PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଭାରତର ଏହି ପଡୋଶୀ ଦେଶରେ ଡିଜେଲ୍ ୨୭୫ ଟଙ୍କା ଟପିଲା, ପେଟ୍ରୋଲ ଦାମ୍ ୨୪୮ ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ ୨/୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଅନ୍ତର୍ଜାତୀୟ ମୁଦ୍ରାକୋଷ ତରଫରୁ ରଖାଯାଇଥିବା ସର୍ତ୍ତ ଅନୁସାରେ ପେଟ୍ରୋଲିୟମ ପଦାର୍ଥର ଦାମରେ ବୃଦ୍ଧି କରିଛି । ଏହି ନିଷ୍ପତ୍ତି ଲାଗୁ ହେବା ପରେ ସମସ୍ତ ପେଟ୍ରୋଲିୟମ ଉତ୍ପାଦର ଦାମରେ ପ୍ରାୟ ୧୪ରୁ ୧୯ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଆଇଏମଏଫ ତରଫରୁ ୬ ଅରବ ଡଲାରର ଆଶ୍ୱସ୍ତି ପ୍ୟାକେଜ୍ ଆରମ୍ଭ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଉଠାଇଛନ୍ତି ।

ପାକିସ୍ତାନ ଅର୍ଥ ମନ୍ତ୍ରାଳୟ ତରଫରୁ ଗୁରୁବାର ଜାରି ଅଧିସୂଚନା ଅନୁସାରେ ସରକାର ପେଟ୍ରୋଲରେ ୧୦ ଟଙ୍କା ପ୍ରତି ଲିଟର ଏବଂ ହାଇ-ସ୍ପିଡ୍ ଡିଜେଲ(HSD), କିରୋସିନ୍ ଏବଂ ହାଲୁକା ଡିଜେଲ ତେଲ(LDO)ରେ ୫ ଟଙ୍କା ପ୍ରତି ଲିଟର ପେଟ୍ରୋଲିୟମ ଶୁଳ୍କ ଲଗାଇଛନ୍ତି । ଏହି କାରଣରୁ ପେଟ୍ରୋଲର ଦାମରେ ୧୪.୮୫ ଟଙ୍କା, ଏଚଏସଡିରେ ୧୩.୨୩ ଟଙ୍କା, କିରୋସିନରେ ୧୮.୮୩ ଟଙ୍କା ଏବଂ ଏଲଡିଓରେ ୧୮.୬୮ ଟଙ୍କା ପ୍ରତି ଲିଟରର ବୃଦ୍ଧି ହୋଇଛି । ପାକିସ୍ତାନରେ ପେଟ୍ରୋଲର ଏକ୍ସ-ଡିପୋ ଏବେ ୨୪୮.୭୪ ଟଙ୍କା ପ୍ରତି ଲିଟର, ହାଇ-ସ୍ପିଡ୍ ଡିଜେଲ ୨୭୬.୫୪ ଟଙ୍କା, କିରୋସିନ୍ ୨୩୦.୨୬ ଟଙ୍କା ଏବଂ ହାଲୁକା ଡିଜେଲ ୨୨୬.୧୫ ଟଙ୍କା ହୋଇଯାଇଛି ।

ଏପ୍ରିଲରେ କ୍ଷମତାକୁ ଆସିଥିବା ଶହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳରେ ପେଟ୍ରୋଲିୟମ ଉତ୍ପାଦରେ କରାଯାଇଥିବା ଏହା ୪ର୍ଥ ବୃଦ୍ଧି । ଆଇଏମଏଫ ଆଶ୍ୱସ୍ତି ପ୍ୟାକେଜକୁ ପୁଣି ଆରମ୍ଭ କରିବା ପାଇଁ ବିଜୁଳି ଦରରେ ବୃଦ୍ଧି ଏବଂ ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଶୁଳ୍କ ଲଗାଇବା ଭଳି ସର୍ତ୍ତ ରଖାଯାଇଛି । ଏହି ସର୍ତ୍ତକୁ ଲାଗୁ କରିବା ପରେ ଆଇଏମଏଫ୍ ନିଜ କାର୍ଯ୍ୟକାରୀ ମଣ୍ଡଳକୁ ଲୋନ୍ କିସ୍ତିର ମଞ୍ଜୁରି ଏବଂ କାର୍ଯ୍ୟକ୍ରମର ପୁନରୁଦ୍ଧାର ପାଇଁ ପାକିସ୍ତାନର ରିକ୍ୱେଷ୍ଟକୁ ଆଗତ କରିବ । ଏହି ପ୍ରକ୍ରିୟାରେ ଆଉ ଏକ ମାସ ସମୟ ଲାଗିବ । ୨୨ ଜୁନରେ ପାକିସ୍ତାନ ଆଇଏମଏଫ ସହିତ ଅଟକି ଥିବା ୬ ଅରବ ଡଲାରର ସହାୟତା ପ୍ୟାକେଜକୁ ପୁଣି ଆରମ୍ଭ କରିବା ପାଇଁ ଚୁକ୍ତି କରିଥିଲା ।

ସମ୍ବନ୍ଧିତ ଖବର