ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ

Published By : Rasmita Pradhan | May 7, 2025 8:45 AM

ଭୁବନେଶ୍ଵର, ୦୭/୦୫ : ଯୁଦ୍ଧ ହେବ କି ନାହିଁ ଜଣା ନାହିଁ । କେବଳ ନାଗରିକ ପ୍ରତିରକ୍ଷା ମକ୍‌ ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ ହୋଇଛି । ଏତିକିରେ ଲୋକେ ଛାନିଆ । ସନ୍ଧ୍ୟାରେ ଟିଭିରେ ଯୁଦ୍ଧ କଥା ଶୁଣି ସିଧା ମାର୍କେଟ ମୁହାଁ । ଭିଡ଼ ଜମାଇଲେ ଆଳୁ, ପିଆଜ ଦୋକାନରେ । ୟୁନିଟ୍‌-୧ ପରିବା ହାଟରେ ମଙ୍ଗଳବାର ସନ୍ଧ୍ୟାରେ ଖଚାଖଚ୍ ଗହଳି ହୋଇଥିଲା । ବିଶେଷ କରି ଆଳୁ ଦୋକାନରେ ଭିଡ଼ ବେଶି ଜମିଥିଲା। ସେଠାରେ ଆଳୁ ଓ ପିଆଜ କିଣିବାକୁ ଯେମିତି ପ୍ରତିଯୋଗିତା ଚାଲିଥିଲା । ଖାଲି ପରିବା ହାଟ ନୁହେଁ, ଡାଲି, ଚାଉଳ, ଚୁଡ଼ା ଏବଂ ଅତ୍ୟାବଶକ ସାମଗ୍ରୀ ଦୋକାନରେ ମଧ୍ୟ ପୂର୍ବାପେକ୍ଷା ଆଜି ସନ୍ଧ୍ୟାରେ ଭିଡ଼ ବଢ଼ିଥିଲା । ଲୋକେ ଆବଶ୍ୟକତା ଠାରୁ ଅଧିକ କିଣୁଛନ୍ତି । 

ଖାଲି ହାଟ ନୁହେଁ, ସହରର ବିଭିନ୍ନ ଛୋଟ ତେଜରାତି ଦୋକାନ, ମଲ୍‌ ଓ ପରିବା ଦୋକାନରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି । ଲୋକଙ୍କ ଭୟକୁ ଦେଖି ବେପାରୀ ବି ମାତିଲେଣି । ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ଆଳୁ ଥିବା ସତ୍ତ୍ଵେ ଆଜି କିଛି ଦୋକାନୀ ଆଳୁ ବିକ୍ରି କରିନଥିଲେ । କଳାବଜାରୀ ପାଇଁ ଗଚ୍ଛିତ ରଖିଥିଲେ । କିଛି କିଛି ସ୍ଥାନରେ ଉଚ୍ଚା ଦରରେ ବିକ୍ରି ହୋଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । ଆଳୁ କେଜି ପିଛା ୨୦ ବଦଳରେ ୨୫ ଟଙ୍କାରେ ବିକ୍ରି ହୋଇଛି । ସେହିପରି ପିଆଜ ୩୦ରୁ ୩୫ ଟଙ୍କା ଏବଂ ପରିବା ମଧ୍ୟ ପୂର୍ବାପେକ୍ଷା ସାମାନ୍ୟ ଉଚ୍ଚା ଦରରେ ବିକ୍ରି ହୋଇଛି । କୁବେରପୁରୀ ଆଳୁ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ପର୍ଯ୍ୟାପ୍ତ ପରିମାଣର ଆଳୁ ବର୍ତ୍ତମାନ ଗଚ୍ଛିତ ରହିଛି । ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଲୋକେ ଯେତିକି ପରିମାଣର ଆଳୁ ଦରକାର ସେତିକି ବଜାରରୁ ନିଅନ୍ତୁ । ନହେଲେ ଆଳୁ ଅଭାବ ପଡ଼ିବ । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, କଳାବଜାରୀ ନେଇ କୌଣସି ଖବର ହସ୍ତଗତ ହୋଇନାହିଁ । ଯଦି କଳାବଜାରୀ ହୁଏ, ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଖବରଟିକୁ ପଢନ୍ତୁ-Operation Sindoor: ସିନ୍ଦୂରର ପ୍ରତିଶୋଧ ସିନ୍ଦୂରରେ, 'ମୋ ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ମିଳିଲା'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.