PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ : ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ

ପାଟନା,୯।୮:ବିହାରରେ ଭାଙ୍ଗିଲା ଜେଡିୟୁ ଓ ବିଜେପିର ମେଣ୍ଟ ସରକାର। ମଙ୍ଗଳବାର ସକାଳୁ ଜାରି ରାଜନୈତିକ ଗତିବିଧି ଭିତରେ ଯେ କୌଣସି ସମୟରେ ଏନେଇ ଔପଚାରିକ ଘୋଷଣା କରାଯିବାର ଚର୍ଚ୍ଚା ହେଉଥିଲା। ଏହାଭିତରେ ଯେଉଁ ଖବର ସାମାନୁକ ଆସିଛି ତାହା ଅନୁସାରେ, ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପରାହ୍ନ ୪ଟା ବେଳେ ବିହାରର ରାଜ୍ୟପାଳଙ୍କୁ ସାକ୍ଷାତ କରି ନୂଆ ସରକାର ଗଠନ କରିବାର ଦାବି କରିବେ।

ବିହାରରେ ଯେଉଁ ନୂତନ ସମୀକରଣ ହେବ, ତାହା ଅନୁସାରେ, ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ ପରସ୍ପର ମିଶି ସରକାର ଗଠନ କରିବେ। ମିଳିଥିବା ସୂଚନା ଅନୁସାରେ, ନୀତୀଶ କୁମାର ୧୬୦ ବିଧାୟକ(ଆରଜେଡି-୭୯, ଜେଡିୟୁ-୪୫, କଂଗ୍ରେସ-୧୯, ବାମଦଳ-୧୬ ଓ ନିର୍ଦ୍ଦଳୀୟ-୧)ଙ୍କ ସମର୍ଥନ ପତ୍ର ନେଇ ରାଜଭବନ ଯିବେ। ଏହା ପୂର୍ବରୁ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ମହାମେଣ୍ଟର ସବୁ ଦଳର ବିଧାୟକ ନିଜର ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ତେଜସ୍ବୀ ମହାମେଣ୍ଟର ବିଧାୟକଙ୍କୁ ଏଥିପାଇଁ ଧନ୍ୟବାନ ପ୍ରଦାନ କରି କହିଛନ୍ତି, ଆପଣମାନେ ମୋ ଉପରେ ଭରସା କଲେ, ତେଣୁ ଆପଣଙ୍କୁ ମୋର ଧନ୍ୟବାଦ। ଆମେମାନେ ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ମିଶିକି କାମ କରିବୁ ଓ ୨୦୨୦ ରେ ଯେଉଁ ପ୍ରତିଶୃତି ଦେଇଥିଲୁ ତାକୁ ପୂରଣ କରିବୁ। ସୂଚନା ଅନୁସାରେ, ତେଜସ୍ବୀ ନିଜର ବିଧାୟକଙ୍କ ସମର୍ଥନ ପତ୍ର ନୀତୀଶ କୁମାରଙ୍କୁ ପ୍ରଦାନ କରିବେ, ଯାହାପରେ ବିହାରରେ ଔପଚାରିକ ରୂପରେ ନୂତନ ସରକାର ଗଠନର ଘୋଷଣା କରାଯାଇପାରେ। ବିହାରରେ ନୂଆ ସରକାର ଗଠନକୁ ନେଇ ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଖୁବ୍ ଚର୍ଚ୍ଚା ଜୋର ଧରିଥିଲା।