ମେଷ : ଚତୁର୍ଥ ଚନ୍ଦ୍ର ଯୋଗୁ ବନ୍ଧୁ କୁଳେ ଖର୍ଚ୍ଚ, ଶରୀର ପ୍ରତି ସତର୍କ ରହିବେ, ବୃଥା ଭ୍ରମଣ, ବୃଥା ଚିନ୍ତା, ମନ ବ୍ୟାକୁଳ ରହିବ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି, ଅର୍ଥ ଦେବା ନେବାବେଳେ ସତର୍କତା ଅବଲମ୍ବନ କରିବେ । ବାଦ ବିବାଦ ହେବାର ସମ୍ଭାବନା ଅଛି, କୋଟ୍ କଚେରୀ ମାମଲାରେ ବାଧା, ଶତ୍ରୁ ବୃଦ୍ଧି ହୋଇପାରନ୍ତି । ମା’ ଦୁର୍ଗାଙ୍କର ଆରାଧନା କରନ୍ତୁ ।
ଶୁଭ ରଙ୍ଗ : କ୍ରିମ୍ ଓ ଧଳା ।
ବୃଷ : ତୃତୀୟ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ବାଦବିବାଦ ହୋଇପାରେ, ଯାତ୍ରା ନିଷେଧ, ଶରୀର ପ୍ରତି ସତର୍କ ରହିବେ । ଅଯଥା ଖର୍ଚ୍ଚ ହୋଇପାରେ, ରାଜନୀତି କ୍ଷେତ୍ରରେ ଉନ୍ନତି, ଶତ୍ରୁଙ୍କଠାରୁ ଜୟ, ପାରିବାରିକ ଶାନ୍ତି, ଜମି ବାଡ଼ି କ୍ରୟ କରିବାବେଳେ ସତର୍କତା ଅବଲମ୍ବନ କରିବେ । ବୃଥା ଭ୍ରମଣ, ମୁଣ୍ଡ ଓ ପେଟ ଜନିତ ସମସ୍ୟା ଦେଖା ଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧା ବିଘ୍ନ ଘଟି ପାରେ । ‘ଓଁ’ ହଂହନୁମତେ ନମଃ’ ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ନୀଳ ଓ ସିଲ୍ଭର ।
ମିଥୁନ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ଆର୍ଥିକ ଲାଭ ହେବ କିନ୍ତୁ ଆୟଠାରୁ ବ୍ୟୟ ଅଧିକ ହେବ । ଗୃହେ ଆନନ୍ଦ, ଶରୀର ସୁସ୍ଥ ରହିବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । ମନ ପ୍ରଫୁଲ ରହିବ, ଜମିବାଡ଼ି କ୍ରୟ କରିପାରନ୍ତି । ବସନ ଭୂଷଣ ଲାଭ, ଋଣମୁକ୍ତ ହେବାର ସୁଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ, କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ । ‘ଓଁ’ ହଂହନୁମତେ ନମଃ’ ମନ୍ତ୍ର ଜପକରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।
କର୍କଟ : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, ଅର୍ଥ ନିବେଶ କରିପାରନ୍ତି, ପରିବାରରେ ହସଖୁସିର ବାତାବରଣ ରହିବ । ବନ୍ଧୁ ମିଳନ, ଦୂରଯାତ୍ରା କରିପାରନ୍ତି । ମାନସିକ ଶାନ୍ତି, ଖାଦ୍ୟ ପ୍ରତି ସତର୍କ ରହିବେ, ଧନ ପ୍ରାପ୍ତି ଯୋଗ, ଯାନବାହନ କ୍ରୟ କରିପାରନ୍ତି, ଚାକିରୀ କ୍ଷେତ୍ରରେ ସମ୍ମାନ ବୃଦ୍ଧି, ପ୍ରମୋଶନ ଯୋଗ, ଗୃହେ ଆନନ୍ଦ, ସମାଜରେ ସମ୍ମାନ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ସଫଳତା, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ପ୍ରଭୁ ମହାଦେବଙ୍କୁ ଆରାଧନା କରିବେ ।
