ଭୁବନେଶ୍ୱର, ୨୮/୦୬: ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା  ଅଧିକ ଭଲ ହୋଇଥିଲା ବୋଲି ସରକାର ବାହାସ୍ଫୋଟ ମାରୁଥିଲେ । ତା'ସତ୍ତେ୍ୱ ରଥ  ଚାଲିଲା ନାହିଁ । ରାଜ୍ୟର କୋଟି କୋଟି ଜଗନ୍ନାଥ ବିଶ୍ୱାସୀ ଭକ୍ତ ଏହାଦ୍ୱାରା ଗଭୀର  ଭାବେ ମାନସିକ ଆଘାତ ପାଇଛନ୍ତି । ସବୁକିଛି ଠିକଠାକ୍‌ ଥିବାବେଳେ କେଉଁ  କାରଣ ପାଇଁ ସରକାର ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିଲେ, ସେ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି  କରିଛନ୍ତି । କେଉଁ ଭିଆଇପିଙ୍କ ପାଇଁ ସରକାର ମହାପ୍ରଭୁଙ୍କର ରଥକୁ ଆଗକୁ ନ  ନେଇ ଅପେକ୍ଷା କରାଇଛନ୍ତି ବାଲି ସେ ପ୍ରଶ୍ନ କରିଛନ୍ତି । 

ଏକ ପ୍ରେସ ବିବୃତିରେ  ଶ୍ରୀ ଦାସ କହିଛନ୍ତି, ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ୱା ଗଜପତି  ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡ଼ିଶାବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ ।  ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅନୁରୂପ ଦାବି କରିଛନ୍ତି ।