PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁରୁଣା ସ୍କୁଟରକୁ ଇ-ବାଇକ୍‌ ପରିଣତ କଲେ ବିକାଶ, ୩ ଘଣ୍ଟା ଚାର୍ଜରେ ଗଡୁଛି ୪୦ କିମି

ବଲାଙ୍ଗିର,୨୯/୦୯: ନୂତନ ଗାଡ଼ି ପ୍ରତି ସଭିଙ୍କ ରୁଚି ରହିଥାଏ । ହେଲେ ନୂଆ ଗାଡ଼ି କିଣିବା ପରେ ପୁରୁଣା ଗାଡ଼ି ଅଲୋଡ଼ା ହୋଇପଡ଼େ । କେତେବେଳେ ଏହା ଅନ୍ୟକୁ ବିକ୍ରି ପାଇଁ ଦିଆଯାଏ ତ ଆଉ କେତେବେଳେ କବାଡି ଖାନାକୁ ଯାଏ । ହେଲେ ଅଲୋଡ଼ା ହୋଇଥିବା ସେଇ ପୁରୁଣା ଗାଡ଼ିକୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ କାୟା ବଦଳାଯାଇପାରେ । ବଲାଙ୍ଗିର ସହରସ୍ଥିତ ରାଜେନ୍ଦ୍ରପଡ଼ାର ଜଣେ ଯୁବକ ୧୮ବର୍ଷ ତଳର ଏକ ପୁରୁଣା ପେଟ୍ରୋଲ ଚାଳିତ ସ୍କୁଟରକୁ ନିଜସ୍ୱ ବୁଦ୍ଧି ଖର୍ଚ୍ଚ କରି ଇ-ବାଇକରେ ପରିଣତ କରିଛନ୍ତି ।

ରାଜେନ୍ଦ୍ରପଡ଼ାର ବିକାଶ ମିଶ୍ରଙ୍କ ପାଖରେ ଏକ ପୁରୁଣା ସ୍କୁଟର ରହିଥିଲା । ବିକାଶ ଏହାକୁ ୨୦୦୪ରେ ଦୈନନ୍ଦିନ ବ୍ୟବହାର ପାଇଁ କିଣିଥିଲେ । ଅଧିକାଂଶ ସମୟରେ ସେଥିରେ ତ୍ରୁଟି ପରିଲକ୍ଷିତ ହେବାକୁ ଲାଗିଲା । ଫଳରେ ବିକାଶ ତାକୁ ବ୍ୟବହାର କରିବାକୁ ଚାହିଁଲେନାହିଁ । କରୋନା କାଳରେ ସେ ପୁରୁଣା ସ୍କୁଟରକୁ ବିକିବାକୁ ଯୋଜନା କଲେ । ମାତ୍ର କେହି ଗ୍ରାହକ ନମିଳିବାରୁ କବାଡ଼ିଖାନାରେ ଦେବା ପାଇଁ ନିଷ୍ପତ୍ତି ନେଲେ । ହେଲେ ଏହି ସମୟରେ ପୁଅ ଏରିକ୍‌ ୟୁଟ୍ୟୁବରୁ ଇ-ବାଇକ୍‌ ସମ୍ପର୍କରେ ଜାଣିଥିଲା । ଇ-ବାଇକ ବିଷୟରେ ଜାଣିବା ପରେ ବିକାଶ ଉକ୍ତ ସ୍କୁଟରକୁ ଇ-ବାଇକରେ ପରିଣତ କରିବାକୁ ଯୋଜନା କଲେ । ଯେହେତୁ ବିକାଶ ଇଲେକଟ୍ରୋନିକ ପାଠ୍ୟକ୍ରମରେ ଡିପ୍ଲୋମା କରିଥିଲେ, ତେଣୁ ଏହା ତାଙ୍କ ପାଇଁ ସହଜ ହୋଇଥିଲା ।

ସେ ଇଲେଟ୍ରିକ ବିଏଲ୍‌ଡିସି ମୋଟର, ଲିଥିୟମ ବ୍ୟାଟେରୀ ଓ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକ ବ୍ୟବହାର କରି ସ୍କୁଟରକୁ ଇ-ବାଇକରେ ପରିଣତ କରିଥିଲେ । ଏଥିପାଇଁ ତାଙ୍କୁ ମୋଟ ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ବେଳେ ଏହାକୁ ନିର୍ମାଣରେ ୧ ମାସ ସମୟ ଲାଗିଥିଲା । ପୂର୍ବରୁ ସ୍କୁଟରଟି ୧ ଲିଟର ପେଟ୍ରୋଲରେ ୨୫ କିମି ଯାଉଥିବା ବେଳେ ଏବେ ଇ-ବାଇକଟି ୩ ଘଣ୍ଟା ଚାର୍ଜ ହେଲେ ୩୫ରୁ ୪୦ କିମି ପର୍ଯ୍ୟନ୍ତ ଯାଉଛି । ଏଥିସହ ଏହା ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ବୋଲି ବିକାଶ କହିଛନ୍ତି।