ନୂଆଦିଲ୍ଲୀ,୨୪/୦୨; ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ସୋମବାର ରାତିରେ ଝାଡଖଣ୍ଡର ଚତ୍ରା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ରୋଗୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ସମସ୍ତ ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଡିଜିସିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ରେଡବାର୍ଡ ଏୟାରୱେଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପରିଚାଳିତ ଏହି ଏୟାର ଆମ୍ବୁଲାନ୍ସ ବିଚ୍କ୍ରାଫ୍ଟ ସି-୯୦ ଭିଟିଏଜେଭି ସୋମବାର ରାତି ୭ଟା ୧୧ରେ ରାଞ୍ଚିରୁ ଉଡାଣ କରିଥିଲା ।
ରାତି ୭ଟା ୩୪ରେ ବିମାନଟି କୋଲକାତା ଏଟିସି ସହ ସମ୍ପର୍କ କରିଥିଲା । ପରେ ରାଡାର ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ରାଞ୍ଚି ଠାରୁ ୧୩୦ କି.ମି. ଦୂର ଚତ୍ରା ଜିଲ୍ଲା କସାରିୟା ପଞ୍ଚାୟତ ଅନ୍ତର୍ଗତ କରମାଟାଣ୍ଡ ଗାଁ ନିକଟ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ବିମାନରେ ଜଣେ ରୋଗୀ (ସଞ୍ଜୟ କୁମାର) ତାଙ୍କର ୨ ଜଣ ସମ୍ପର୍କୀୟ (ଅର୍ଚ୍ଚନା ଦେବୀ ଓ ଧୁରୁ କୁମାର), ଜଣେ ଡାକ୍ତର (ବିକାଶ କୁମାର ଗୁପ୍ତା), ଜଣେ ପାରାମେଡିକାଲ କର୍ମୀ (ସଚିନ କୁମାର ମିଶ୍ର) ଓ ୨ ଜଣ ବିମାନ କର୍ମଚାରୀ (ପାଇଲଟ କ୍ୟାପଟେନ ବିବେକ ବିକାଶ ଭଗତ ଓ ସହ-ପାଇଲଟ କ୍ୟାପଟେନ ସଭରାଜଦୀପ ସିଂହ) ଥିଲେ । ସମସ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରୟା ୨୦ ମିନିଟ୍ ନିଖୋଜ ପରେ ଜଙ୍ଗଲରେ ଖସି ପଡ଼ିଥିଲା ଏୟାରଆମ୍ବୁଲାନ୍ସ ।
ଜୀବନ ବଞ୍ଚାଇବା ଯାତ୍ରା ଶେଷ ଉଡାଣ ହେବ ବୋଲି କେହି କଳ୍ପନା କରିନଥିଲେ । ଢାବାରେ ଅଗ୍ନିକାଣ୍ଡରେ ପୋଡ଼ି ଯାଇ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଥିଲେ ସଞ୍ଜୟ କୁମାର । ଭୟଙ୍କର ନିଆଁ ସହିତ ଲଢି ଜୀବନ ବଞ୍ଚାଇବାକୁ ଯାଉଥିବା ସଞ୍ଜୟଙ୍କ କାହାଣୀର ଏମିତି ଅନ୍ତ ହେବ ବୋଲି କିଏ ବା ଜାଣିଥିଲା । ସଞ୍ଜୟ ପେଶାରେ ଜଣେ ଢାବା ମାଲିକ । ତାଙ୍କ ଶରୀର ୬୫ ପ୍ରତିଶତ ପୋଡ଼ି ଯାଇଥିଲା । ୧୦ ଦିନ ହେବ ରାଞ୍ଚିର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସଞ୍ଜୟଙ୍କ ସ୍ୱାସ୍ଥ୍ୟରେ କିଛି ଉନ୍ନତୀ ଆସୁନଥିଲା । ଶେଷରେ ତାଙ୍କୁ ଦିଲ୍ଲୀ ନିଆଯିବା ପାଇଁ ସ୍ଥିର ହୋଇଥିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଯିବା ବାଟରେ ସବୁ ସରିଗଲା । ଜୀବନ ବଞ୍ଚାଇବାର ଯାତ୍ରା ଶେଷ ଯାତ୍ରା ହେଲା ।
ଏହା ବି ପଢନ୍ତୁ...ପାଇଲଟ୍ କହିଥିଲେ- ରନୱେ ଦେଖାଯାଉଛି, ତଥାପି ହେଲା ପ୍ଲେନ୍ କ୍ରାସ୍ : ଜାଣନ୍ତୁ କ’ଣ କହିଲା ଡିଜିସିଏ ?
ଏହା ବି ପଢନ୍ତୁ..ଶିଶୁକୁ ବଞ୍ଚାଇବାକୁ ଆନ୍ଧ୍ର-ତେଲଙ୍ଗାନା ଏକାଠି, ଇଞ୍ଜେକ୍ସନ୍ ପାଇଁ ଦରକାର ୧୬ କୋଟି
ସୂଚନା ଅନୁସାରେ ରୋଗୀ ସଞ୍ଜୟ କୁମାର (୪୧)ପୋଡିଯାଇ ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ନିଆଯାଉଥିଲା । ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି । ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳକୁ ପଠାଯାଇଛି । ଚତ୍ରା ଏସ୍ପି କହିଛନ୍ତି ଯେ ଦୁର୍ଘଟଣାସ୍ଥଳରେ ଏକ ପୁଲିସ ଟିମ୍ ପହଞ୍ଚି ସାରିଛନ୍ତି । ଏଥିସହ ଘଟଣାର ତଦନ୍ତ ନିମନ୍ତେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି ।ଖରାପ ପାଗ ଦୁର୍ଘଟଣାର କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି । ମହାରାଷ୍ଟ୍ର ବାରାମତୀ ବିମାନ ଦୁର୍ଘଟଣା ମାମଲା ସମାଧାନ ହୋଇନଥିବା ବେଳେ ଆଉ ଏକ ଦୁଃଖଦ ଘଟଣା ଘଟିଛି ଯେଉଁଥିରେ ଜଣେ ରୋଗୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି ।
ଏହା ବି ପଢନ୍ତୁ...ଅଜିତ୍ ପାୱାରଙ୍କ ପ୍ଲେନ୍ କ୍ରାସ୍ ବେଳେ ଟିଭି ଦେଖୁଥିଲେ ମା'; ଅଚାନକ ଆସିଲା ମୃତ୍ୟୁ ଖବର, ଆଉ ତା ପରେ...