ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି। ୟୁଏଇରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ଏବଂ ଏସିଆ କପ୍ ପାଇଁ ପିସିବି ୧୭ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଷ୍ଟାର ବ୍ୟାଟର ବାବର ଆଜମ ଏବଂ ଦିନିକିଆ ଦଳର ଅଧିନାୟକ ମହମ୍ମଦ ରିଜୱାନଙ୍କୁ ସାମିଲ କରାଯାଇ ନାହିଁ । ଉଭୟ ଇଭେଣ୍ଟରେ ସଲମାନ ଅଲି ଆଗାଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ସେ ଚଳିତ ବର୍ଷ ଆରମ୍ଭରୁ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି । ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ୱିକେଟକିପର ବ୍ୟାଟର ମହମ୍ମଦ ରିଜୱାନଙ୍କୁ ୟୁଏଇ ଟ୍ରାଇ ସିରିଜ୍ ଏବଂ ଏସିଆ କପ୍ ଦଳରେ ସାମିଲ କରାଯାଇ ନାହିଁ ।
ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଉଭୟ ଷ୍ଟାର ଖେଳାଳି ଏସିଆ କପ୍ ପାଇଁ ଟି-୨୦ ଦଳକୁ ଫେରିପାରନ୍ତି । କିନ୍ତୁ ପିସିବି ଉଭୟଙ୍କୁ ଏକ ବଡ଼ ଝଟକା ଦେଇଛି । ବାବର ଆଜମ ଶେଷ ଥର ପାଇଁ ଡିସେମ୍ବର ୨୦୨୪ରେ ପାକିସ୍ତାନ ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ମହମ୍ମଦ ରିଜୱାନ ମଧ୍ୟ ଡିସେମ୍ବର ୨୦୨୪ରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏସିଆ କପରେ ପାକିସ୍ତାନ ଦଳର ନେତୃତ୍ୱ ସଲମାନ ଅଲି ଆଗାଙ୍କୁ ଦିଆଯାଇଛି । ସେ ଚଳିତ ବର୍ଷ ଆରମ୍ଭରୁ ଟି-୨୦ ଦଳର ଅଧିନାୟକ ରହିଛନ୍ତି । ପିସିବି କେବଳ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ଦେଖାଇଛି ।
ବ୍ୟାଟିଂରେ ସାମ ଆୟୁବ, ସାହିବଜାଦା ଫରହାନ, ମହମ୍ମଦ ହାରିସ ଏବଂ ହାସନ ନୱାଜଙ୍କ ଭଳି ଯୁବ ଖେଳାଳି ସାମିଲ ହୋଇଛନ୍ତି । ଏହା ସହିତ ଅଧିନାୟକ ସଲମାନ ଆଗା ଏବଂ ଅଭିଜ୍ଞ ଫଖର ଜମାନ ମଧ୍ୟ ଅଛନ୍ତି । ଷ୍ଟାର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଏବଂ ହାରିସ ରୌଫଙ୍କୁ ସୁଯୋଗ ଦିଆଯାଇଛି । ସେମାନଙ୍କ ସହିତ ମହମ୍ମଦ ୱାସିମ ଏବଂ ଯୁବ ସେନସେସନ ସଲମାନ ମିର୍ଜା ଅଛନ୍ତି । ସ୍ପିନରମାନଙ୍କ ମଧ୍ୟରେ ମହମ୍ମଦ ନୱାଜ, ସୁଫିୟାନ ମୁକିମ ଏବଂ ଅବରାର ଅହମ୍ମଦଙ୍କୁ ସୁଯୋଗ ଦିଆଯାଇଛି ।
ପାକିସ୍ତାନ ଟିମ୍
ସଲମାନ ଆଗା (ଅଧିନାୟକ), ଅବର ଅହମ୍ମଦ, ଫହିମ ଆଶ୍ରାଫ, ଫଖର ଜମାନ, ହାରିସ ରୌଫ, ହାସନ ଅଲି, ହାସନ ନୱାଜ, ହୁସେନ ତଲାତ, ଖୁସଦିଲ ଶାହା, ମହମ୍ମଦ ହାରିସ (ୱିକେଟ୍ କିପର), ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସାହିବଜାଦା ଫରହାନ, ସହିମ ଅଜିବ, ସଲମାନ ମିର୍ଜା, ଶାହିନ ଆଫ୍ରିଦି ଏବଂ ସୁଫିୟାନ ମୁକିମ ।