ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୨୭ ବର୍ଷରେ ପଟିଆ ଗଡ଼ ମହାବୀର ଦୁର୍ଗାପୂଜା କମିଟି, ଅମ୍ବର୍‌ ପ୍ୟାଲେସ୍‌ରେ ମା’

Published By : Rasmita Pradhan | October 10, 2024 11:55 AM

ଚନ୍ଦ୍ରଶେଖରପୁର, ୧୦/୧୦ : ପଟିଆ ଗଡ଼ ମହାବୀର ଦୁର୍ଗାପୂଜା କମିଟି ଚଳିତ ବର୍ଷ ରାଜସ୍ଥାନର ଅମ୍ବର ପ୍ୟାଲେସ୍‌ ନିର୍ମାଣ କରିଛି । ଏହାର ଉଚ୍ଚତା ୭୨ ଫୁଟ ରହିଥିଲା ବେଳେ ଓସାର ୮୦ ଫୁଟ । ୧୪ ଫୁଟର ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସହ ୧୬ ଫୁଟର ତାରକସୀ ମେଢ କାମ ଜାରି ରହିଛି । ଏହାକୁ କଟକର ଦକ୍ଷ କାରିଗରମାନେ ନିର୍ମାଣ କରୁଛନ୍ତି । ଏଥର ବିଶେଷ ଆକର୍ଷଣ ସାଜିବ ବୃହଦ୍‌କାୟ ଚାନ୍ଦି ମୁକୁଟ । ଏହା ୬ କେଜି ରୁପାରେ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହୋଇଛି । ଏହାକୁ କଟକ ମାନସିଂପାଟଣାର କାରିଗରମାନେ ନିର୍ମାଣ କରିଛନ୍ତି । ମାଆଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭା ପ । ଇ ବ । ସହିତ ସେ ରୁପା ଗହଣାରେ ସୁସଜ୍ଜିତ ହେବେ । ସେହିପରି ପାର୍ଶ୍ୱ ଦେବଦେବୀମାନେ ମଧ୍ୟ ଚାନ୍ଦି ମୁକୁଟ ଓ ରୁପା ଗହଣା ପରିଧାନ କରିବେ ।  

ଚଳିତ ବର୍ଷ ପୂଜା ୨୭ ବର୍ଷରେ ପଦାର୍ପଣ କରିଛି । ଚଳିତବର୍ଷ ବଜେଟ୍‌ ୪୦ ଲକ୍ଷ ଟଙ୍କା ରଖାଯାଇଛି । ପୂଜାରେ ୨ ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ । ନବମୀ ଦିନ କୁମାରୀ ପୂଜା, ଦହି ପଖାଳ ଭୋଗ, ଦଶମୀ ଦିନ ଅପରାଜିତା ପୂଜା, ପୂର୍ଣ୍ଣାହୁତି, ଘଟ ବିସର୍ଜନ ହେବ । ସପ୍ତମୀରେ ଭଜନ ସନ୍ଧ୍ୟା, ଅଷ୍ଟମୀ, ନବମୀ ଓ ଦଶମୀରେ ମେଲୋଡି ହେବାର କାର୍ଯ୍ୟକ୍ରମ ରହିଛି । ପୂଜା ପଡିଆରେ ମୀନା ବଜାର ଓ ରାମଦୋଳି ପଡିବ । ପୂଜା ମଣ୍ଡପରେ ଓ ବାହାରେ ଭିଡ ନିୟନ୍ତ୍ରଣ ପାଇଁ ୧୦୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ଏଥିସହିତ ୧୧ଟି ସିସିଟିଭି କ୍ୟାମେରା ଲଗାଯିବ । ମଣ୍ଡପରେ ୬ଟି ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ । ମଣ୍ଡପକୁ ସଂଯୋଗ କରୁଥିବା ୪ଟି ରାସ୍ତାରେ ଏଲ୍‌ଇଡି ଲାଇଟ୍‌ର ଗେଟ୍‌ ହେବା ସହ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯିବ । ପାରମ୍ପରିକ ବାଦ୍ୟରେ ପଟିଆ ଗ୍ରାମ ପରିକ୍ରମା କରାଯାଇ ମାଆଙ୍କୁ ମେଲାଣି ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.