ନୂଆଦିଲ୍ଲୀ,୨୪/୦୨; ଆଣ୍ଡାମାନରେ ଆଜି ସକାଳୁ ସକାଳୁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ଭରିବାର କିଛି ସମୟ ପରେ ସମୁଦ୍ରରେ କ୍ରାସ୍ କରିଛି ପବନହିଂସ ହେଲିକପ୍ଟର । ଏଥିରେ ୭ ଜଣ ଲୋକ ଥିବା ସୂଚନା ମିଳିଛି । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ହେଲିକପ୍ଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି । ପାଇଲଟଙ୍କୁ ଆଣ୍ଡାମାନ ସାଗରରେ କ୍ରାସ୍ ଲ୍ୟାଣ୍ଡିଂ କରିବାକୁ ପଡିଲା । ପାଇଲଟଙ୍କ ବୁଦ୍ଧି ପାଇଁ ବଡ଼ ଅଘଟଣ ଟଳିଯାଇଛି । ବିମାନର କ୍ଷତି ହୋଇଥିଲେ ବି କୌଣସି ଜୀବନହାନି ହୋଇନାହିଁ । ହେଲିକପ୍ଟରେ ୨ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ଥିଲେ ।

ଦୁର୍ଘଟଣା ବାବଦରେ ମିଳିଥିବା ସୂଚନା ଅନୁସାରେ, ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଞ୍ଚି କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କୁ ପାଣିରୁ ବାହାର କରିଥିଲେ । ପବନହଂସ ହେଲିକପ୍ଟରଟି ପୋର୍ଟ ପ୍ଲେୟରରୁ ମାୟାବନ୍ଦର ଯାଉଥିଲା । ହେଲିକପ୍ଟରଟି ଉଡାଣ ଭରିବା ପରେ ପାଇଲଟଙ୍କୁ ଯାନ୍ତ୍ରିକ ତ୍ରୁଟି ନେଇ ଜଣାପଡିଥିଲା । ଏହା ପରେ ସେ ସମୁଦ୍ରରେ ହେଲିକପ୍ଟରକୁ କ୍ରାସ୍ ଲ୍ୟାଣ୍ଡିଂ କରିବାର ବିକଳ୍ପ ବାଛିଥିଲେ । ଶେଷରେ ବିମାନଟି ସମୁଦ୍ରରେ ଖସି ପଡିଥିଲା ।

ଏହା ବି ପଢନ୍ତୁ...ଏୟାରଆମ୍ବୁଲାନ୍ସ କ୍ରାସ୍ରେ ସମସ୍ତ ୭ ଯାତ୍ରୀ ମୃତ, ପାଇଲଟ୍ ATC କୁ ରୁଟ୍ ବଦଳାଇବାକୁ କହିଥିଲେ ହେଲେ...  

​​​​​​​ଝାଡ଼ଖଣ୍ଡରେ ଗତକାଲି ଏକ  ଏୟାର-ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର-ଆମ୍ବୁଲାନ୍ସ କ୍ରାସ୍ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ରୋଗୀଙ୍କ ସମେତ ୫ ଜଣ ଯାତ୍ରୀ ଥିଲେ । ପ୍ରାରମ୍ଭିକ ସୂଚନା ଅନୁସାରେ ବିଚକ୍ରାପ୍ଟ ବିମାନ ବିଟିଏଜେବି ରାଞ୍ଚିରୁ ଦିଲ୍ଲୀ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଏହି ଦୁର୍ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତମାସରେ ମହାରାଷ୍ଟ୍ରର ବାରାମତୀ ଏକ ଭୟଙ୍କର ପ୍ଲେନ୍ କ୍ରାସ ହୋଇଥିଲା । ଯେଉଁଥିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ଏହାର ସିିବିଆଇ ତଦନ୍ତ ଦାବି କରିଛନ୍ତି  ।