ମୁମ୍ବାଇ,୨୭ \୭ : ଭୋଜପୁରୀ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଷ୍ଟାରମାନଙ୍କ ମଧ୍ୟରୁ ଜଣେ ହେଲେ ପୱନ ସିଂହ । ତାଙ୍କର ଫ୍ୟାନ୍ସ ଫୋଲର୍ସଙ୍କ ସଂଖ୍ୟା ଢ଼େର ଅଧିକ । ଯେତେବେଳେ ବି ତାଙ୍କର କିଛି  ନୂଆ ଗୀତ ରିଲିଜ୍ ହୁଏ, ଏହାକୁ ମିଲିଅନସ୍ ଭ୍ୟୁ ମିଳେ । ଏଥି ପାଇଁ ତାଙ୍କୁ 'ପାୱାର ଷ୍ଟାର' କୁହାଯାଏ । ନିକଟରେ ପୱନ ସିଂହ ଅଶନୁର ଗ୍ରୋଭରଙ୍କ ଦ୍ୱାରା ଆୟୋଜିତ ରିଆଲିଟି ଶୋ' 'ରାଇଜ୍ ଆଣ୍ଡ ଫଲ୍' ରେ ନଜର ଆସିଥିଲେ । ଏବେ, ଆଉ ଏକ ରିଆଲିଟି ଶୋ' ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଯାହାର ନାମ ହେଉଛି 'ଭୋଜପୁରୀ ବୱାଲ୍' । ଶୋ'ର ଏକ ପ୍ରୋମୋରେ ପବନ ସିଂହ ତାଙ୍କ ମା'ଙ୍କ ସେବା କରୁ ଥିବାର ଦେଖା ଯାଇଥିଲା । ଏହା ଭୋଜପୁରୀର ପ୍ରଥମ ରିଅଲିଟି ଶୋ'। ଯେଉଁଥିରେ ପୱନ ନଜର ଆସିବେ । 

ରିଆଲିଟି ଶୋ' 'ଭୋଜପୁରୀ ବୱାଲ୍'  ଜିଓ ହଟଷ୍ଟାରରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଏହି ଶୋ'ର ଲାଟେଷ୍ଟ ପ୍ରୋମୋ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁଥିରେ ପୱନ ସିଂହ ଅତ୍ୟନ୍ତ ଭାବପ୍ରବଣ ହେବାର ଦେଖିବାକୁ ମିଳିଛି । ତାଙ୍କ ଶୋ'ର ଏକ ନୂଆ ପ୍ରୋମୋ ରିଲିଜ୍ ହୋଇଛି । ଯେଉଁଥିରେ ସେ ତାଙ୍କ ମାଆଙ୍କ ସମ୍ନାରେ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି  ଏବଂ ତାଙ୍କ ଆଖିରୁ ଲୁହ ଝରି ଆସୁଥିବା ଦେଖାଯାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । 

 
ପ୍ରୋମୋରେ, ପୱନ ସିଂହ ତାଙ୍କ ମାଆଙ୍କୁ କ୍ୟାରିୟର ଆରମ୍ଭରେ କରିଥିବା ଷ୍ଟ୍ରଗଲ୍ ବିଷୟରେ କହୁଥିବାର ଦେଖାଯାଇଛି । ସେ କହିଛନ୍ତି ଯେ, ଜୀବନରେ ସେ ଯାହା କିଛି ହାସଲ କରିଛନ୍ତି ସେଥିରେ ତାଙ୍କ ମାଙ୍କର ସବୁଠାରୁ ବଡ଼ ଅବଦାନ ରହିଛି । ଏହି ପ୍ରୋମୋର ଏକ ଛୋଟ କ୍ଲିପ୍ ପୱନ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, 'ହମାର୍ ମାଆ, ହମାରୀ ଦୁନିଆ।' । କ୍ଲିପ୍‌ରେ, ପୱନ ସିଂହ ତାଙ୍କ ମାଆ ପ୍ରତିଭା ଦେବୀଙ୍କ ପାଦ ମାଲିସ୍ କରୁଥିବାର ଦେଖା ଯାଇଛି ।  ତାଙ୍କ ମାଆ ପବନ ସିଂହଙ୍କୁ କହୁଛନ୍ତି, "ଯଦି ତୁମ ମା' ଚାଲିଯାଏ ତେବେ ତୁମେ କ'ଣ କରିବ ? ତେଣୁ ଶୀଘ୍ର ବିବାହ କରିନିଅ ।" 

ମାଆଙ୍କ କଥା ଶୁଣି, ପାୱାର ଷ୍ଟାର ନିଜକୁ ସମ୍ଭାଳି ପାରୁ ନାହାଁନ୍ତି  ଏବଂ କାନ୍ଦି କାନ୍ଦି କହୁଛନ୍ତି ,'ଅଗର୍ ମା' ଖତମ୍ ତୋ ପୱନ ଖତମ୍' । ଭିଡିଓରେ ପବନ ସିଂହ  ଆହୁରି ବି କହିଛନ୍ତି , ଯଦି ତାଙ୍କ ଜୀବନରେ କୌଣସି ସମ୍ପତ୍ତି ଅଛି, ତେବେ ତାହା ହେଉଛି ତାଙ୍କ ମାଆ। 


ଫ୍ୟାନ୍ସ ପୱନ ସିଂହଙ୍କ ଏହି ଇମୋସନାଲ୍ ସାଇଡକୁ  ପସନ୍ଦ କରିଛନ୍ତି । ସେ ତାଙ୍କ ମାଆଙ୍କୁ କେତେ ସମ୍ମାନ କରନ୍ତି ତାହା ଦେଖି ପ୍ରଭାବିତ ହୋଇଛନ୍ତି । ଏଠାରେ କହି ରଖୁଛୁ  ଯେ, ପୱନ ସିଂହ ଦ୍ୱିତୀୟ ଥର ପାଇଁ ଜ୍ୟୋତି ସିଂହଙ୍କୁ ବିବାହ କରିଥିଲେ, ବର୍ତ୍ତମାନ ଉଭୟଙ୍କର ଛାଡପତ୍ର ମାମଲା ଚାଲିଛି ।