ମାଥିଲିରେ ପଥ ଉତ୍ସବ: ରାସ୍ତାରେ ନୃତ୍ୟରେ ଝୁମିଲେ ଜନସାଧାରଣ, ଅଧିକାରୀ, ଲୋକପ୍ରତିନିଧି

ମାଲକାନଗିରି,୨୫।୧(ଆପ୍ର): ୭୪ତମ ସାଧାରଣତନ୍ତ୍ର ଦିବସ ଓ ଜାତୀୟ ମତଦାନ ଦିବସ ଉପଲକ୍ଷେ ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ଠାରେ ପ୍ରଥମ ଥର କରି ଆରମ୍ଭ ହୋଇଛି ପଥ ଉତ୍ସବ। ବ୍ଲକ ସଦର ମହକୁମାରେ ମହାତ୍ମାଗାନ୍ଧୀ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ମାଥିଲି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ମାଥିଲି ବ୍ଳକ ଅଧ୍ୟକ୍ଷ ମହେଶ କୁମାର ବାକା ଓ ମାଥିଲି ବିଡ଼ିଓ ହୃଷିକେଶ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ମାଥିଲି ସଦର ପଂଚାୟତ ର ସରପଞ୍ଚ କାନାମ ରାଜୁ ନାୟକ ଓ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ବାଲରାଜୁ କୋପେ, ପ୍ରେରଣା ମହିଳା ଟ୍ରଷ୍ଟର ସଭାନେତ୍ରୀ ସନ୍ତୋସିନୀ ପାତ୍ର ଯୋଗ ଦେଇ ଦର୍ଶକ ଓ ପଥଚାରି ଙ୍କ ସହିତ ନୃତ୍ୟରେ ମସଗୁଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ମାଥିଲି ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଆଦିବାସୀ ନେତା ସମାଜ ସେବୀ ଶରତ ଚନ୍ଦ୍ର ବୁରୁଦା ଓ ପୂର୍ବତନ ମାଥିଲି ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ, ପୂର୍ବତନ ସରପଞ୍ଚ ଗୌରୀ ବଟେ ଓ ବରିଷ୍ଠ ନାଗରିକ ଅବଦୁଲ ଗାଫାର ,ମାଥିଲି ପଞ୍ଚାଯତ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ମହାରଣା ଓ ମାଥିଲି ପଂଚାୟତ ସମିତି ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ।
ପ୍ରଥମ ଥର ପାଇଁ ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପରି ଆଦିବାସୀ ବହୁଳ ବ୍ଲକ ସଦର ମହକୁମାର ରାଜରାସ୍ତା ଉପରେ ଏପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମାଥିଲି ଗ୍ରାମ ପଞ୍ଚାଯତର ସରପଞ୍ଚ କାନାମ ରାଜୁ ନାୟକ ଓ ପଞ୍ଚାଯତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣାଙ୍କ ପ୍ରୟାସରେ ଏହା ଆରମ୍ଭ ହୋଇଛି। ମାଥିଲି ଅଞ୍ଚଳର ବହୁ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସମାଜସେବୀ, ଶିକ୍ଷକ ,ଶିକ୍ଷୟିତ୍ରୀ,ବରିଷ୍ଠ ନାଗରିକ ଓ ସାମ୍ବାଦିକ ସଂଗୀତର ତାଳେ ତାଳେ ଆଜି ଝୁମି ଉଠିଥିଲେ।ଏହି ଅବସରରେ ଅନ୍ଧ ବିଶ୍ୱାସ କୁ ରୋକିବା ପାଇଁ ଆଦର୍ଶ ବିଦ୍ୟାଳୟ ର ଛାତ୍ର ମାନେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ। ଯାହାଦ୍ୱାରା ବିଜ୍ଞାନ ଯୁଗରେ ଗୁଣି ଗାରେଡି ଉପରେ ଭରଷା କରି କିପରି ବହୁ ଜୀବନ ଅକାଳରେ ଝଡି ପଡୁଛି।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣି ଗାରେଡି ଉପରେ ଭରସା କରି ସମୟ ନଷ୍ଟ ନକରି ତୁରନ୍ତ କିପରି ଡାକ୍ତର ପାଖକୁ ଆଣି ଚିକିତ୍ସା କରାଇଲେ ବହୁ ଜୀବନ ରକ୍ଷା ହୋଇ ପାରିବ ବୋଲି ସୁନ୍ଦର ନାଟକ ପରିବେଷଣ କରିଥିଲେ।

କୌତୁକ ପୋଷାକ, ଜାତିର ପିତା ମହାତ୍ମାଗାନ୍ଧୀ, ଭଗତ ସିଂ, ଝାଂସି ରାଣୀ ଲକ୍ଷ୍ମୀ ବାଇ, ଭାରତ ମାତା ଓ ମାଥିଲି ଅଞ୍ଚଳର ବୀର ପୁତ୍ର ସହିଦ ଲକ୍ଷ୍ମଣ ନାୟକ ଓ ମାଥିଲି ର ବିର ପୁଅ ରଞ୍ଜିତ ମହାରଣା ଯିଏ ନସ୍କଲ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ସହିଦ ହୋଇଥିବା ଯବାନ ଙ୍କ ପୋଷାକ ରେ ସହିଦ ମାନଙ୍କୁ ସମ୍ମାନ ଜଣାଇ କୁନି କୁନି ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ପୋଷାକ ରେ ଦେଖିବାକୁ ମିଳିଥିଲା।ଏହି ଉତ୍ସବ ରେ ଏକ ମଞ୍ଚରେ ବିର ପୁରୁଷ ଙ୍କ ଗାଥା ଓ ସଚେତନତା ନାଟକ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ସଡକ ସୁରକ୍ଷା ସଚେତନତାକୁ ନେଇ ମଧ୍ୟ ଅନୁରୂପ ଭାବେ ସୁନ୍ଦର ବାର୍ତ୍ତାକୁ ସ୍ଥାନ ଦିଆଯାଇଥିଲା।ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଦୁର୍ଯ୍ୟୋଧନ ବେହେରା ମଞ୍ଚ ଉପରେ ନିଜର ବିଭିନ୍ନ ପ୍ରକାର ଯାଦୁ ବିଦ୍ୟାର କଳା ଦେଖାଇ ଉପସ୍ଥିତ ଜନତା ଙ୍କ ମନ ମୋହିଥିଲେ। ମାଲକାନଗିରି ଜିଲ୍ଲାର ବଡ଼ି ବିଲଡର ମାନଙ୍କ ପଦର୍ଶନ ବେଶ ଆକର୍ଷଣ କରିଥିଲା ଦର୍ଶକ ମାନଙ୍କୁ।ଆଜିର ଏହି ମାଥିଲି ପଥ ଉତ୍ସବ ରେ ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରଙ୍ଗୋଲି, ଝୁଟି ଓ ଆଦିବାସୀ ନୃତ୍ୟ ଢେମସା ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରିଥିଲେ।