ବର୍ଷର ୬୫ ଦିନ ଅନ୍ଧାରରେ ରୁହନ୍ତି ଏହି ସହରର ଲୋକେ, ଏହା ପଛର କାରଣ ଅତ୍ୟନ୍ତ ମଜାଦାର

source:www.amarujala.com
ବିଶ୍ୱରେ ବିଭିନ୍ନ ଆଶ୍ଚର୍ଯ୍ଯଜନକ ଜିନିଷ ଭରି ରହିଛି । ‘ମିଡନାଇଟ୍ ସନ୍’ ନାମକ ଏକ ଫେମସ ନରୱେ ସମ୍ପର୍କରେ ଆପଣ ତ ଶୁଣିଥିବେ କିନ୍ତୁ ଏମିତି ଏକ ସହର ଅଛି ଯେଉଁଠାରେ ୬୫ ଦିନ ଅନ୍ଧାରରେ ରହିଥାନ୍ତି ଲୋକେ ।

ୟୁଟିକେଗବିକ୍ ସହର କୌଣସି ଆର୍କିଟିକ୍ ସହର ଭଳି ଲାଗିଥାଏ । ଏହି ସହର ସମ୍ପୂର୍ଣ୍ଣ ରୂପେ ଥଣ୍ଡା ଏବଂ ଅନ୍ଧକାର ମଧ୍ୟ କାରଣ ପୃଥିବୀପୃଷ୍ଠରେ ସବୁଠାରୁ ଅଧିକାଂଶ ବାଦଲ ଏହି ସ୍ଥାନ ଉପରେ ଥାଏ । ଏହା ଜଳବାୟୁ ପ୍ରତିକୂଳ ତଥାପି ସହରରେ ୪୦୦୦ରୁ ଅଧିକ ଲୋକେ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଲାସ୍କାର ମୂଳ ଅଧିବାସୀ ଅଟନ୍ତି ।

ଏହା ବିଶ୍ୱର ସବୁଠାରୁ ଉତ୍ତର ସାର୍ବଜନିକ ସମୁଦାୟ ମଧ୍ୟରେ ଏକ କାରଣ ୟୁଟିକୈଗାବିକ ଦୂର ଉତ୍ତରରେ ସ୍ଥିତ ଯାହା ଫଳରେ ଯୁକ୍ତରାଜ୍ୟରେ ସବୁଠାରୁ ଦୂରରେ ଥିବା ସହର ବୋଲି ପରିଚିତ । ଏହା ପୂର୍ବରୁ ୟୁଟିକେଗାବିକ୍ ସହରକୁ ବେରୋ ନାମରେ ଜଣାଯାଉଥିଲା । ଏଠାରେ କିଛି ଲୋକ ତେଲ କ୍ଷେତ୍ର ସଞ୍ଚାଳନ କରନ୍ତି ଏବଂ ଅନ୍ୟ କିଛି ଲୋକ ପର୍ଯ୍ୟଟନରୁ ଆୟ କରିଥାନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏଭଳି ବିଷମ ଜଳବାୟୁ ଅଞ୍ଚଳକୁ କାହିଁକି କି ବା କିଏ ବୁଲିବା ପାଇଁ ଆସିବ ।
ଆର୍କିଟିକ ସର୍କଲରେ ଖରାଦିନେ ଏକମାସରେ ସୂର୍ଯ୍ୟ ଅଧାରାତି ପର୍ଯ୍ୟନ୍ତ ରହିଥାଏ । ସେହି ସମୟରେ ସୂର୍ଯ୍ୟ ୨୪ ଘଣ୍ଟା ପାଇଁ ପ୍ରକାଶିତ ହୋଇଥାନ୍ତି । ଏହି ସମୟରେ ପ୍ରାୟ ଆର୍କିଟିକ୍ ସହର ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିଥାଏ । ଏହାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ଯଟକଙ୍କ ସୁଅ ଛୁଟେ ।

ତେବେ ମଧ୍ଯରାତ୍ରରେ ସୂର୍ଯ୍ୟ ଏକମାତ୍ର କାରଣ ନୁହେଁ, ୟୁଟିକେବିକ ଆଉ ଏକ କାରଣ ପାଇଁ ମଧ୍ୟ ଦୁନିଆରୁ ଅଲଗା । ଏଠାରେ ଥଣ୍ଡାରେ ଲମ୍ବା ଧୃବୀୟ ରାତ୍ର ହୋଇଥାଏ । ଏମିତି ଏକ ରାତି ଯାହା ୬୫ ଦିନ ପର୍ଯ୍ୟନ୍ତ ରହିଥାଏ । ଅର୍ଥାତ୍ ବର୍ଷର ୬୫ ଦିନ ଏଠାରେ ସୂର୍ଯ୍ଯ ଉଦୟ ହୁଏନାହିଁ ଏବଂ ଅନ୍ଧକାର ରହିଥାଏ । ୨୦୧୮ରେ ୧୮ ନଭେମ୍ବରରେ ଶେଷ ଥର ସୂ୍ଯ୍ୟାସ୍ତ ହୋଇଥିଲା । ଏହାପରେ ୨୩ ଜାନୁୟାରୀରେ ସୂର୍ଯ୍ଯୋଦୟ ହେଲା ।