୪୦-୪୫ ବର୍ଷ ହେବ ଏହି ଏହି ଗାଁରେ ପ୍ରବେଶ କରୁନି ପିଆଜ-ରସୁଣ, କାରଣ କହିଲେ ଗାଁର ବୟସ୍କ ଲୋକ…

ନୂଆଦିଲ୍ଲୀ: ପିଆଜ ଏବଂ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ସର୍ବଦା ଖବରର ହେଡଲାଇନ୍ ହୋଇ ରହିଥାଏ । ରୋଷେଇ ଘରେ ପିଆଜ ଏବଂ ରସୁଣର ଚାହିଦା ସର୍ବଦା ରହିଥାଏ । ଅଧିକାଂଶ ଘରେ ଏହାକୁ ବ୍ୟବହାର କରାଯାଇଥାଏ । ପିଆଜ-ରସୁଣର ବ୍ୟବହାର ଖାଦ୍ୟର ସ୍ୱାଦକୁ ବଢାଇଥାଏ । ସେମାନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଜବରଦସ୍ତ ପ୍ରଭାବ ପକାଇଥାନ୍ତି ଏବଂ ଋତୁକାଳୀନ ରୋଗର ଆଶଙ୍କା ହ୍ରାସ କରିଥାନ୍ତି । ହେଲେ ଏତେ ସବୁ ଫାଇଦା ପାଇବା ପରେ ମଧ୍ୟ କିଛି ଲୋକ ଏହାକୁ ନିଜଠାରୁ ଦୂରେଇ ରଖିଥାନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗତ ୪୦ ରୁ ୪୫ ବର୍ଷ ହେବ ରସୁଣ ଏବଂ ପିଆଜ ବ୍ୟବହାର କରାଯାଇ ନାହିଁ । ଗାଁରେ ରହୁଥିବା ଲୋକମାନେ ପିଆଜ ରସୁଣ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏହାକୁ ନେଇ ସେମାନଙ୍କ ମନରେ ଭୟ ରହିଛି । ଏପରିକି ସେମାନେ ଏହାକୁ ବଜାରରୁ କିଣନ୍ତି ନାହିଁ ।
ସୂଚନାଥାଉକି, ଏହି ଗାଁ ବିହାରର ଜହାନାବାଦ ନିକଟରେ ଅଛି । ଏହି ଗାଁ ଜହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଚିରି ପଞ୍ଚାୟତ ଅଧୀନରେ ଆସୁଥିବା ତ୍ରିଲୋକି ବାଗ୍ ଗ୍ରାମ ଭାବରେ ଜଣାଶୁଣା । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଘର ଅଛି ଏବଂ ଏଠାରେ ଥିବା ସମସ୍ତ ଘରେ ପିଆଜ ଏବଂ ରସୁଣ ଖାଇବା କଡା ନିଷେଧ । ଏଠାକାର ସମସ୍ତ ଲୋକ ପିଆଜ ଏବଂ ରସୁଣ ବିନା ଖାଦ୍ୟ ଖାଆନ୍ତି ।

ତ୍ରିଲୋକି ବାଗ ଗାଁର ବୟସ୍କ ମାନେ କୁହନ୍ତି ଯେ ଏହି ଗାଁର ଲୋକମାନେ ପ୍ରାୟ ୪୦ ରୁ ୪୫ ବର୍ଷ ପୂର୍ବେ ଗାଁରେ ପିଆଜ ଏବଂ ରସୁଣ ଖାଇବା ବନ୍ଦ କରିଦେଇଥିଲେ ଏବଂ ଏଠାରେ ଥିବା ଲୋକମାନେ ଦୀର୍ଘ ଦିନ ଧରି ଏହି ପରମ୍ପରାକୁ ଅନୁସରଣ କରିଆସୁଛନ୍ତି । ଗାଁରେ ଠାକୁରବାଡି ମନ୍ଦିର ଉପସ୍ଥିତ ଅଛି, ଯାହାକି ବହୁ ବର୍ଷ ପୁରୁଣା ଏବଂ ଏହି ମନ୍ଦିର ଯୋଗୁଁ ଲୋକମାନେ ରସୁଣ ଏବଂ ପିଆଜଠାରୁ ଦୂରରେ ରହିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଅନେକ ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥଲା । ଏହି ଘଟଣା ପରେ ଏଠାକାର ଲୋକମାନେ କେବଳ ରସୁଣ ଏବଂ ପିଆଜ ଖାଇବା ବନ୍ଦ କରିନଥିଲେ ବରଂ ବଜାରରୁ ଆଣିବା ବନ୍ଦ ମଧ୍ୟ କରିଥିଲେ । କେବଳ ରସୁଣ ଏବଂ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ଭଳି ଜିନିଷ ଏହି ଗାଁରେ କଠୋର ନିଷେଧ । ଏଠାରେ ଆପଣ ମଦ୍ୟପାନ କରୁଥିବା କୌଣସି ବ୍ୟକ୍ତିଙ୍କୁ ଦେଖିବେ ନାହିଁ ଏବଂ ଏଠାରେ ଥିବା ଲୋକମାନେ ମଧ୍ୟ ମାଂସ ଖାଇବା ଛାଡିଛନ୍ତି ।