ନୂଆଦିଲ୍ଲୀ,୩୧/୦୮: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ଟିଭି ସିରିୟଲ ଅଭିନେତ୍ରୀ 'ପବିତ୍ର ରିସ୍ତା'ର ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି । ବର୍ଷେ ହେବ କ୍ୟାନ୍ସରରେ ଥିଲେ ପୀଡିତ ଥିଲେ ପ୍ରିୟା । ୩୮ ବର୍ଷ ବୟରେ ଦୁନିଆକୁ ଅଲବିଦା କହିଛନ୍ତି । ଅନେକ ଟିଭି ସିରିୟଲ ଓ ୱେବ୍‌ ସିରିଜରେ ନଜର ଆସିଥିଲେ ପ୍ରିୟା । ଫେମସ୍‌ ସିରିୟଲ 'ପବିତ୍ର ରିସ୍ତା'ରେ ଅଙ୍କିତା ଲୋଖଣ୍ଡେ ଓରଫ ଅର୍ଚ୍ଚନାଙ୍କ ସାନ ଭଉଣୀ ଭୂମିକାରେ ନଜର ଆସିଥିଲେ । ବିଶେଷ କରି ମରାଠୀ ଇଣ୍ଡଷ୍ଟ୍ରୀର ଜଣାଶୁଣା ନାମ ଥିଲେ ।

 ୩୮ ବର୍ଷରେ ପ୍ରିୟାଙ୍କ ପରଲୋକ- ବର୍ଷେ ହେବ କ୍ୟାନ୍ସରରେ ପୀଡ଼ିତ ଥିଲେ ପ୍ରିୟା । ଆଜି ମୁମ୍ବାଇ ମୀରା ରୋଡ ସ୍ଥିତ ବାସ ଭବନରେ ମାତ୍ର ୩୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରିୟା ମରାଠେ । 'ପବିତ୍ର ରିସ୍ତା'ରେ ପ୍ରାୟ ନେଗେଟିଭ୍ କ୍ୟାରେକ୍ଟରରେ ନଜର ଆସିଥିଲେ । ସେଥିରେ ତାଙ୍କ ନାମ ବର୍ଷା ଦେଶପାଣ୍ଡେ ଥିଲା । ପ୍ରିୟା ଚାର ଦିବସ ସାସୁଚେ, କସମ ସେ, କମେଡୀ ସର୍କସ କେ ସୁପରଷ୍ଟାର, ବଡ଼େ ଅଛେ ଲଗତେ ହେଁ, ଭାରତ କି ବୀର ପୁତ୍ର ମହାରଣା, ସାବଧାନ ଇଣ୍ଡିଆ, ସାଥ ନିଭାନା ସାଥିଆ ପରି ସିରିୟଲରେ ନଜର ଆସିଥିଲେ ।

ପ୍ରିୟାଙ୍କ କ୍ୟାରିୟର- ୧୯୮୭ ଏପ୍ରିଲ ୨୩ରେ ମୁମ୍ବାଇରେ ପ୍ରିୟାଙ୍କ ଜନ୍ମ ହୋଇଥିଲା । ମୁମ୍ବାଇରୁ ହିଁ ତାଙ୍କର ପାଠପଢା ଶେଷ ହୋଇଥିଲା । ପାଠପଢା ଶେଷ ହେବା ପରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ପ୍ରିୟା । ପ୍ରିୟା ବିଭିନ୍ନ ସିରିୟଲରେ  ତାଙ୍କର ନକାରାତ୍ମକ ଭୂମିକା ପାଇଁ ଜଣାଶୁଣା ଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୨୩ ମସିହାରେ "ତୁଜେଚ୍ ମି ଗୀତ ଗାତ ଆହେ" ଶୋ’ରେ ଦେଖିବାକୁ ମିଳିଥିଲା । ପ୍ରିୟା ୨୦୦୮ ମସିହାରେ ଚଳଚ୍ଚିତ୍ରରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା ଦେଇଥିଲେ । ସେ "ହମନେ ଜୀନା ସୀଖ ଲିୟା" ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ୨୦୧୭ ମସିହାରେ "ତି ଆନି ଇତାର" ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରିୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ପ୍ରେମିକ ଶାନ୍ତନୁ ମୋଘେଙ୍କୁ ବିବାହ କରିଥିଲେ। ଶାନ୍ତନୁ ମୋଘେ ମଧ୍ୟ ଜଣେ ଅଭିନେତା । ପ୍ରିୟା ଗୋଟିଏ ବର୍ଷ ପୂର୍ବେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ୨୦୨୪ ମସିହା ଅଗଷ୍ଟ ୧୧ ତାରିଖରେ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ କରିଥିଲେ ।