PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଭାରତ-ଆମେରିକା ମିଳିତ ଭାବରେ ତିଆରି କରିବେ କମ୍ ମୂଲ୍ୟରେ ୟୁଏଭି

ଓ୍ବାଶିଂଟନ,୧୬।୩: ଭାରତ-ଆମେରିକା ମିଳିତ ଭାବରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଓ ପ୍ରତିରକ୍ଷା ସହଯୋଗ ବ୍ୟତୀତ କମ୍ ମୂଲ୍ୟରେ ଅନମ୍ୟାନେଡ ଏରିୟଲ ଭେଇକିଲ ( ୟୁଏଭି )ତିଆରି କରିବା ପ୍ରୋଜେକ୍ଟ ଉପରେ କାମ କରିବେ। ପେଣ୍ଟାଗନର ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଟେକ୍ନୋଲୋଜି ଓ ବ୍ୟାଣିଜ୍ୟିକ ପ୍ରସଙ୍ଗ ନେଇ ଚର୍ଚ୍ଚା ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଛୋଟ ହତିଆରକୁ ନୂତନ ଟେକ୍ନୋଲୋଜିରେ କାମ କରିବେ।

ଆମେରିକାର ପ୍ରତିରକ୍ଷା ବିଭାଗର ସଚିବ ଏଲନ ଲର୍ଡ ଗତକାଲି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ଏଭଳି ୟୁଏଭି ତିଆରି କରିବା ଦିଗରେ କାମ କରିବୁ। ଆମର ଟିମ୍ ବିଶେଷ ଉତ୍ପାଦକୁ ନିର୍ଦ୍ଧାରି ସମୟରେ ପ୍ରସ୍ତୁତ କରିବ। ଏହାର ଦାୟିତ୍ବ ମୁଖ୍ୟ ବ୍ୟକ୍ତିଙ୍କ ପାଖରେ ରହିଛି।

ଆମର ଚେଷ୍ଟା ରହିବ ଯୁଦ୍ଧ ଲଢିବା ପାଇଁ କମ୍ ମୂଲ୍ୟରେ ହତିଆରର ଅତିରିକ୍ତ ସୁବିଧା ଦେବା। ଏହି ମିଶନରେ ଆରମ ଫୋକସ୍ ୩ଟି କଥା ଉପରେ ରହିବ। ଏଥିରେ ମାନବତାର ସହଯୋଗ, ପ୍ରାକୃତିକ ଦୁର୍ବିପାକ, ସୀମାପାର ଅପରେସନ୍, ଗୁମ୍ପା ଓ ସୁଡଙ୍ଗର ନୀରିକ୍ଷଣ କରିବାରେ ସହାୟକ ହେବ।

 ୟୁଏଭିକୁ ନେଇ ଆମେରିକାର ଏୟାର ଫୋର୍ସ ରିସର୍ଚ ଲାବୋରେଟେରି ଓ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ମଧ୍ୟରେ କଥାବାର୍ତ୍ତା ଚାଲିଛି। ଅପ୍ରେଲରେ ଦୁଇ ଦେଶ ଦ୍ବାରା ଏହାର କାଗଜପତ୍ର ପ୍ରସ୍ତୁତ କରାଯିବ। ଏହି ନୂତନ ୟୁଏଭି ନିର୍ମାଣ ହେଲେ ଦୁଇ ଦେଶକୁ ଲାଭ ମିଳିବ ବୋଲି କହିଛନ୍ତି ଲର୍ଡ।

ସମ୍ବନ୍ଧିତ ଖବର