ବୌଦ୍ଧ ୨୭/୦୫: ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍ରେ ସୋମବାର ଘଟିଛି ବଡ଼ ଅଘଟଣ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ଠାରେ ୪ ନମ୍ବର ଟନେଲର ଉପରି ଭାଗ ମାଟି ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହିତ ରାଜ୍ୟ କଂଗ୍ରେସର ଉପ-ସଭାପତି ସନ୍ତୋଷ ସିଂ ସାଲୁଜା, ବିଧାୟକ ରାଜନ୍ ଏକ୍କା ସାମିଲ ଅଛନ୍ତି । ପ୍ରତିନିଧି ଦଳର ଗସ୍ତ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ଶାନ୍ତନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଳକରେ ୪ଟି ଟନେଲ୍ କାମ ଚାଲୁ ରହିଛି । ସୋମବାର ଦିନ ଆଡ଼େଣିଗଡ଼ ନିକଟସ୍ଥ କଖାରୁଫାଳ ଠାରେ ନିର୍ମାଣଧିନ ୪ ନମ୍ବର ଟନେଲର ଉପରି ଭାଗରେ ମାଟି ଧସି ପ୍ରାୟ ୩୦ ଫୁଟ୍ ଚଉଡ଼ାର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଟନେଲର ଲମ୍ବ ୪ କିଲୋମିଟରରୁ ଅଧିକ ହେବ ।