ପ୍ରମୂଖ ଖବର
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ଶବ ଖୋଜୁଛି ମଶାଣି ଯିବାକୁ ରାସ୍ତା, ମୃତଦେହ ଧରି ସମ୍ପର୍କୀୟଙ୍କୁ ପାରି ହେବାକୁ ପଡୁଛି ନଦୀ

Published By : Suraj Kumar | August 6, 2025 7:54 PM

ଦଶମନ୍ତପୁର, ୬/୮ :  ମଶାଣି ଯିବାକୁ ରାସ୍ତା ସୁବିଧା ନାହିଁ। ବାଟରେ ପଡୁଛି ଭରା ନଦୀ।  ଗାଁରେ କାହାର  ମୃତ୍ୟୁ ହେଲେ ଜୀବନକୁ ବାଜି ଲଗାଇ ଭରା ନଦୀ ପାର ହୋଇ ଶବ ଧରି ମଶାଣି ଯିବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ବଗେଇ ପଦର ଗାଁରେ।

 ଏହି ଗାଁରେ ରହୁଥିବା ରାଜା ଗରଡାଙ୍କ ମଙ୍ଗଳବାର ସନ୍ଧ୍ୟାରେ  ଅକାଳ ମୃତ୍ୟୁ ହୋଇଥିଲା। ତାଙ୍କ ଶବ ସତ୍କାର ପାଇଁ ବାହାରିଥିଲେ ସମ୍ପର୍କିୟ, ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ। ହେଲେ ମଶାଣି ଯିବା ପୂର୍ବରୁ ବାଟ ଓଗାଳୁଛି ମୁରାନ ନଦୀ। ସ୍ଥାୟୀ ପୋଲ ନ ଥିବାରୁ ଛାତି ଉପରେ ପ୍ରଭାବିତ ହେଉଥିବା  ଭରା ନଦୀରେ ଜୀବନକୁ ବାଜି ଲଗାଇ   କୋକେଇରେ ମୃତଦେହ ଧରି ମଶାଣି ନେଉଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ। ପୂର୍ବ ପୁରୁଷ ଅମଳରୁ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଗାଁର ତ୍ରିନାଥ ଗରଡା, ବିଦୁ ଖରା, ବୈଦ୍ୟନାଥ ଡଙ୍ଗ୍ରି, ଲବ ଭତ୍ରା ପ୍ରମୁଖ ପ୍ରକାଶ କରିଛନ୍ତି।

 କେବଳ ଏହି ଗୋଟିଏ ଗାଁ ଲୋକ ନୁହେଁ  ଏହିପରି  ତଳ ଗଦ୍ରି ଏବଂ ପରଜା ଗଦ୍ରି   ଗ୍ରାମବାସୀ ମଧ୍ୟ ସମସ୍ୟା ଭୋଗୁଛନ୍ତି।  ଖରାଦିନେ ନଦୀରେ କମ ପାଣି ଥିବାରୁ ସେତେଟା ବିପଦ ନାହିଁ। କିନ୍ତୁ ବର୍ଷା ଦିନେ ଗାଁର କାହାର ମୃତ୍ୟୁ ହେଲେ ଏହି ଭଳି ତିନି ଖଣ୍ଡ ଗ୍ରାମବାସୀ ବହୁତ ସମସ୍ୟା ଭୋଗୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.