ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ବାଘେଲଙ୍କୁ ଭେଟିଲେ ପିସିସି ଟିମ୍‌

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଛତିଶଗଡ଼ରେ ଯେଉଁଭଳି କଂଗ୍ରେସର ହାୱା ବହିଛି, ତା’ର ପ୍ରଭାବ ଓଡ଼ିଶାକୁ ଟାଣିବା ପାଇଁ ଯୋଜନା କରିଛି କଂଗ୍ରେସ । ଏଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଓଡ଼ିଶାରେ କଂଗ୍ରେସ ଷ୍ଟାର ପ୍ରଚାରକ ଭାବେ ଓହ୍ଲାଇବ । ପିସିସିର ଏଭଳି ଅନୁରୋଧକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ୍‌ ମଧ୍ୟ ସ୍ୱୀକାର କରିଛନ୍ତି । ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାଘେଲ୍‌ କଂଗ୍ରେସ ପାଇଁ ଭୋଟ୍‌ ମାଗିବେ । ଫେବ୍ରୁଆରୀ ୧୫ କିମ୍ବା ୨୦ ତାରିଖ ବେଳକୁ ଏହି ଅଭିଯାନ ଆରମ୍ଭ ହୋଇପାରେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ କଂଗ୍ରେସରେ ନୂଆ କରି ଯୋଗ ଦେଇଥିବା ସୁଦର୍ଶନ ଦାସ ଓ ଜଗଦୀଶ ମହାନ୍ତି ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲଙ୍କୁ ଭେଟିଛନ୍ତି । ଆଗାମୀ ନିର୍ବାଚନ ଓ ମହାନଦୀ ବିବାଦ ପ୍ରସଙ୍ଗରେ ପ୍ରାୟ ଘଣ୍ଟାଏ କାଳ ଆଲୋଚନା ହୋଇଛି । ଓଡ଼ିଶାକୁ ଛତିଶଗଡ଼ ଲାଗିଛି । ସେଠାକାର କଂଗ୍ରେସ ସପକ୍ଷବାଦୀ ହାୱା ଓଡ଼ିଶାରେ ପକାଇବା ପାଇଁ ନିରଞ୍ଜନଙ୍କ ଟିମ୍‌ ବାଘେଲଙ୍କୁ ଅନୁରୋଧ କରିଥିଲା । ଓଡ଼ିଶାରେ କଂଗ୍ରେସ ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ବାଘେଲ୍‌ ପ୍ରତିଶ୍ରୁତି ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି, ବାଘେଲ୍‌ ଛତିଶଗଡ଼ ସୀମାନ୍ତବର୍ତ୍ତୀ ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ବଲାଙ୍ଗିରରେ କଂଗ୍ରେସ ପାଇଁ ପ୍ରଚାର କରିବେ ।
ସେହିପରି ମହାନଦୀ ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସ ନେତାମାନେ ବାଘେଲଙ୍କ ସହ ଆଲୋଚନା କରିଥିଲେ। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର କେମିତି ସମାଧାନ ବାଟ ବାହାରି ପାରିବ, ତା’ ଉପରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଏହି ବିବାଦର ସମାଧାନ ବାଟ ବାହାରିଲେ ଓଡ଼ିଶାରେ କଂଗ୍ରେସକୁ ଏହାର ଫାଇଦା ମିଳିବ, ତେଣୁ ଏହା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପିସିସି ନେତାମାନେ ମତ ରଖିଥିଲେ । ଏପରିକି ଆବଶ୍ୟକ ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରି ଏହାର ସମାଧାନ ବାଟ ବାହାର କରିବା ନେଇ କେତେକ ନେତା ମତ ଦେଇଥିଲେ । ତେବେ ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Copyright © 2022 - Summa Real Media Private Limited. All Rights Reserved.