PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଫୁଟ୍‌ପାଥ୍‌ରେ ଆତଙ୍କ; ରାସ୍ତାରେ ଗଡୁଛି ଖଟିଖିଆଙ୍କ ମୁଣ୍ଡ

କଟକ,୨୫/୦୭ : ବଜାର ଛକରେ ମାଳମାଳ ପିସିଆର ଭ୍ୟାନ୍‌ । ହୋମଗାର୍ଡ, ହାବିଲ୍‌ଦାର, କନ୍‌ଷ୍ଟେବଲଙ୍କ ହାତରେ ବି ରହିଛି ପିସିଆର ବାଇକ୍‌ । ରାତିରେ ବଜାର ଘାଟରେ ପଇଁତରା ମାରିବା ପାଇଁ ବଣ୍ଟା ହୋଇଛି ୮ଘଣ୍ଟିଆ ଡ୍ୟୁଟି । ପୁଲିସ୍‌ର ସବୁ ସୁରକ୍ଷା ଥାଇ ବି ସହରରେ ନଥିଲା ପରି ରହିଛି । ସହରରେ ୨୪ ଘଣ୍ଟା ଭିତରେ ଦୁର୍ବୃତ୍ତ ୩ ଜଣଙ୍କୁ ରାଜରାସ୍ତାରେ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରି ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଅହରହ ଯାତୟାତ ସ୍ଥଳ ତଥା ସ୍ପଷ୍ଟ ଆଲୁଅ ଥିବା ଅଞ୍ଚଳରେ ହିଁ ହତ୍ୟାକାରୀ ନାରକୀୟ କାଣ୍ଡ ଘଟାଉଛନ୍ତି । ୨ ଦିନ ଭିତରେ ଦୁର୍ବୃତ୍ତମାନେ ସମାନ ଢଙ୍ଗରେ ସିରିଜ୍‌ ହତ୍ୟାକାଣ୍ଡ ଘଟାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ପୁଲିସ୍‌ କୌଣସି ଆଦି ଅନ୍ତ ପାଇପାରୁନାହିଁ ।

ସୋମବାର ରାତି ଏବଂ ମଙ୍ଗଳବାର ରାତି ୨୪ ଘଣ୍ଟା ଭିତରେ ସହରରେ ୩ଟି ହତ୍ୟାକାଣ୍ଡ ଘଟଣା କମିସନରେଟ୍‌ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ୩ଟି ଯାକ ହତ୍ୟାକାଣ୍ଡ ସମାନ ଢଙ୍ଗରେ ଏବଂ ସେଇ ବିଳମ୍ବିତ ରାତି ସମୟରେ ହିଁ ଘଟିଛି । ମୃତକମାନେ ଦିନମଜୁରିଆ ତଥା ଶ୍ରମିକ ଶ୍ରେଣୀର ଲୋକ । ଉପର ମୁହାଁ ହୋଇ ଖୋଲା ଆକାଶ ତଳେ ତଥା ଫୁଟ୍‌ପାଥରେ ଶୋଇଥିବା ଅବସ୍ଥାରେ ହିଁ ୩ ଜଣ ଯାକ ଶ୍ରମିକଙ୍କର ତଣ୍ଟି କଟାଯାଇଛି । ସୋମବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାଟି ରାଣୀହାଟ କେନାଲ୍‌ ରୋଡ଼ରେ ଘଟିଥିଲା । ଢେଙ୍କାନାଳ ଅଞ୍ଚଳର କୋଦଣ୍ଡ ରାଉତ କେନାଲ ରୋଡ଼ର ଏକ ଚା ଦୋକାନ ବେଞ୍ଚ ଉପରେ ଶୋଇଥିବା ସମୟରେ ତାଙ୍କ ତଣ୍ଟିକୁ ଅତି ବୀଭତ୍ସ ଭାବେ କେହି କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ତଣ୍ଟିରୁ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁଘଟିଥିଲା । ସେହିପରି ଏହି ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ମଙ୍ଗଳବାର ରାତିରେ ଜଣେ ଶ୍ରମିକ ଓଏମ୍‌ପି ଛକରେ ଶୋଇଥିବା ସମୟରେ ତାଙ୍କ ତଣ୍ଟିକୁ କେହି କାଟି ଦେଇଥିଲେ ।

ସେହିପରି ସମାନ ଭାବେ ରାଣୀହାଟ ଅଞ୍ଚଳରେ ତଥା ଶୋଇଥିବା ଅନ୍ୟ ଜଣେ ଶ୍ରମିକଙ୍କ ତଣ୍ଟିକୁ ମଧ୍ୟ କେହି ଧାରୁଆ ଅସ୍ତ୍ରରେ କାଟିଥିବା ପୁଲିସ୍‌ ଅନୁମାନ କରୁଛି । ସମ୍ପୃକ୍ତ ବ୍ୟକ୍ତି ଜଣକ କାର୍ଡିଓଲୋଜି ବିଭାଗ ସମ୍ମୁଖ ମଝି ରାସ୍ତାରେ ହଲି ଦୋହଲି ଚାଲି ଚାଲି ଆସୁଥିବା ସମୟରେ ହିଁ ଗଳି ପଡ଼ିଥିଲେ ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ ମଙ୍ଗଳାବାଗ ଥାନା ପୁଲିସ୍‌କୁ ସୂଚନା ଦେଇଛନ୍ତି । ଏଥିରୁ ପୁଲିସ୍‌ ଅନୁମାନ କରୁଛି, ଏସ୍‌ସିବି କାର୍ଡିଓଲୋଜି ବିଭାଗ ପାଖରୁ କିଛି ଦୂରରେ ସମ୍ପୃକ୍ତ ଅଜଣା ବ୍ୟକ୍ତି ଜଣକ ଶୋଇଥିବା ସମୟରେ ହିଁ ତାଙ୍କ ତଣ୍ଟିକୁ କେହି ଦୁର୍ବୃତ୍ତ କାଟିଥିବାର ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତଣ୍ଟି କାଟିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାକୁ ଆସୁଥାଇପାରନ୍ତି ବୋଲି ପୁଲିସ୍‌ ଅନୁମାନ କରୁଛି । ୩ ଟି ଯାକ ହତ୍ୟାକାଣ୍ଡ