ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପଟିଆ ଜଗନ୍ନାଥ ଆମ୍ବ ତୋଟା ବସ୍ତିରେ ଲମ୍ପି ଆତଙ୍କ, ଏଯାଏଁ ଗଲାଣି ୧୫ ଗୃହପାଳିତ ପଶୁଙ୍କ ଜୀବନ

ଭୁବନେଶ୍ଵର, ୨୪/୦୧ : ଭୁବନେଶ୍ଵର ସ୍ଥିତ ପଟିଆ ଜଗନ୍ନାଥ ଆମ୍ବ ତୋଟା ବସ୍ତିରେ ଲମ୍ପି ଭାଇରସ୍ ଆତଙ୍କ। ଏହି ଅଞ୍ଚଳରେ ଗାଈଗୋରୁ ମଇଁଷି ଲମ୍ପି ଭାଇରସ୍‌ ଦ୍ଵାରା ସଂକ୍ରମିତ ହେଉଛନ୍ତି। ଲମ୍ପି ଆକ୍ରମଣ କରିବା ମାତ୍ରେ ଗାଈ ମଇଁଷିଙ୍କ ଗୋଡ଼ ଫୁଲି ଫାଟି ଘା ହୋଇଯାଉଛି। ଖୁରାରେ ମଧ୍ୟ ଘା ହେଉଛି। ସଂକ୍ରମିତ ହେବାର ୪-୫ ଦିନ ଯାଏଁ ନଖାଇ ନପିଇ ପଶୁମାନେ ପଡ଼ି ରହୁଛନ୍ତି। ଏହାପରେ ମୃତ୍ୟୁ ହେଉଛି।

ଓୟୁଏଟି ଡ଼ାକ୍ତରମାନେ ଚିକିତ୍ସା କରୁଥିଲେ ସୁଦ୍ଧା ଏହାର ସଫଳ ଚିକିତ୍ସା ଏଯାଏଁ ବାହାରି ପାରି ନାହିଁ। ଏହି ବସ୍ତିରେ ପ୍ରାୟ ୧୫ ପାଖାପାଖି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

Copyright © 2022 - Summa Real Media Private Limited. All Rights Reserved.