PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତବାସୀ, ଚୁଆ ପାଣି ଭରସା

ହରଭଙ୍ଗା,୨୫।୫ : ନା ଗାଁ କୁ ଅଛି ରାସ୍ତା, ନା ବଦଳୁଛି ବନବାସୀଙ୍କ ଜୀବନ ରେଖା, ସାଧାରଣ ମୈlଳିକ ଅଧିକାର ରୁ ବଞ୍ଚିତ ଏହି ଗାଁ ର ଜନତା। ରାସ୍ତା ନ ଥିବାରୁ,ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀକାଳୀନ ସେବାରୁ ବହୁ ଦୂରରେ ଏହି ଗ୍ରାମବାସୀ! ସ୍ୱାଧୀନତା ଅମୃତ ଏମାନଙ୍କ ପାଇଁ ସାତ ସପନ!ଏମିତି ଏକ ଗ୍ରାମ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ପଞ୍ଚାୟତ ମହାଳିକ ପଡା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଂଚଳ ନଣ୍ଡାଗାଡୁ ଗ୍ରାମ।

ପଞ୍ଚାୟତ ଠାରୁ ଏହି ଗ୍ରାମକୁ ୪କିଲୋମିଟର ଯିବାକୁ ହେଲେ ରାସ୍ତା ନ ଥିବାରୁ ଜଙ୍ଗଲ ବାଟ ଦେଇ ଯିବା ବାଟରେ ପୁଣି ପ୍ରତିବନ୍ଧକ ହୋଇ ଛିଡା ହୋଇଛି ଏକ ବିରାଟ ନାଳ । ବର୍ଷା ଦିନେ ବାହ୍ୟ ଜଗତର ବିଛିନ୍ନ ଓ ଖରାଦିନେ ଜଳ କଷ୍ଟ। ସ୍ୱାଧୀନରର ୭୫ ବର୍ଷ ପରେ ବି ନଳ କୂପ ଏମାନଙ୍କ ପାଇଁ ସାତ ସପନ । ଏହି ଗ୍ରାମରେ ୨୦ ଗୋଟି ପରିବାର ପ୍ରାୟ ୧୫୦ ଜଣ ବସ ବସ କରନ୍ତି। ବର୍ତ୍ତମାନ ବାଧକ ସାଜିଛି ପାଣି। ନଳକୂପ ନ ଥିବାରୁ ନାଳରୁ ଚୁଆ ଖୋଳି, ଝୁଡି ବସାଇ ଏକ କିଲୋମିଟର ପାଣି ବୋହି ବ୍ୟବହାର କରୁଛନ୍ତି।

ଏହି ବିଷାକ୍ତ ପାଣି ବ୍ୟବହାର କରିବା ଦ୍ୱାରା ଗ୍ରାମରେ ଏବେ କିଡ଼ନୀ ରୋଗ ବ୍ୟାପିଛି। ଗତ ୩ ମାସ ପୂର୍ବେ କିଡନୀ ରୋଗରେ ପୀଡିତା ଉତ୍ତରା ପ୍ରଧାନ ମୃତ୍ୟୁ ଘଟି କରିଥିବା ବେଳେ ସପ୍ତେଶ୍ୱର ମାଝୀ (୪୫)ଶ୍ୟାମଘନ ଦେହୁରୀ( ୫୦)କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି। ଗ୍ରାମବାସୀ ଙ୍କ ମତ ଅନୁଯାଇ ପ୍ରତିବର୍ଷ ଏହି ପାଣି, ରାସ୍ତା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୋଣସି ସୁଫଳ ମିଳୁନି। ଏହା ବାବଦରେ ଆମେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇ ବା ପରେ ରାସ୍ତା ର ଅସୁବିଧା ଯୋଗୁଁ ଟ୍ୟାଙ୍କର ପାଣି ଯୋଗାଇବା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ।ଏଣୁ ଜିଲ୍ଲା ପ୍ରଶାସନ ଗ୍ରାମର ସମସ୍ୟାକୁ ଦୃଷ୍ଟିରେ ରଖି ଯଥା ଶୀଘ୍ର ପାଣି ଓ ରାସ୍ତା ର ସମସ୍ୟା କୁ ସମାଧାନ ପାଇଁ ଗ୍ରାମବାସୀ ଗୁହାରି କରିଛନ୍ତି ।ଯଦି ସମସ୍ୟା ସମାଧାନ ନ ହୁଅ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।