PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ପଥ ଉତ୍ସବରେ ଦେଶପ୍ରେମ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଆକାଶ ଥିଲା ମେଘାଚ୍ଛନ । କୋହଲା ପାଗରେ ଦେହହାତ କୋଲ ମାରି ଯାଉଥିଲା । ପୁଣି ମଝିରେ ମଝିରେ ଦଲକାଏ ଲେଖାଏ ପବନ ଥରାଇ ଦେଉଥିଲା । ହେଲେ ଏସବୁ କିଛି କାଟୁନଥିଲା ଯୁବପିଢ଼ିଙ୍କୁ । ଘଣ୍ଟାକଣ୍ଟାରେ ୭ଟା ବାଜିବା କ୍ଷଣି ସମସ୍ତେ ପହଞ୍ଚି ଯାଇଥିଲେ ଜନପଥରେ ।
ଶୀତବସ୍ତ୍ର ଘୋଡ଼ିଘାଡ଼ି ହୋଇ ଯାଇଥିବା ଯୁବଗୋଷ୍ଠୀ ପଥ ଉତ୍ସବରେ ପହଞ୍ଚିବା କ୍ଷଣି ଶୀତ ଛାଡ଼ି ଯାଇଥିଲା । ଶୀତବସ୍ତ୍ର ଓହ୍ଲାଇ କିଛି ସମୟ ମଜି ଯାଇଥିଲେ ବ୍ୟାୟାମରେ । ଏହାପରେ ଆରମ୍ଭ ହୋଇଥିଲା ସେଲିବ୍ରେସନ୍‌ । ସାଙ୍ଗସାଥୀଙ୍କ ସହିତ ପ୍ରତିଟି ମୁହୂର୍ତ୍ତକୁ ମନଭରି ଉପଭୋଗ କରିଥିଲେ । ଆଉ ଏହାକୁ ସ୍ମରଣୀୟ କରିବାକୁ ବିଭିନ୍ନ ପ୍ରକାର ଫଟୋ ଉଠାଇ ସାଇତି ରଖିଥିଲେ ।
ଆଜି ପଥ ଉତ୍ସବରେ ଦେଶପ୍ରେମର ଝଲକ୍‌ ଦେଖିବାକୁ ମିଳିଥିଲା । ସାଧାରଣତନ୍ତ୍ର ଦିବସ ଦିନକ ପୂର୍ବରୁ ସରିଥିଲେ ମଧ୍ୟ ଲୋକମାନଙ୍କ ମନରେ ଉତ୍ସାହ କମି ନଥିଲା । ରଙ୍ଗୋଲିରେ ଭାରତମାତା ଓ ଭାରତ ମାନଚିତ୍ର ଅଙ୍କା ଯାଇଥିଲା । ସେହିପରି ଦେଶ ସ୍ୱାଧୀନ ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ମଧ୍ୟ ସ୍ମରଣୀୟ କରାଯାଇଥିଲା । କେବଳ ଏମିତି ନୁହେଁ ମଞ୍ଚରେ ମଧ୍ୟ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ ହୋଇଥିଲା । ଯୁବତୀମାନେ ମୁହଁରେ ତ୍ରିରଙ୍ଗା କରୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଅନ୍ୟଦିନ ଅପେକ୍ଷା ଆଜି ପଥ ଉତ୍ସବ ଟିକେ ନିଆରା ଲାଗୁଥିଲା ।