ଫିରିଙ୍ଗିଆ, ୨୨/୧୨: ଆସୁଛି ବଡ଼ ଦିନ । ଏହି ଅବସରରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରି ବଡ଼ ଦିନ ପାଳନ କରିବାକୁ ବ୍ଲକ ପ୍ରଶାସନ ତରଫରୁ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l

ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠିଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ଶାନ୍ତି କମିଟି ବୈଠକରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ,ବିଏସଏସଓ ଜ୍ଞାନ ରଞ୍ଜନ ସେଠି ଯୋଗ ଦେଇଥିଲେ l ବିଭିନ୍ନ ଚର୍ଚ୍ଚର ସଭାପତିଙ୍କ ସହ ଖ୍ରୀଷ୍ଟ ଧର୍ମାବଲମ୍ବୀ , ଚନ୍ଦ୍ର ମୋହନ ନାୟକ ବରିଷ୍ଠ କୁଇ ସମାଜ କର୍ମକର୍ତ୍ତାଙ୍କ ସହ ଅଞ୍ଚଳ ର ଜନସାଧାରଣ ଯୋଗ ଦେଇଥିଲେ l ତହସିଲଦାର ଜ୍ୟୋତି ପ୍ରକାଶ ସେଠି ଶାନ୍ତି ବଜାୟ ରଖିବା ସହ ସମସ୍ତେ ଭାଇଚାରାରେ ବଡ଼ ଦିନ ପାଳନ କରିବାକୁ ବକ୍ତବ୍ୟ ରଖିଥିଲେ l ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ସହ ବଡ଼ ଦିନ ପାଳନ କରିବାକୁ ନିବେଦନ କରିଥିଲେ । ଆସନ୍ତା ଡିସେମ୍ବର ୨୫ ପୂର୍ବରୁ ସୁରକ୍ଷା ଓ ଶାନ୍ତି ବଜାୟ ରଖିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ l