ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଜଗନ୍ନାଥଙ୍କର ବି ସ୍ୱାଧୀନତା ନାହିଁ, ତାଙ୍କ ରଥକୁ ରୋକି ଦିଆଯାଉଛି : ଭକ୍ତ

Published By : Ankita S | June 30, 2025 2:39 PM

ଭୁବନେଶ୍ୱର,୩୦/୦୬: ଜଙ୍ଗଲର ଅସଲ ମାଲିକଙ୍କୁ ଏବେ ଗୁଲାମ କରି ଦିଆଯାଇଛି । ଏଠି କାହାକୁ ବି ସ୍ୱାଧୀନତା ନାହିଁ । ଜଗନ୍ନାଥଙ୍କର ବି ସ୍ୱାଧୀନତା ନାହିଁ । ତାଙ୍କ ରଥକୁ ରୋକି ଦିଆଯାଉଛି। ହେଲେ ଅଦାନୀକୁ ସ୍ବାଗତ କରାଯାଉଛି । ଏବେ ସଂସଦ କି ବିଧାନସଭାର ସ୍ୱରାଜ ନାହିଁ। ନାରୀ ନିର୍ଯାତନା ପାଇଁ ଆଲୋଚନା ହୋଇ ପାରିଲା ନାହିଁ। ଲେଖକ ଉପରେ କବଜା। ସେ ସ୍ୱତନ୍ତ୍ର ଭାବେ ଲେଖି ପାରିବ ନାହିଁ। ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ନାହିଁ। ଓଡ଼ିଶା ସ୍ୱରାଜ ପୁରସ୍କାର କାର୍ଯ୍ୟକ୍ରମରେ ଏହା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ସୋମବାର ଓଡିଶା ସ୍ୱରାଜ ଅଭିଯାନର ଓଡିଶା ସ୍ୱରାଜ ପୁରସ୍କାର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ''ପ୍ରଥମ ସ୍ୱରାଜର ଅଧିକାରୀ ହେଉଛନ୍ତି ଆଦିବାସୀ । ସେମାନେ ହେଉଛନ୍ତି ଜଙ୍ଗଲର ଅସଲ ମାଲିକ । ହେଲେ ସେମାନେ ଏବେ ଦୟନୀୟ ଅବସ୍ଥାରେ ଜଙ୍ଗଲରେ ରହୁଛନ୍ତି ।  ବିମାନ ବନ୍ଦର କରିବାକୁ ଆଦିବାସୀଙ୍କ ଘରଭାଙ୍ଗି ଦିଆଯାଇଛି । ରାଜ୍ୟରେ ୨୦ ଲକ୍ଷ ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି ।''

ସେ ଆହୁରି କହିଛନ୍ତି, ''ସ୍ୱରାଜ ଉପରେ ଆକ୍ରମଣ କଲେ ମାନବତା ପୀଡା ପାଉଛି । ଏ ବାବଦରେ ଜାଗରଣ ଦରକାର । ପ୍ରଧାନମନ୍ତ୍ରୀ ଆସିଥିଲେ ଓଡିଶା ହେଲେ ଯାଜପୁରରେ ଝାଡାବାନ୍ତିରେ ମରିଥିବା ଲୋକଙ୍କୁ ଭେଟିଲେ ନାହିଁ । ଓଡ଼ିଶା ସ୍ୱାଭିମାନରେ ଧନୀ । ଏଠି ବ୍ୟାପକ ପତିବର୍ତ୍ତନ ଦରକାର । ତେବେ ଯାଇ ଓଡିଶାର ସ୍ୱରାଜ ବଞ୍ଚି ପାରିବ ।''

ସେହିପରି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ପ୍ରଭାରୀ ବି କେ ହରିପ୍ରସାଦ ପ୍ରମୁଖ ସମ୍ବିଧାନ ସମ୍ପୂର୍ଣ ଭାବେ ଲାଗୁ ପାଇଁ ଜାତି ଜନଗଣନା ଜରୁରୀ ବୋଲି କହିଥିଲେ ।  ସମସ୍ତେ ମିଳିତ ଭାବେ ଏଥି ପାଇଁ ଦାବି କରିବା ଆବଶ୍ୟକ । ଆରକ୍ଷଣ ଗରିବୀ ହଟାଇବା କାର୍ଯ୍ୟକ୍ରମ ନୁହେଁ,ସମସ୍ତଙ୍କୁ ସାମନତା ଦେବା କାର୍ଯ୍ୟକ୍ରମ ବୋଲି କହିଥିଲେ ।

ଏହି ଅବସରରେ ଜବାହାର ବାଲ ମଞ୍ଚର ଓଡିଶା ପ୍ରଭାରୀ ପ୍ରିୟଙ୍କା କହିଥିଲେ,ଓଡିଶାର ସବୁ ଜିଲ୍ଲାରେ ଖୋଲିବ ମଞ୍ଚ । ସମ୍ବିଧାନ ବିଷୟରେ ପିଲାଙ୍କୁ ଶିକ୍ଷା ଦିଆଯିବ । ୨୦୧୯ରୁ  ଏହି କାର୍ଯ୍ୟକ୍ରମ ହେଉଛି । ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ କରିବା,କ୍ଷମତାର ବିକେନ୍ଦ୍ରିକରଣ ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଭାପତିତ୍ୱ କରି ସୁଧାଂଶୁ ଶେଖର ଦେଓ କହିଥିଲେ। ପ୍ରଦୀପ ଦାସଙ୍କୁ  ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଦେବା ପାଇଁ ସଂଗ୍ରାମ ବାବଦରେ,ବର୍ଜ୍ୟ ପରିଚାଳନା ପାଇଁ ଅଞ୍ଜନ କୁମାର ଜେନାଙ୍କୁ,ମହେନ୍ଦ୍ର କୁମାର ନନ୍ଦ,ସଂଘମିତ୍ରା ଜେନା ପ୍ରମୁଖଙ୍କୁ ଓଡିଶା ସ୍ୱରାଜ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.