ଶୁଭ ରଙ୍ଗ ଧଳା, ରୂପେଲି ଓ କ୍ରିମ୍ ।
ସିଂହ : ଦ୍ୱାଦଶଚନ୍ଦ୍ର, ଘାତବାର ଯୋଗୁ ମାନସିକ ଅଶାନ୍ତି, ଶରୀର କଷ୍ଟ, ଆଖିରେ ସାମାନ୍ୟ କଷ୍ଟ ଅନୁଭବ ହୋଇପାରେ । ଅଯଥା ଖର୍ଚ୍ଚ ଯୋଗ, କୌଣସି ଅର୍ଥ ନିବେଶ କରନ୍ତୁ ନାହିଁ । ଆର୍ଥିକ କ୍ଷତି ହୋଇପାରେ, କର୍ମକ୍ଷେତ୍ରରେ ବାଧା ବିଘ୍ନ ଲାଗି ରହିବ । କଥାବାର୍ତ୍ତାବେଳେ ସତର୍କତା ଅବଲମ୍ବନ କରିବେ । କାର୍ଯ୍ୟରେ ସାମାନ୍ୟ ଚାପ ଲାଗି ରହିବ । ଆୟଠାରୁବ୍ୟୟ ଅଧିକ ରହିବ । ପରିବାରରେ ସାମାନ୍ୟ ମତ ଭେଦ ହୋଇପାରେ । ହନୁମାନ ଚାଳିଶା ପାଠ କରିବେ ।
ଶୁଭ ରଙ୍ଗ : ହଳଦିଆ ଓ କମଳା ।
କନ୍ୟା : ଏକାଦଶଚନ୍ଦ୍ର, ଘାତବାର ଯୋଗୁ ଧନ ପ୍ରାପ୍ତିଯୋଗ, ଆୟ ବୃଦ୍ଧି ହେବ, ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ବନ୍ଧୁ ମିଳନ, ଗୃହେ ଆନନ୍ଦ, ମନ ପ୍ରଫୁଲ ରହିବ ଏବଂ ପାରିବାରିକ ଶାନ୍ତି, କର୍ମକ୍ଷେତ୍ରରେ ଉନ୍ନତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ, ସହଯୋଗ ମିଳିବ, ବ୍ୟବସାୟରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ ।
ଶୁଭ ରଙ୍ଗ : ସବୁଜ, ଧଳା ଓ ନୀଳ ।
ତୁଳା : ଦଶମ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଉନ୍ନତି, କାର୍ଯ୍ୟରେ ସଫଳତା ପ୍ରାପ୍ତି, ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ଯୋଗ ରହିଛି । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ବ୍ୟବସାୟରେ ଉନ୍ନତି, ଆୟ ବୃଦ୍ଧି ଘଟିପାରେ । ପିତାମାତାଙ୍କ ସେବା କରିବେ ଓ ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । କଥାବାର୍ତ୍ତାବେଳେ ସତର୍କତା ଅବଲମ୍ବନ କରିବେ । ହନୁମାନ ଚାଳିଶା ପାଠ କରିବେ ।
ଶୁଭ ରଙ୍ଗ : ଧଳା, ଆକାଶିଆ ଓ ଗୋଲାପି ।
ବିଛା : ନବମ ଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ ମନୋମାଳିନ୍ୟ, ପରିବାରରେ ମନାନ୍ତର ହୋଇପାରେ । କଥାବାର୍ତ୍ତାବେଳେ ସତର୍କତା ଅବଲମ୍ବନ କରିବେ । ଶତ୍ରୁ ବୃଦ୍ଧି ଘଟିବ, ଶରୀର ପ୍ରତି ସତର୍କ ରହିବେ । ବ୍ୟୟ ବୃଦ୍ଧି, ଅର୍ଥ ଦେବାନେବାରେ ସତର୍କତା ଅବଲମ୍ବନ କରିବେ । ଅଯଥା ଖର୍ଚ୍ଚ ଯୋଗ, ବୃଥା ଚିନ୍ତା, କର୍ମକ୍ଷେତ୍ରରେ ପରିଶ୍ରମ କରିବେ । ବାଦ ବିବାଦ ହୋଇପାରେ । ଓଁ ନମଃଶିବାୟ ମନ୍ତ୍ର ଜପ କରିବେ ।
ଶୁଭ ରଙ୍ଗ : ନାଲି, ଗୋଲାପିଏବଂ ଧଳା ।
