ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ହୋମୱାର୍କ କରି ନଥିବାରୁ ରାଗି ଗଲେ ଶିକ୍ଷକ , ଏତେ ପିଟିଲେ ଯେ ଛାତ୍ରଙ୍କ ଚାଲିଗଲା ଦୃଷ୍ଟିଶକ୍ତି

Published By : Prameya | November 19, 2024 10:32 PM

ପାଟନା – ମାଆ, ପିତା ଓ ଗୁରୁଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଇ ଥାଏ। ହେଲେ ଅନେକ ଥର ଦେଖାଯାଏ କି ଗୁରୁ ନିଜେ ହିଁ ନିଜର ଗାରିମା ଭଙ୍ଗ କରି ଦେଇ ଥାନ୍ତି। ବିହାରର ଅରୱଲରୁ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାରେ ଥିବା ହିମାଳୟନ ଆବାସୀୟ ବିଦ୍ୟାଳୟ ଉମେରାବାଦରେ ୫ମ କ୍ଲାସର ଜଣେ ଛାତ୍ରଙ୍କୁ, ଶିକ୍ଷକ ଏମିତି ମାଡ଼ ମାରିଲେ ଯେ, ତାଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଗଲା। 

ଅଭିଯୋଗ ମୁତାବିକ, ଶିକ୍ଷକ ଛାତ୍ରଙ୍କୁ ବାଡ଼ିରେ ଏମିତି ପିଟିଲେ ଯେ, ତାଙ୍କର ଏକ ଆଖିର ଦୃଷ୍ଟିଶକ୍ତି ଚାଲିଗଲା। ପୂରା ମାମଲାରେ ପିଲାର ଅଭିଭାବକ ପ୍ରଥମେ ସ୍କୁଲରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସରେ ଯାଇ ମାମଲା ରୁଜୁ କରାଇ ଥିଲେ। 

ମିଳିଥିବା ସୂଚନା ଅନୁସାରେ , ପୀଡ଼ିତ ଛାତ୍ରଙ୍କ ନାଁ ଅମୃତ ରାଜ। ଗତ ଦିନରେ ସେ ଅସୁସ୍ଥ ଥିଲେ। ଏହି କାରଣରୁ ସେ ସ୍କୁଲ ଯାଇ ପାରୁ ନଥିଲେ। ଏହି ସମୟରେ କ୍ଲାସରେ ଦିଆ ଯାଇଥିବା ହୋମୱାର୍କ ବିଷୟର ସେ ଜାଣି ପାରି ନଥିଲେ ଏବଂ ସେ ଏହାକୁ ଶେଷ କରି ନଥିଲେ।ପରିଜନଙ୍କ ପକ୍ଷରୁ ପୋଲିସକୁ ଦିଆଯାଇ ଥିବା ଅଭିଯୋଗରେ କୁହାଯାଇଛି ଯେ, ହୋମୱାର୍କ ଶେଷ ହୋଇ ନଥିବା କାରଣରୁ , କ୍ଲାସ୍‌ର ଟିଚର ବାଡ଼ିରେ ପିଟିବା ଆରମ୍ଭ କରିଦେଇ ଥିଲେ। ପିଟିବା କାରଣରୁ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଏହି ସ୍ଥିତିରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇ ଥିଲା। ହେଲେ ଡାକ୍ତରମାନେ ତାଙ୍କୁ ପାଟନା ରେଫର କରି ଦେଲେ। ଏମିତିରେ ତାଙ୍କର ଚିକିତ୍ସା ଆଇଜିଏମଏସ ପାଟଣାରେ ନେତ୍ର ବିଭାଗରେ କରାଯାଇଛି। 

ପାଟନାର ଡାକ୍ତରମାନେ କହିଛନ୍ତି , ଲୋ ଭିଜନ ଓ ରେଟିନାରେ ସମସ୍ୟା ହୋଇଛି। ଆଖିରେ ଜୋରରେ ଆଘାତ ଲାଗିଛି। ସହଶିକ୍ଷକ ପ୍ରିନ୍ସ କୁମାରଙ୍କ ଉପରେ ପିଲାକୁ ମାଡ଼ ମାରିବାର ଅଭିଯୋଗ ହୋଇଛି। 

ଏହି ମାମଲାରେ ସଦର ଥାନାରେ ସ୍କୁଲର ଟିଚର ଓ ପ୍ରିନ୍ସିପାଲଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇ ମାମଲାର ଯାଞ୍ଜ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.