PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପେଙ୍ଗୁଇନ୍‌କୁ ପୁଲିସ ଗିରଫ କଲା

ୱେଲିଂଟୋନ୍‌ ୨୪/୦୭ : ଚୋରମାନଙ୍କୁ ଗିରଫ କରିବା କଥା ଶୁଣାଯାଏ । କିନ୍ତୁ ପେଙ୍ଗୁଇନ୍‌କୁ ଗିରଫ କରିବା ଏକ ଆଶ୍ଚର୍ଯ୍ୟର ବିଷୟ । ଜାପାନୀ ମିଠା ଦୋକାନୀଙ୍କୁ ହଇରାଣ କରୁଥିବା ଅଭିଯୋଗରେ ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟୋନ୍‌ ପୁଲିସ ଦୁଇଟି ନୀଳ ପେଙ୍ଗୁଇନ୍‌କୁ ଗିରଫ କରିଛି । ଏହି ଖବରଟି ଏବେ ୱେଲିଂଟୋନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ରିପୋର୍ଟ ଅନୁଯାୟୀ, ୱେଲିଂଟୋନ୍‌ ସହରରେ ଥିବା ଏକ ରେଲୱେଷ୍ଟେସନ୍‌ ପାଖରେ ବିନି ମୋରିସ୍‌ଙ୍କର ସୁସି ଜାପାନୀ ମିଠା ଦୋକାନ ରହିଛି । ସେହି ମିଠା ଦୋକାନକୁ ବାରମ୍ବାର ଦୁଇଟି ପେଙ୍ଗୁଇନ୍‌ ଆସୁଥିଲେ । ପେଙ୍ଗୁଇନ୍‌ କାମୁଡ଼ିବା ଭୟରେ ବହୁ ଗ୍ରାହକ ଡରୁ ଦୋକାନ ଛାଡ଼ି ପଳାଉଥିଲେ ।

ଏହିପରିକି ପେଙ୍ଗୁଇନ୍‌ ଦ୍ୱୟକୁ ଯେତେ ବାହାରକୁ ଛାଡ଼ିଲେ ମଧ୍ୟ ସେମାନେ ଦୋକାନ ଭିତରକୁ ପଶୁଥିଲେ । ପୁଣି ସେହି ପେଙ୍ଗୁଇନ୍‌ ଦ୍ୱୟଏକ ବିରଳ ଜାତର । ଏଣୁ ଏହି ସବୁରୁ ବିରକ୍ତ ହୋଇ ବିନି ପେଙ୍ଗୁଇନ୍‌ ଦ୍ୱୟଙ୍କ ନାମରେ ପୁଲିସ୍‌କୁ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ସେମାନଙ୍କୁ ଗିରଫ କରି ନ୍ୟୁଜିଲାଣ୍ଡ ସଂରକ୍ଷିତ ବିଭାଗକୁ ଛାଡ଼ି ଦେଇଛି । ପୁଲିସ ସୂଚନା ଅନୁଯାୟୀ, ଏହି ସମୟ ହେଉଛି ପେଙ୍ଗୁଇନ୍‌ଙ୍କ ମିଳନ ସମୟ । ଏଣୁ ସେହି ପେଙ୍ଗୁଇନ୍‌ ଦ୍ୱୟ ମିଳନ ସକାଶେ ସୁରକ୍ଷିତ ସ୍ଥାନ ଖୋଜି ଖୋଜି ବାରମ୍ବାର ବିନିଙ୍କ ଦୋକାନକୁ ଆସୁଥିଲେ ।

ସମ୍ବନ୍ଧିତ ଖବର