PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଉ କିଛି କ୍ଷଣର ଅପେକ୍ଷା, ୧୬ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡା ୨୪/୭: ଆଉ ଅଳ୍ପ ସମୟ ପରେ ଆସିବ ପାଟକୁରା ନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୧୫ ରାଉଣ୍ଡ ସୁଦ୍ଧା ୧୭,୦୮୭ ଭୋଟରେ ବିଜେଡି ଆଗୁଆ ଅଛି । ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୪,୩୭୧ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୬୭,୨୮୪ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୯୩୩ ଖଣ୍ଡ ଭୋଟ୍ ମିଳିଛି ।

ଦ୍ୱାଦଶ ରାଉଣ୍ଡରେ ପାଟକୁରାରେ ବିଜେଡି ଆଗୁଆ ରହିଥିଲା । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୬୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ । ୧୨ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୬୯୬୯୬ ଖଣ୍ଡ ଭୋଟ ମିଳିଛି । ସେହିଭଳି ୨ୟରେ ରହିଥିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଦ୍ୱାଦଶ ରାଉଣ୍ଡରେ ବିଜୟଙ୍କୁ ୫୩୫୫୨ ଖଣ୍ଡ ଭୋଟ ମିଳିଛି । ତେବେ ୧୨ ରାଉଣ୍ଡ ସୁଦ୍ଧା ବହୁ ପଛରେ ପଡିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୬୯୩ ଖଣ୍ଡ ଭୋଟ୍ ।

ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୮୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ଦ୍ବିତୀୟ ରାଉଣ୍ଡରେ ବିଜେଡିକୁ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଛି । ତୃତୀୟ ରାଉଣ୍ଡରେ ବିଜେଡିକୁ ୬୪୨୫ ଖଣ୍ଡ ଓ ବିଜେପିକୁ ୪୨୬୭ ଖଣ୍ଡ ଭୋଟ୍, ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୬୨୫୪ ଓ ବିଜେପିକୁ ୪୯୮୦ ଖଣ୍ଡ ଭୋଟ୍, ଷଷ୍ଠ ରାଉଣ୍ଡରେ ବିଜେଡିକୁ ୬,୦୧୨ ଭୋଟ୍ ଓ ବିଜେପିକୁ ୧୫୩ ଭୋଟ୍, ସପ୍ତମ ରାଉଣ୍ଡରେ ବିଜେଡି ୫୪୨୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୪୧୬୬ ଭୋଟ ମିଳିଥିଲା । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୯୮୪ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୩୪୩୦୩ ଖଣ୍ଡ ଭୋଟ । ସେହିଭଳି କଂଗ୍ରେସ ୧୨୮୮ ଭୋଟ ପାଇଥିବା ବେଳେ ନୋଟାରେ ପଡିଛି ୨୬୧ ଭୋଟ । ନବମ ରାଉଣ୍ଡରେ ବିଜେଡିକୁ ୫୭୪୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୩୫୧ଖଣ୍ଡ ଭୋଟ୍ ମିଳିଥିଲା ।

ଲଗାତାର ୧୦ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ଆଗୁଆ ରହିଥିବା ବେଳେ ଏକାଦଶ ରାଉଣ୍ଡରେ ବିଜେଡ଼ିକୁ କାଟିଥିଲା ବିଜେପି । ଦଶମ ରାଉଣ୍ଡ ପରେ ୧୧ତମ ରାଉଣ୍ଡରେ ଆଗେଇଥିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଏକାଦଶ ରାଉଣ୍ଡରେ ୨୩୧ ଭୋଟରେ ଆଗୁଆ ରହିଥିଲା ବିଜେପି । ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ୬୯୬୯୬ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଥିଲା ୫୩୫୫୨ ଖଣ୍ଡ ଭୋଟ । ସେହିଭଳି କଂଗ୍ରେସ ୧୬୯୩ ଭୋଟ ପାଇଥିଲା । ୧୨ ରାଉଣ୍ଡ ସୁଦ୍ଧା ୧୬,୧୪୪ ଭୋଟରେ ବିଜେଡି ଆଗୁଆ ରହିଥିଲା । ଦ୍ୱାଦଶ ରାଉଣ୍ଡରେ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୬୯,୬୯୬ ଖଣ୍ଡ ଭୋଟ୍  ଓ ବିଜେପିର ବିଜୟ ମହାପାତ୍ରଙ୍କୁ ୫୩,୫୫୨ ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଜୟନ ମହାନ୍ତିଙ୍କୁ ୧୬୯୩ ଖଣ୍ଡ ଭୋଟ୍ ମିଳିଥିଲା  । ୧୩ ରାଉଣ୍ଡରେ ବିଜେଡିକୁ ୫,୨୪୯ ଭୋଟ୍  ଓ ବିଜେପିକୁ ୪,୬୬୮ ଭୋଟ୍ ମିଳିଥିଲା ।

ଭୋଟ୍ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗଣତିରେ ୨ ଶହ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ୧୮ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ୍ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ । ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ହୋଇଥିବା ମତଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ୍ ୧୦ ଜଣ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ପାଟକୁରାରେ କିଏ ବିଧାୟକ ହେବ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର