେ ଆବେଦନ ବେଳେ ସମସ୍ତ ମେଡିକାଲ କାଗଜପତ୍ର ବା ଡକ୍ୟୁମେଣ୍ଟସ୍‌ ପୈଠ କରିଥିଲେ। ତେଣୁ ସମସ୍ତ ପ୍ରକ୍ରିୟା ପରେ ଏବେ ତାଙ୍କୁ ଖୁବଶୀଘ୍ର ପାସପୋର୍ଟ ମିଳିଯିବ ବୋଲି କହିଛନ୍ତି ଅଧିକାରୀ।

ସମ୍ବନ୍ଧିତ ଖବର