ଧନୁ : ଅଷ୍ଟମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧା ବିଘ୍ନ ଘଟିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ, ମନରେ ଚାପ ଲାଗି ରହିବ । ଯାନବାହନ ପ୍ରତି ସତର୍କ ରହିବେ, ବାଦବିବାଦ ହେବାର ସମ୍ଭାବନା ରହିଛି । ପରିବାରରେ କିଛି ସମସ୍ୟା ଦେଖା ଦେଇପାରେ । ଦୂର ଯାତ୍ରା ନିଷେଧ ।ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ବିଫଳ ହେବେ ।
ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।
ମକର : ସପ୍ତମଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, ଧନପ୍ରାପ୍ତି ଯୋଗ, ଆର୍ଥିକ ଉନ୍ନତି ଘଟିବ, ଦୂର ଯାତ୍ରା କରିପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ନୂତନ ବସ୍ତୁ ମଧ୍ୟ କ୍ରୟ କରିପାରନ୍ତି । ଶରୀର ସୁସ୍ଥ ରହିବ ଏବଂ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଗୃହେ ଆନନ୍ଦ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଚାକିରୀ କ୍ଷେତ୍ରରେ ପ୍ରମୋଶନ ମିଳିପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଓଁ ଶଂଶନୈଶ୍ଚରାୟ ନମଃ ମନ୍ତ୍ର ଜପ କରିବେ ।
ଶୁଭ ରଙ୍ଗ : ନୀଳ, କଳା ଓ ଧଳା ।
କୁମ୍ଭ : ଷଷ୍ଠଚନ୍ଦ୍ର ଯୋଗୁ ମାନସିକ ଶାନ୍ତି, ରୋଗ ମୁକ୍ତି, ଶତ୍ରୁଙ୍କଠାରୁ ବିଜୟ ପ୍ରାପ୍ତି, କର୍ମକ୍ଷେତ୍ରରେ ସଫଳତା ମିଳିବ ।ପାରିବାରିକ ସୁଖ, ଆର୍ଥିକ ଉନ୍ନତି, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଋଣମୁକ୍ତି ହୋଇପାରିବେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ ।ପଦୋନ୍ନତି ହେବାର ଯୋଗ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।ସମାଜନରେ ସମ୍ମାନ ପ୍ରାପ୍ତି ହେବ । ଓଁଶଂଶନୈଶ୍ଚରାୟ ନମଃ ମନ୍ତ୍ର ଜପକରିବେ ।
ଶୁଭ ରଙ୍ଗ : ନୀଳ ଓ ଧଳା ।
ମୀନ : ପଞ୍ଚମ ଚନ୍ଦ୍ର ଯୋଗୁ ପରିବାରରେ ସାମାନ୍ୟ ମନାନ୍ତର ଘଟି ପାରେ, କର୍ମ କ୍ଷେତ୍ରରେ ଦାଧା ବିଘ୍ନ ଲାଗି ରହିବ ।ମାନସିକ ଚାପ ଗ୍ରସ୍ତ ହେବେ ଏବଂ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । ବାଦ ବିବାଦ ହୋଇପାରେ, ଆର୍ଥିକ ଲାଭ ମିଳିବ । ସମାଜରେ ସମ୍ମାନ ବୃଦ୍ଧି ପାଇବ କିନ୍ତୁ ପଡ଼ୋଶୀ ମାନଙ୍କ ସହ ବିବାଦ ହୋଇପାରେ । ଭଗବାନ ବିଷ୍ଣୁଙ୍କ ଆରାଧନା କରିବେ ।
ଶୁଭ ରଙ୍ଗ : ନୀଳ, ଧଳା ଓ ହଳଦିଆ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