ଭୁବନେଶ୍ବର, ୮।୬ : ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଗଠନ ହୋଇଛି। କମିଟିରେ ସୁଜିତ ପାଢ଼ୀଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ସେହିପରି ଯାକବ ପ୍ରଧାନ ଆବାହକ ଦାୟିତ୍ବରେ ରହିଛନ୍ତି। ସଂଯୁକ୍ତା ମହାନ୍ତି, କିଷାନ ପଣ୍ଡା, ସୁରଥ ମହାକୁଡ଼ ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ କଂଗ୍ରେସର ନବକଳେବର ଦେଖିବାକୁ ମିଳିଥିଲା। କୋଷାଧ୍ୟକ୍ଷ, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କ ନାଁ ଘୋଷଣା ହୋଇଥିଲା। ଭକ୍ତଙ୍କ ନୂଆ ଟିମ ପାଇଁ ୭ ଜଣ ଉପସଭାପତି, ୧୦ ଜଣ ସଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଥିଲା।