ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରିଲେ ପାଇବେ ୧୦ଟଙ୍କା ଫେରସ୍ତ, କେମିତି କରିବେ ବୁକ୍ ଜାଣନ୍ତୁ…

ଯଦି ଆପଣ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ରାହକ ହୋଇଥିବେ ତେବେ ସେମାନଙ୍କ ପାଇଁ ଏହି ଖାସ୍ ଖବର। ଦିଲ୍ଲୀ ଏବଂ ଏନସିଆରରେ ପେଟିଏମ୍ ମାଧ୍ୟମରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ଘରୋଇ ଗ୍ୟାସ ସିଲିଣ୍ଡର ବୁକ୍ କରିବା ଦ୍ବାରା ଆପଣଙ୍କୁ ବୁକିଂ ଉପରେ ୧୦ ଟଙ୍କା ଫେରସ୍ତ ମିଳିବ। ଯେଉଁମାନେ ପ୍ରଥମ ଥର ପାଇଁ ପେଟିଏମ୍ ଦ୍ବାରା ଗ୍ୟାସ ସିଲିଣ୍ଡର ବୁକିଂ କରୁଥିବେ ସେମାନଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ।
ଜାଣିବା ଦରକାର କି, କମ୍ପାନି ଗ୍ୟାସ ପୁଣି ଥରେ ଭର୍ତ୍ତି କରାଇବା ଗ୍ରାହକଙ୍କୁ ତଥା ଅନଲାଇନ ଯୋଗେ ଟଙ୍କା ଭରୁଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରିବ। ପେଟିଏମ୍ ଅନୁସାରେ କମ୍ପାନି ଏହି ସ୍କିମକୁ କେବେ ବି ବନ୍ଦ କରିପାରେ।
ଯଦି ଆପଣଙ୍କୁ ଏହି ସ୍କିମର ଲାଭ ଉଠାଇବାର ଅଛି ତେବେ ଏଥିପାଇଁ ଆପଣଙ୍କୁ ପେଟିଏମକୁ ଯାଇ ରିଚାର୍ଜ ଏବଂ ବିଲ୍ ଟଙ୍କା ବିକଳ୍ପ ଅନ୍ତର୍ଗତ ଦିଆଯାଇଥିବା ବୁକରୁ ସିଲିଣ୍ଡରକୁ ବାଛିବାକୁ ପଡ଼ିବ। ଏହା ପରେ ଆପଣଙ୍କୁ ସିଲେକ୍ଟ ଏବଂ ଗ୍ୟାସ ପ୍ରୋଭାଇଡରକୁ ବାଛିବାକୁ ପଡ଼ିବ। ପୁଣି ସେଥିରେ ଏଚପି ଗ୍ୟାସ ବାଛିବାକୁ ପଡ଼ିବ। ଏହା ପରେ ଗ୍ରାହକଙ୍କୁ ନିଜ ନିଜର କଜ୍ୟୁମର ନମ୍ବର କିମ୍ବା ରେଜିଷ୍ଟେ୍ରସନ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଏହି ବିକଳ୍ପ ଅନୁସାରେ ନିଜ ଗ୍ୟାସ ଏଜେନ୍ସିର ନାମକୁ ବାଛିବାକୁ ପଡ଼ିବ।
ଗ୍ୟାସ ଏଜେନ୍ସି ଏବଂ ଅନ୍ୟ କିଛି ଯାଞ୍ଚ କରିବା ପରେ ଆପଣଙ୍କୁ ଟଙ୍କା ପାଇଁ ଅପସନ୍ ଦିଆଯିବ। ଏଠାରେ ଆପଣ ଅନଲାଇନ ପେମେଣ୍ଟର ବିକଳ୍ପ ବାଛିପାରିବେ। ଆପଣଙ୍କୁ ଟଙ୍କାର ବିକଳ୍ପ ପାଇଁ ପେଟିଏମକୁ ଯିବାକୁ ପଡ଼ିବ। ଟଙ୍କା ଦେବା ପରେ ଆପଣଙ୍କୁ ଟଙ୍କା ଫେରସ୍ତର ମ୍ୟାସେଜ୍ ଆସିଯିବ।
ଅନଲାଇନ୍ ବୁକ କରିବା ଦ୍ବାରା ଗୋଟିଏ ଫାଇଦା ଏହା କି, ଆପଣ ଯେଉଁଠାରେ ଥିଲେ ବି ନିଜର ଗ୍ୟାସ ସିଲିଣ୍ଡରର ଟଙ୍କା ଭରି ପାରିବେ ।